ଚଳାଚଳ କରିପାରୁନି ଚାରିଚକିଆ

ବଇଣ୍ଡା,୧୪ା୯(ଡି.ଏନ.ଏ.) ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ପିଚୁ ହେଲା। ଖର୍ଚ୍ଚ ହେଲା ପାଖାପାଖି ୭ କୋଟି ଟଙ୍କା। ହେଲେ ଦେଢ଼ବର୍ଷ ହେଲା ଏହା ନିର୍ମାଣ ସରିଥିଲେ ମଧ୍ୟ ଚଳାଚଳ କରିପାରୁନି ଚାରିଚକିଆ ଗାଡ଼ି। କାରଣ ଏହି ସଡ଼କରେ ପଡ଼ୁଥିବା ୩ଟି ପାହାଡ଼ି ନାଳ ଉପରେ ନିର୍ମାଣ ହୋଇନି ବ୍ରିଜ୍‌। ଫଳରେ ବର୍ଷା ହେଲେ ନାଳରେ ପାଣିର ପ୍ରଖର ସ୍ରୋତ ଗମନାଗମନରେ ବାଧକ ସାଜୁଛି। ବାଧ୍ୟ ହୋଇ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୫ ପଞ୍ଚାୟତବାସୀ ଅନ୍ୟ ରାସ୍ତାରେ ଅଧିକ ୧୦ କିଲୋମିଟର ବୁଲିକରି ଯାଉଛନ୍ତି।

କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଣବ ସାହିଠାରୁ ଭାୟା ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ଏହା ଉପରେ ନୁନୁକାପଶି, ଲୁହାମୁଣ୍ଡା, ଗାଁ ବଇଣ୍ଡା, ବିଲେଇନାଳି, ଉରୁକୁଳା ପଞ୍ଚାୟତର ଶରଧାମୁଣ୍ଡା, ସୋଲଣ୍ଡା, ଅର୍ଜୁନଧରା, ଭେଜିଗୋଠ, ବଡଗୋବିନ୍ଦପୁର, ଗରୁଡ, ଜାମ୍ବବଣିଆ, ସାତପେରେଡିଆ, ବଡବାହଳ, ବଣିନାଳୀ ଆଦି ୧୧ଟି ଗ୍ରାମର ୧୫ ହଜାର ଲୋକ ନିର୍ଭରଶୀଳ। ୨୦୧୮ ଡିସେମ୍ବରରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ପିଚୁ କାମ ଆରମ୍ଭ କରାଯାଇଥିଲା। ୨୦୨୦ ଜାନୁୟାରୀରେ କାର୍ଯ୍ୟ ସମାପ୍ତ ହୋଇଥିଲା। ଏଥିପାଇଁ ମୋଟ୍‌ ୬ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। କିନ୍ତୁ ଏହି ୧୦.୪ କିଲୋମିଟର ରାସ୍ତାରେ ପଡ଼ୁଥିବା ୩ଟି ନାଳ ବାଙ୍କଧର, ସୋଲଣ୍ଡା ଓ ଅର୍ଜୁନଧରା ନାଳ ଉପରେ ବ୍ରିଜ୍‌ ନିର୍ମାଣ କରାଯାଇ ନାହିଁ। ବର୍ଷା ସମୟରେ ଏହି ନାଳ ଦେଇ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ଭବ ହୋଇପାରୁ ନାହିଁ। ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ବ୍ରିଜ୍‌ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ୫ ପଞ୍ଚାୟତର ସହସ୍ରାଧିକ ଲୋକ ଦୈନିକ ୭ କିଲୋମିଟର ଦୂର ହଣ୍ଡପା ନଚେତ ୧୦ କିଲୋମିଟର ଦୂର ପଟ୍ଟାପଥର ଦେଇ ଅନ୍ୟତ୍ର ଯିବାଆସିବା କରୁଛନ୍ତି। ଏ ନେଇ ଅର୍ଜୁନଧରା ଗ୍ରାମବାସୀ ୧ ଫେବୃୟାରୀ ୨୦୨୦ ଓ ସୋଲଣ୍ଡା ଗ୍ରାମବାସୀ ୨୫ ମାର୍ଚ୍ଚ ୨୦୨୧ରେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ସଚିବ, ସ୍ଥାନୀୟ ଲୋକ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏଯାଏ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଏସ୍‌ଡିଓ ଫକୀର ମୋହନ ସାହୁ କହିଛନ୍ତି, ଉକ୍ତ ୩ଟି ନାଳ ଉପରେ ବ୍ରିଜ୍‌ ନିର୍ମାଣ କରିବା ପାଇଁ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ସରକାର ଅର୍ଥ ମଞ୍ଜୁର କଲେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।

ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବ
ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବରୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ୩ଟି ଛୋଟ ନାଳ ଉପରେ ପୋଲ ନିର୍ମାଣ ଯୋଜନା ନ କରି ୭ କୋଟି ଟଙ୍କାର ରାସ୍ତା କରିବାର ଲାଭ କ’ଣ ହୋଇଛି ତାହା ସରକାର ଜାଣନ୍ତୁ। ବ୍ରିଜ୍‌ ନ ଥିବାରୁ ବର୍ଷା ବେଳେ ୧୦ କିଲୋମିଟର ବୁଲିକରି ଯିବାକୁ ପଡ଼ୁଛି।
– ଦିଲୀପ କୁମାର ପ୍ରଧାନ, ଅର୍ଜୁନଧରା

ଉପଯୁକ୍ତ ଯୋଜନା କରାଯାଇନି
ନାଳ ଉପରେ ବ୍ରିଜ୍‌ ନିର୍ମାଣ ନ କରି ରାସ୍ତା କରିଦେଲେ ସମସ୍ୟା ଦୂର ହୋଇଯିବ ନାହିଁ। ସରକାରୀ ଅର୍ଥ ଖର୍ଚ୍ଚ କରାଗଲା ବେଳେ ଉପଯୁକ୍ତ ଯୋଜନା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଜନସାଧାରଣ ଉପକୃତ ହେବେ। ବହୁବାର ଅଭିଯୋଗ ସତ୍ତ୍ୱେ ଦୃଷ୍ଟି ଦିଆଯାଉ ନାହିଁ।
-ନବକିଶୋର ସାହୁ, ସରପଞ୍ଚ, ବିଲେଇନାଳି

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି
ଦେଢ଼ବର୍ଷ ହେଲା ରାସ୍ତା ନିର୍ମାଣ ସରିଲାଣି। କିନ୍ତୁ ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେଉ ନ ଥିବାରୁ ୧୧ଟି ଗ୍ରାମର ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ବିଭାଗ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଗୁରତ୍ୱ ଦିଆଯାଉ ନାହିଁ।
-ମଦନ ବିଶ୍ୱାଳ, ଭେଜିଗୋଠ

ଅଧିକାରୀଙ୍କ ଅବହେଳା ଦାୟୀ
ବଇଣ୍ଡାରୁ ସୋଲଣ୍ଡାର ଦୂରତ୍ୱ ମାତ୍ର ୪ କିଲୋମିଟର। କିନ୍ତୁ ପୂର୍ତ୍ତ ରାସ୍ତାରେ ଥିବା ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେଉ ନ ଥିବାରୁ ୭ କିଲୋମିଟର ବୁଲିକି ଯିବାକୁ ପଡୁଛି। ୭ କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କୁ ଯାତାୟାତରେ ହଇରାଣ ହେବାକୁ ପଡ଼ୁଛି। ବିଭାଗୀୟ ଅଧକାରୀଙ୍କ ଅବହେଳା ଦାୟୀ।
-ଶ୍ରୀଧର ମାଝି, ସୋଲଣ୍ଡା

ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯିବ
ପୂର୍ତ୍ତ ବିଭାଗର ଉକ୍ତ ରାସ୍ତାରେ ଥିବା ୩ଟି ନାଳ ଉପରେ କିପରି ବ୍ରିଜ୍‌ ନିର୍ମାଣ ହେବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ। ଲୋକଙ୍କ ସମସ୍ୟା ଦୂର କରିବାକୁ ଉଦ୍ୟମ ଜାରି ରହିଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri