ମଧୁର ଜଳ ମୁକ୍ତା ଚାଷ

ବାରିପଦା ଅଫିସ, ୧୦।୮- କରୋନା ଯୋଗୁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା। ଏହିଭଳି ପରିସ୍ଥିତିରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୩୫ ଜଣଙ୍କୁ ରୋଜଗାର ଯୋଗାଇ ଦେବା କମ୍‌ ବଡ଼ କଥା ନୁହେଁ। ଆତ୍ମନିଭରଶୀଳତାର ମାର୍ଗ ଦେଖାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ଜଣେ ସଫଳ ମହିଳା ଉଦ୍ୟୋଗୀ ହେଲେ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ରାଢୋ ଗ୍ରାମର ବିଷ୍ଣୁପ୍ରିୟା ବିଶ୍ୱାଳ। ମଧୁର ଜଳରେ ମୁକ୍ତା ଚାଷ କରି ସେଥିରେ ବିଭିନ୍ନ ଡିଜାଇନ୍‌ର ମୁକ୍ତା ପ୍ରସ୍ତୁତିରେ ସେ ସିଦ୍ଧହସ୍ତ। ଯାହାକି ଏବେ ରାଜ୍ୟ ବାହାରେ ବେଶ୍‌ ଆଦୃତିଲାଭ କରିଛି। ମୁକ୍ତା ଚାଷ ସହିତ ଯାଆଁଳ ଉତ୍ପାଦନ, କୁକୁଡ଼ା, ଧାନ ଓ ପରିବା ଚାଷ କରି ଜିଲା ତଥା ରାଜ୍ୟସ୍ତରରେ ସେ ସମ୍ମାନିତ ହୋଇଛନ୍ତି। ଦେଶବିଦେଶରୁ ବହୁ ଲୋକ ଏହି ଚାଷ ଓ ପ୍ରଣାଳୀକୁ ଅନୁସରଣ କରିବା ପାଇଁ ତାଙ୍କ ଫାର୍ମକୁ ଆସନ୍ତି। ସୁଦୂର ମାଲେସିଆ ଏବଂ ବାଂଲାଦେଶର ପ୍ରତିନିଧି ଦଳ ମଧ୍ୟ ବିଷ୍ଣୁପ୍ରିୟାଙ୍କ ଫାର୍ମ ଦେଖିବାକୁ ଆସି ପ୍ରଶଂସା କରିଛନ୍ତି। ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ସେ ଜିଲା ତଥା ରାଜ୍ୟ ସ୍ତରରେ ବେଶ୍‌ ଚର୍ଚ୍ଚିତ ଓ ସରକାରୀ ସଂସ୍ଥା ତଥା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ନିଜର କଠିନ ପରିଶ୍ରମ ଦ୍ୱାରା ସଫଳତା ଅର୍ଜନ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିପାରିଛନ୍ତି। ତାଙ୍କର ସଫଳତା ଦେଖି ଆଖପାଖ ଅଞ୍ଚଳରେ ଶତାଧିକ ଲୋକ ମାଛ ଚାଷ କରି ବେଶ୍‌ ଭଲ ରୋଜଗାର କରିପାରୁଛନ୍ତି।
ବିଷ୍ଣୁପ୍ରିୟା ତାଙ୍କ ସ୍ବାମୀଙ୍କ ସହିତ ମିଶି ୧୯୯୭ରେ ସ୍ଥାନୀୟ ସମବାୟ ବ୍ୟାଙ୍କରୁ ଋଣ ଆଣି ମାଛଚାଷ ଆରମ୍ଭ କରିଥିଲେ। ହେଲେ ୧୯୯୯ ମହାବାତ୍ୟାରେ ତାଙ୍କର ବହୁ କ୍ଷତି ହୋଇଥିଲା। ସେଥିରେ ସେ ଭାଙ୍ଗି ନ ପଡ଼ି ପୁଣିଥରେ ମାଛଚାଷ ଆରମ୍ଭ କରିଥିଲେ। ମାଛଚାଷ ବ୍ୟତୀତ ମାଛ ଯାଆଁଳ ଉତ୍ପାଦନ ପାଇଁ ସ୍ଥିରକରି ପଡ଼ୋଶୀ ପଶ୍ଚିମବଙ୍ଗରୁ ମାଛଅଣ୍ଡା ଆଣି ସଫଳତାର ସହିତ ଯାଆଁଳ ଉପତ୍ାଦନ ଆରମ୍ଭ କରିଥିଲେ। ୨୦୦୬ରୁ ମାଛ ଯାଆଁଳ ଉପତ୍ାଦନ କରିବା ସହିତ ମଧୁର ଜଳରେ ମୁକ୍ତା ଚାଷ, କୁକୁଡା ଚାଷ, ଧାନ ଏବଂ ପନିପରିବା ଚାଷ ଇତ୍ୟାଦି କରିଆସୁଛନ୍ତି। ମଧୁର ଜଳରେ ମୁକ୍ତା ଚାଷ କରିବା ନେଇ ସେ ସ୍ବତନ୍ତ୍ର ଭାବେ ତାଲିମ ଗ୍ରହଣ କରିଛନ୍ତି। ନିଜ ଘରେ ମୁକ୍ତା ଚାଷ ଆରମ୍ଭ କରି ବିଭିନ୍ନ ଆକୃତିର ମୁକ୍ତା ସଂଗ୍ରହ କରିପାରୁଛନ୍ତି। ଶାମୁକା ଦେହରେ ବିଭିନ୍ନ ଡିଜାଇନର ଫାର୍ମା ରୋପଣ କରି ସେଥିରୁ ସୁନ୍ଦର ସୁନ୍ଦର ଜିନିଷ ପ୍ରସ୍ତୁତି କରିପାରୁଛନ୍ତି। ଏପରି କି ଗଣେଶ, ଓଁ, ସାଇ ବାବା, ହନୁମାନ, ଜଗନ୍ନାଥ, ଶିବଙ୍କ ମୂର୍ତ୍ତି ଭଳି ୨୩ପ୍ରକାରର ଡିଜାଇନ ପ୍ରସ୍ତୁତ କରି ବେଶ୍‌ ସଫଳତା ଅର୍ଜନ କରିପାରିଛନ୍ତି। ଏପରି ଡିଜାଇନର ମୁକ୍ତା ପ୍ରସ୍ତୁତି ପାଇଁ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ ା ମୁକ୍ତାର ମୂଲ୍ୟ ୩ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ା ତେବେ ଏହି ମୁକ୍ତା ଉପତ୍ାଦନରେ ସେ ଅଗ୍ରଣୀ ଚାଷୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିପାରିଥିବା ବେଳେ ମୁକ୍ତା ବିକ୍ରି ପାଇଁ ସେଭଳି ବଜାର ବ୍ୟବସ୍ଥା ନ ଥିବାରୁ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ନିକଟରେ କୋଲକାତାର ଏକ ବ୍ୟବସାୟିକ ସଂସ୍ଥା ସହିତ ଯୋଗାଯୋଗ ପରେ ମୁକ୍ତା ବିକ୍ରିିର ରାସ୍ତା ଖୋଲିଥିବା ସେ କହିଛନ୍ତି। ସେହିପରି ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ମହିଳା ପୁରୁଷମାନଙ୍କୁ ତାଲିମ ଦେବା ପାଇଁ ବିଷ୍ଣୁପ୍ରିୟାଙ୍କ ଫାର୍ମକୁ ପଠାଯାଉଛି। ଆଗକୁ ସେ ଏକ ମଡେଲ ଫୁଲ ବଗିଚା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ବୋଲି ବିଷ୍ଣୁପ୍ରିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?