Posted inଖେଳ

ଥୋମାସଙ୍କୁ ଫ୍ରାଙ୍କ୍‌ଲିନ୍‌ଙ୍କ ପରାମର୍ଶ

କିଙ୍ଗଷ୍ଟନ, ୨୮ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଦିନ ତିଷ୍ଠି ରହିବାକୁ ହେଲେ ଓ୍ବେଷ୍ଟଇଣ୍ଡିଜ ସ୍ପିଡ୍‌ଷ୍ଟର ଓଶାନେ ଥୋମାସଙ୍କୁ ତାଙ୍କ ଓଜନ କମାଇବାକୁ ପଡ଼ିବ। ତା’ ନ ହେଲେ ସେ ବର୍ତ୍ତମାନ ଯେତେ ସ୍ପିଡ୍‌ ବୋଲିଂ କରିପାରୁଛନ୍ତି ତାହା ବଜାୟ ରଖିବା କଷ୍ଟକର ହେବ ବୋଲି ପୂର୍ବତନ ପେସ୍‌ ବୋଲର ଫ୍ରାଙ୍କ୍‌ଲିନ୍‌ ରୋଜ୍‌ କହିଛନ୍ତି। ରୋଜ୍‌ ୧୯୯୭ ରୁ ୨୦୦୦ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଖେଳି ୧୯ଟେଷ୍ଟରେ ୫୩ ଉଇକେଟ ଏବଂ ୨୭ ଅନ୍ତର୍ଜାତୀୟ ଦିନିକିଆରେ ୨୯ଉଇକେଟ ଅକ୍ତିଆର କରିଛନ୍ତି। ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଥୋମାସ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। ରୋଜ୍‌ କହିଛନ୍ତି, ଥୋମାସଙ୍କ ସହିତ ଏପର୍ଯ୍ୟନ୍ତ ମୋର ଭେଟ ହୋଇ ନାହିଁ। କିନ୍ତୁ ସେ ନିଶ୍ଚୟ ଜଣେ ପ୍ରତିଭାସମ୍ପନ୍ନ ବୋଲର। ସେଇଥିପାଇଁ ଓ୍ବେଷ୍ଟଇଣ୍ଡିଜ ତାଙ୍କୁ ଇଂଲଣ୍ଡ ଟୁର୍‌ରେ ନେଇଛି। କିନ୍ତୁ ଏହି ବୋଲରଙ୍କୁ ଫିଟ୍‌ନେସ୍‌ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ୨୩ ବର୍ଷୀୟ ଥୋମାସ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି। କିନ୍ତୁ ୨୦ ଅନ୍ତର୍ଜାତୀୟ ଦିନିକିଆରେ ୨୭ ଉଇକେଟ ଏବଂ ୧୨ ଅନ୍ତର୍ଜାତୀୟ ଟି୨୦ରେ ୧୫ ଉଇକେଟ ହାସଲ କରିସାରିଛନ୍ତି। ଓଲ୍ଡ ଟ୍ରାଫୋର୍ଡଠାରେ ଓ୍ବେଷ୍ଟଇଣ୍ଡିଜର ଇଣ୍ଟରସ୍କ୍ବାଡ୍‌ ପ୍ରାକ୍ଟିସ ମ୍ୟାଚରେ ସେ ଦୁଇଟି ଇନିଂସରେ ମାତ୍ର ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପରିବେଶରେ ଥୋମାସଙ୍କର ଘଣ୍ଟାପ୍ରତି ୯୦ ମାଇଲ ବେଗରେ ବୋଲିଂ କରିବା ସାମର୍ଥ୍ୟ ରହିଛି। ହେଲେ ସେ ଯଦି ଓଜନ ନ କମାନ୍ତି ତେବେ ତାଙ୍କ ସ୍ପିଡ୍‌ ବଜାୟ ରଖିପାରିବେ ନାହିଁ ବୋଲି ରୋଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ...

ଆଉ ଏକ କ୍ରିକେଟ୍‌ ଟିମ୍‌ର ମାଲିକ ହେଲେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏବଂ କାରାବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପରେ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଆମେରିକାର ଟି-୨୦ ଲିଗ୍‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ...

କାହା ସହିତ ଓପନିଂ କରିବେ ରୋହିତ ?

ମୁମ୍ବାଇ,୨୪।୩: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବର୍ଷ ବର୍ଷ ଧରି ଭିନ୍ନ ଭିନ୍ନ ଓପନିଂ କମ୍ବିନେଶନ ବ୍ୟବହାର କରିଆସୁଛି। ଗତ ସିଜନରେ ରୋହିତ ଶର୍ମାଙ୍କ ସହ ଓପନିଂ...

ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି

ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍‌ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଡବଲ୍‌ ଝଟ୍‌କା

ସିଡନୀ,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଖେଳାଳି ଆହତ ହେବା ଜାରି ରହିଛିି। ଏହା ସତ୍ତ୍ୱେ ଟିମ ଇଣ୍ଡିଆ ମେଲବୋର୍ନରେ...

ଡିଟି ଗ୍ରୁପ ନେଲା ଆର୍ଯ୍ୟନଙ୍କ ଦାୟିତ୍ୱ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଏବେ ବିନା ଚାପରେ ଆଗକୁ ବଢ଼ିବା ପଥ ପରଷ୍କାର ହୋଇଛି। କାରଣ ଡିଟି...

ଶ୍ରୀଶଙ୍କରଙ୍କୁ ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା

ଭୁବନେଶ୍ୱର, ୧୯ା୬(ସରୋଜ ଜେନା): ଭୁବନେଶ୍ୱରରେ ଅନୁଷ୍ଠିତ ୬୨ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ର ଚତୁର୍ଥ ଦିବସରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି...

ପୁଣି ବାପା ହେବେ ରାହାଣେ, ଫଟୋ ଶେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ। ଏହାକୁ ନେଇ ରାହାଣେଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁଥିରେ...

Advertisement
Archives

Model This Week