୨୧ ଦିନ ଧରି ବଢୁଛି ତେଲ ଦର

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଗତ ୨୧ ଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଛି। କରୋନା ପାଇଁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାରେ ଥିବା ବେଳେ ତେଲ ଦରରେ ବିରତି ଲାଗୁ ନ ଥିବାରୁ ଏହା ଖାଉଟିଙ୍କୁ ସମସ୍ୟାରେ ପକାଇଥିବା ଜଣାପଡିଛି। କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସରକାର ଲକ୍‌ଡାଉନ କଟକଣା ଜାରି କରିଥିଲେ। ଏହା ଦ୍ୱାରା ଲୋକଙ୍କର ଜୀବନ ଜୀବିକା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ଲଗାତର ତେଲ ଦର ବୃଦ୍ଧି ହେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଯାଇଛି। ଏବେ ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ଶନିବାର ଡିଜେଲ ଲିଟର ପିଛା ୨୧ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢିଛି। ଫଳରେ ବର୍ତ୍ତମାନ ଖାଉଟି ଡିଜେଲ ଉପରେ ଲିଟର ପିଛା ୧୧.୦୨ ଟଙ୍କା ଏବଂ ପେଟ୍ରୋଲ ୯.୧୨ ଟଙ୍କା ଅତିରିକ୍ତ ଦେୟ ବହନ କରୁଛନ୍ତି। ଶନିବାର ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୮୦.୯୪ ଟଙ୍କା ଓ ଡିଜେଲ ୭୮.୫୫ ଟଙ୍କା ଛୁଇଁଥିବା ପ୍ରମୁଖ ତୈଳ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି।
ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୮୦.୧୩ ଟଙ୍କାରୁ ବୃଦ୍ଧି ଘଟି ୮୦.୩୮ଟଙ୍କା ଛୁଇଁଛି। ଏହି ସମୟରେ ଡିଜେଲ ଦର ୮୦.୧୯ ଟଙ୍କାରୁ ୮୦.୪୦ ଟଙ୍କାରେ ପହଞ୍ଚତ୍ଛି। ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର କୋଲ୍‌କତାରେ ପେଟ୍ରୋଲ ୮୨.୦୫ଟଙ୍କା ଓ ଡିଜେଲ ୭୫.୫୨ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୮୭.୧୪ଟଙ୍କା ଓ ଡିଜେଲ ୭୮.୭୧ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୫୯ ଟଙ୍କା ଓ ଡିଜେଲ ୭୭.୬୧ଟଙ୍କା ରହିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ତୈଳ ବଜାରରୁ ତେଲ ଆମଦାନୀ ଜନିତ ସମସ୍ୟା କମ୍ପାନୀ ସାମ୍ନା କରୁଛନ୍ତି। ଅପରପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବିଭିନ୍ନ ଟିକସ ତେଲ ଦର ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଶନିବାର) ଦେଶର ତେଲ ଦର ବଢି ଚାଲିଛି। ଏହି ତେଲ ଦର ବୃଦ୍ଧିକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?