ଦିଲ୍ଲୀ-ୟୁପି-ହରିୟାଣାରେ ଆସିବ ଚତୁର୍ଥ ଲହର, ୪ ମାସ ଧରି ରଚିବ ତାଣ୍ଡବ…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏଭଳି ପରିସ୍ଥିତିରେ କରୋନାର ଚତୁର୍ଥ ଲହର ଆସିବା ଆତଙ୍କ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତରପ୍ରଦେଶ(ୟୁପି), ହରିୟାଣା ଏବଂ ଦିଲ୍ଲୀରେ ଏହି ବିପଦ ସର୍ବାଧିକ ରହିଛି । କିନ୍ତୁ ଏହା ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି।

ଏଥି ସହିତ, କାନପୁର ଆଇଆଇଟିର ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ ସେମାନଙ୍କର ବୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ନକରନ୍ତି ଏବଂ କରୋନାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ନାହିଁ, ତେବେ ଜୁନ ମାସରେ କରୋନାର ଚତୁର୍ଥ ଲହର ଆସିପାରେ।

ଚତୁର୍ଥ ଲହରର ପ୍ରଭାବ ୪ ମାସ ଧରି ରହିିବ। କାନପୁର ଆଇଆଇଟିର ବିଶେଷଜ୍ଞଙ୍କ ଅନୁଯାୟୀ, ଜୁନ ମାସରେ ଦେଶର ଚତୁର୍ଥ ଲହର ଆସିବ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବେ। କରୋନାର ଚତୁର୍ଥ ଲହର ଜୁନ ରୁ ଆରମ୍ଭ ହୋଇ ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ଚାଲିପାରେ। ଏହାର ଶୀର୍ଷ ଅଗଷ୍ଟ ମାସରେ ଆସିପାରେ। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ କରୋନାର ଚତୁର୍ଥ ଲହରରେ ଅଧିକ ବିପଦରେ ପଡ଼ିବାର ଆଶଙ୍କା ରହିଛି। ବିଶେଷ କଥା ହେଉଛି କରୋନାର ଚତୁର୍ଥ ଲହର କେବଳ ଓମିକ୍ରନ ଏବଂ ଏହାର ଉପ-ଭାରିଆଣ୍ଟ୍‌ ବିଏ.୧ ଏବଂ ବିଏ.୨ ଯୋଗୁ ବ୍ୟାପିବ।

ଏହା ବ୍ୟତୀତ, କରୋନାର ବାକି ଷ୍ଟ୍ରେନ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆଇଆଇଟି କାନପୁରର ଏହି ଗବେଷଣା ରିପୋର୍ଟେ ମେଡ୍‌ରାକ୍ସଭି ପତ୍ରିକାରେ ପ୍ରକାଶିତ ହୋଇଛି। ଆଇଆଇଟି କାନପୁରର ବିଶେଷଜ୍ଞମାନେ ମହାମାରୀର ତୃତୀୟ ଲହରକୁ ସଠିକ ଭାବରେ ଗଣନା କରିଥିଲେ। ସେମାନଙ୍କର ନୂତନ ତଥ୍ୟ ଅନୁଯାୟୀ, ଜୁନ ୨୨ ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ, ଚତୁର୍ଥ ଲହର ଆସିବ। ଯେଉଁଥିରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ୟେଦୁରପ୍ପାଙ୍କ କ୍ୟାବିନେଟ ସମ୍ପ୍ରସାରଣ

ବେଙ୍ଗାଲୁରୁ, ୧୮ା୮: କର୍ନାଟକରେ ଭାଜପା ସରକାରର କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ଅପରାହ୍ନରେ କରାଯିବ। ସେହିଦିନ ପୂର୍ବାହ୍ନରେ ଭାଜପା ବିଧାୟକ ଦଳର ବୈଠକ ବସିବା ସହ ମନ୍ତ୍ରିମଣ୍ଡଳର...

ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ

ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର...

୨୦୨୩ରେ କରୋନା ପରେ ସବୁଠାରୁ ବଡ ବିପଦ ହେବ ସୁପରବଗ, ପ୍ରତିବର୍ଷ  ୧ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ

ନୂଆଦିଲ୍ଲୀ,୩ ।୧: ପ୍ରାୟ ୨ ବର୍ଷ ହେବ କରୋନା ମାହାମାରୀ ଲୋଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ କରି ଦେଇଥିବା ବେଳେ ଏବେ ଏହାର...

ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ

ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍‌’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ...

ଭାଜପା ଉପରେ କମେଣ୍ଟ କରି ଶୋ’ରୁ ବିଦା

ନୂଆଦିଲ୍ଲୀ,୧୬।୧: ସାଥି ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର ପାଇଁ ମରାଠୀ ଅଭିନେତା କିରନ ମାଣେଙ୍କୁ ‘ମୁଲଗି ଝାଲି ହୋ’ ଶୋ’ରୁ ବାଦ୍‌ ଦିଆଯାଇଛି। ଏ ନେଇ...

ଅଯୋଧ୍ୟା ଅଧ୍ୟାୟରେ ସ୍ବର୍ଣ୍ଣିମ ଫର୍ଦ୍ଦ

ଅଯୋଧ୍ୟା,୬ା୮:ଦୀର୍ଘ ୫୦୦ ବର୍ଷର ସ୍ବପ୍ନ ପୂରଣ ହୋଇଛି। ରାମମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ସହ ଅଯୋଧ୍ୟା ଅଧ୍ୟାୟରେ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିହୋଇଛି। ଏବେ ମନ୍ଦିର...

ସିକିମ୍‌ରେ ବାଦଲ ଫଟା ବର୍ଷା: ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ

ଗାଙ୍ଗଟକ୍‌,୧୮।୬: ସିକିମ୍‌ରେ ବାଦଲ ଫଟା ବର୍ଷା ହୋଇଛି। ସ୍ଥାନୀୟ ଚୁଙ୍ଗ୍‌ ଥାଙ୍ଗ୍‌ରେରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଏଠାକୁ ବୁଲି ଆସିଥିବା ୩ ଶହରୁ...

ବୁଧବାର ୭ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ, ୨୨।୯: କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। କରୋନା ଦ୍ୱାରା ଅଧିକ...

Advertisement
Archives

Model This Week