ଜୁଲାଇ ତୃତୀୟ ସପ୍ତାହରୁ ଗଞ୍ଜାମ ଜିଲାରେ କମୁଛନ୍ତି ଆକ୍ରାନ୍ତ

ଛତ୍ରପୁର,୧୦ା୮(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା କମୁଥିବା ନେଇ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ଗ୍ରାଫ୍‌ ଓ ତଥ୍ୟ ମାଧ୍ୟମରେ ରବିବାର ସୂଚନା ଦିଆଯାଇଛି। ଗତ ସପ୍ତାହକ ମଧ୍ୟରେ ଟେଷ୍ଟ ଅଧିକ ହୋଇଥିବା ବେଳେ ସେହି ତୁଳନାରେ ପଜିଟିଭ୍‌ ଚିହ୍ନଟ ବହୁତ କମ୍‌ ହୋଇଥିବା ସେଲ୍‌ ପକ୍ଷରୁ କୁହାଯାଇଛି। ଏଥିସହ ରବିବାର ଜୁନ୍‌, ଜୁଲାଇର ପ୍ରତି ସପ୍ତାହ ଏବଂ ଅଗଷ୍ଟ ପ୍ରଥମ ଓ ଦ୍ୱିତୀୟ ସପ୍ତାହର ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା ଓ ତୁଳନା ସମ୍ପର୍କିତ ଆଉ ଏକ ଗ୍ରାଫ୍‌ ଗଣମାଧ୍ୟମକୁ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ଦିଆଯାଇଛି। ଟେଷ୍ଟ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ଜୁଲାଇ ତୃତୀୟ ଓ ଚତୁର୍ଥ ସପ୍ତାହ ଏବଂ ଅଗଷ୍ଟ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ କମିବାରେ ଲାଗିଥିବା ଉକ୍ତ ଗ୍ରାଫ୍‌ରେ ଦର୍ଶାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୧୨୮୫୫ ଆକ୍ରାନ୍ତ ହୋଇଥିବା ବେଳେ ୧୦୧୭୧ ଏଥିରୁ ସୁସ୍ଥ ହେଲେଣି। କରୋନାରେ ୧୩୧ ଜଣଙ୍କ ଜୀବନ ଯାଇ ଥିବାବେଳେ ୨୫୫୩ଙ୍କ ଚିକିତ୍ସା ଚାଲିଛି।
ରବିବାର ସୂଚନାନୁସାରେ ୨୨୨ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୧୯ କରୋନା ଯୋଦ୍ଧା, ଅନ୍ୟ ରାଜ୍ୟରୁ ଫେରିଥିବା ଜଣେ ଏବଂ ୨୦୨ ଜଣ ଅନ୍ୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିିଳି ମ୍ୟୁନିସିପାଲିଟି ଏବଂ ୧୬ ଏନ୍‌ଏସିରେ ଡାକ୍ତରୀ ଟିମ୍‌ ଘରକୁ ଯାଇ ଶନିବାରରୁ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ କରିଛନ୍ତି। ରବିବାର ପ୍ରତି ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ସହ ଅକ୍ସିମିଟରରେ ପଲ୍‌ସ ଯାଞ୍ଚ କରାଯାଉଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଜିଲାପାଳ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାକୁ ଆସିଥିବା ଓଏଏସ୍‌, ଓଆରଏସ୍‌ ଅଫିସରମାନଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏ ଏନ୍‌ଏସି କିମ୍ବା ବ୍ଲକ ଦାୟିତ୍ୱ ଦିଆଯାଇଛି। ଏମାନେ ପଜିଟିଭ୍‌ଙ୍କ ସହ କଥା ହୋଇ ଗ୍ରାଉଣ୍ଡ ଜିରୋକୁ ଯାଇ ମନିଟରିଂ କରୁଛନ୍ତି। ଏଥିସହ ଏମାନେ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଛନ୍ତି। ଲକ୍ଷଣ ଥିବା ବ୍ୟକ୍ତିଙ୍କର କିଭଳି ସ୍ବାବ୍‌ ଟେଷ୍ଟ ହେବ ସେ ଉପରେ ଗୁରୁତ୍ୱାରୋପ କରାଯାଇଛି। ପଞ୍ଚାୟତସ୍ତରରେ ସ୍ବାବ୍‌ ସଂଗ୍ରହ ଚାଲିଥିବା ଏବଂ ଲକ୍ଷଣ ନ ଲୁଚାଇ ଆଗକୁ ଆସିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?