ଖୋଲା ଆକାଶ ତଳେ ପଡିରହିଛି ଶବ ଫ୍ରିଜର ବକ୍ସ, ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୯।୭(ଦିଲ୍ଲୀପ ସାମଲ) : ପରିବାରର କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ଶୋକାକୁଳ ପରିବେଶ ଖେଳିଯାଏ । ଦୂର ସହରରେ ରହୁଥିବା ଝିଅ କିମ୍ବା ପୁଅର ଅପେକ୍ଷା ରହିଥାଏ ଯେ ସେମାନେ ଆସିଲେ ଶେଷ ଦର୍ଶନ କରିପାରିବେ। ତେବେ ଆବଶ୍ୟକ ହୁଏ ଗୋଟିଏ ମର୍ଚୁରୀ ବକ୍ସ ବା ଶବ ଫ୍ରିଜର ବାକ୍ସ। କିନ୍ତୁ ଏହି ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିବା ସାଧାରଣ ଗରୀବ ଶ୍ରେଣୀର ଲୋକ। କାରଣ ଏଠାରେ ସେହି ଉପକରଣ ଥିଲେ ହେଁ ଥରୁଟିଏ ବ୍ୟବହାର ହୋଇନାହିଁ ବୋଲି ଚିକିତ୍ସାଳୟକୁ ଆସୁଥିବା ଲୋକ ଅଭିଯୋଗ କରିଛନ୍ତି।

ଉଚ୍ଚ ଆୟ ଶ୍ରେଣୀର ଲୋକମାନେ ଘରୋଇ ସଂସ୍ଥା ଦ୍ଵାରା ଯୋଗାଇ ଦେଉଥିବା ମର୍ଚୁରୀ ବକ୍ସକୁ ଭଡ଼ାରେ ନେଇପାରୁଛନ୍ତି। କିନ୍ତୁ ଏହି ସୁବିଧା ପାଇବାକୁ ହେଲେ ମଧ୍ୟବିତ୍ତ କିମ୍ବା ଗରୀବ ଶ୍ରେଣୀର ଲୋକଙ୍କ ପାଖରେ ଆର୍ଥିକ ସାମର୍ଥ୍ୟ ନଥାଏ। ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଭଳି ସ୍ଥାନରେ ଥାଇ ବି ପ୍ରକୃତ ଉପଯୋଗକାରୀ ଏହାର ସୁଯୋଗ ନେଇ ପାରୁନାହାଁନ୍ତି ବୋଲି ସେମାନେ ଦୁଃଖ ପ୍ରକାଶ କରିଛନ୍ତି। କୋଭିଡ୍ ସମୟରେ ଉପଖଣ୍ଡ ଚିକିତ୍ସାଳୟକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଣାଯାଇଥିବା ଦୁଇଟି ବକ୍ସ ସେମିତି ବିନା ବ୍ୟବହାର ହୋଇ ବାହାରେ ପଡ଼ିରହିଥିବା ଦେଖିବାକୁ ମିଳିଛି । ଫଳରେ ପ୍ରବଳ ଖରା, ବର୍ଷା ଭଳି ପ୍ରତିକୂଳ ପାଣିପାଗରେ ଏହା ସବୁ ନଷ୍ଟ ହୋଇଯାଇଛି ଏବଂ ଆଉ କାର୍ଯ୍ୟକାରି ଅବସ୍ଥାରେ ନାହିଁ ବୋଲି ଜଣା ପଡ଼ିଛି।

ସରକାରୀ ଟଙ୍କା ଖର୍ଚ୍ଚ ହୋଇ କାହା ସ୍ୱାର୍ଥରେ ବ୍ୟବହାର ହେଉନାହିଁ ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହଙ୍ଗା ଉପକରଣ କିଣି ତାକୁ ଖୋଲା ଆକାଶ ତଳେ ଛାଡ଼ିଦେଇ ତାହା ଉପରେ ଦୃଷ୍ଟ ନଦେବା ଚିକିତ୍ସାଳୟର ପରିଚାଳନା ଉପରେ ମଧ୍ୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ‘ସରକାର କା ମାଲ୍ ଦରିଆ ମେ ଡାଲ୍’ ବୋଲି କହି ଲୋକେ ପରିହାସ କରୁଥିବା ପରିଲକ୍ଷିତ ହୋଇଛି। ଏହିପରି ବହୁମୂଲ୍ୟ ଉପକରଣ ଉପରେ ବିଶେଷ ଗୁରୁତ୍ଵ ଏବଂ ଧ୍ୟାନ ଦେବା ସହ କର୍ତ୍ତୃପକ୍ଷଙ୍କ ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବସାଧାରଣ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୩।୯,(ଦିଲ୍ଲୀପ ସାମଲ): ଜିଲାରେ ଜଳ ଓ ପରିମଳ ମିଶନ ପକ୍ଷରୁ ଚାଲିଥିବା ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ଛତ୍ରପୁର ସ୍ଥିତ ଜିଲାପାଳ କାର୍ଯ୍ୟାଳୟର…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଚାକିରି ଦେବା ନାଁ ରେ ଠକେଇ; ଇଣ୍ଟରଭ୍ୟୁ ବେଳେ ଉତ୍ତେଜନା ; ଧରାହେଲେ ମଧ୍ୟସ୍ଥି, ମୁଖ୍ୟ ଅଭିଯୁକ୍ତ ଫେରାର

ଛତ୍ରପୁର,୩।୯,( ଦିଲ୍ଲୀପି ସାମଲ): ଚାକିରି ପାଇଁ ବର୍ତ୍ତମାନର ଯୁବ ପିଢୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହାର ସୁଯୋଗ ନେଇ ଯୁବପିଢୀଙ୍କୁ ଠକିବାରେ ଲାଗିଛନ୍ତି କିଛି…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri