୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର ଅନୁଯାୟୀ ସ୍ବାଭାବିକ ଭାବେ ଘଟିଥାଏ, ତେବେ ଗୋଟିଏ ଦିନରେ ସମସ୍ତ ୪ଟି ଘଟଣା ଘଟୁଥିବାରୁ ଏହା ବାସ୍ତବରେ ଉଲ୍ଲେଖନୀୟ ସଂଯୋଗ।
୧୨ ତାରିଖ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ୬ଟି ଗ୍ରହଙ୍କୁ ଗୋଟିଏ ଧାଡ଼ିରେ ଅବସ୍ଥାନ କରୁଥିବା ଦେଖିବାକୁ ମିଳିବ। ସେହି ଗ୍ରହଗୁଡ଼ିକ ହେଲେ ବୃହଷ୍ପତି, ବୁଧ, ମଙ୍ଗଳ, ଶନି, ୟୁରାନସ୍‌ ଓ ନେପ୍‌ଚୁନ। ସେମାନେ ଆକାଶରେ ପୂର୍ବରୁ ପଶ୍ଚିମକୁ ଗୋଟିଏ ରେଖାରେ ଥିବା ଦେଖାଯିବେ ବୋଲି ୟୁଏସ୍‌ଏ ଟୁଡେ ପ୍ରକାଶ କରିଛି। ମଙ୍ଗଳ ଏବଂ ଶନି ଖାଲି ଆଖିରେ ସହଜରେ ଦେଖିହେବେ। ଅନ୍ୟ ଗ୍ରହମାନଙ୍କୁ ଦେଖିବା ପାଇଁ ବାଇନୋକୁଲାର ବା ଦୂରବୀକ୍ଷଣ ଯନ୍ତ୍ର ଆବଶ୍ୟକ ହେବ।
ଏଥିସହିତ ସେହିଦିନ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟ ଗ୍ରୀନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ସ୍ପେନ୍‌ରେ ଦେଖାଯିବ, ଯେଉଁଠି ଦିନ କିଛି ସମୟ ପାଇଁ ରାତି ହୋଇଯିବ। ଏହା ବ୍ୟତୀତ ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଦେବ। ତେବେ ଭାରତକୁ ଏହା ଦୃଶ୍ୟ ହେବ ନାହିଁ। ସେହିପରି ସେଦିନ ଅମାବାସ୍ୟା ହୋଇଥିବାରୁ ପୃଥିବୀ ଆଡ଼କୁ ଥିବା ଚନ୍ଦ୍ର ପାର୍ଶ୍ୱକୁ ଆଦୌ ସୂର୍ଯ୍ୟାଲୋକ ପଡ଼ି ନ ଥାଏ। ଫଳରେ ରାତିର ଆକାଶ ଅତ୍ୟନ୍ତ ଅନ୍ଧକାରମୟ ହୋଇଥାଏ। ଏହା ବ୍ୟତୀତ ସେଦିନର ଚତୁର୍ଥ ଘଟଣା ହେଉଛି ଘନ ଅନ୍ଧାର ରାତି ଆକାଶରେ ବର୍ଷର ସର୍ବାଧିକ ପର୍ସେଇଡ୍‌ ଉଲ୍‌କାପାତର ଦୃଶ୍ୟ ଦେଖିହେବ। ଚନ୍ଦ୍ରାଲୋକର ବାଧା ନ ଥିବାରୁ ଆକାଶକୁ ନିରୀକ୍ଷଣ କରୁଥିବା ଲୋକମାନେ ରାତି ଆକାଶରେ ଘଣ୍ଟାପ୍ରତି ୧୦୦ ପର୍ଯ୍ୟନ୍ତ ଉଲ୍‌କା ଖସୁଥିବା ଦେଖିପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ…

ଗାଜା ଶାନ୍ତି ଯୋଜନାକୁ ଇସ୍ରାଏଲ୍‌ର ପ୍ରତ୍ୟାଖ୍ୟାନ

ଜେରୁଜେଲମ୍‌, ୧୦ା୮: ଗାଜା କିମ୍ବା ଓ୍ବେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନ ହୋଇପାରିବ ନାହଁି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିବା ସହ ୧୫-ସୂତ୍ରୀ ଗାଜା…

ମୋଜତାବାଙ୍କ ଭିଡିଓ ଜାରି କଲା ଇରାନ

ତେହରାନ୍‌, ୧୦ା୮: ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଇସ୍ରାଏଲ୍‌ ଗଣମାଧ୍ୟମରେ ଖବର ପ୍ରକାଶ…

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

CEG: କମନ ଓ୍ବେଲଥ ଚାମ୍ପିୟନଙ୍କୁ ଭେଟି ବଡ଼ କଥା କହିଲେ ମୋଦି, ‘ଲାଗୁଥିଲା ଯେମିତି ପ୍ରତି ବୁନ୍ଦା ଲୁହରୁ ଝରୁଥିଲା ସ୍ବର୍ଣ୍ଣ ପଦକ’

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ। ସେ ରବିବାର ଖେଳାଳିମାନଙ୍କୁ ଭେଟିଥିଲେ ଏବଂ ଇନଷ୍ଟାଗ୍ରାମରେ ଆଲୋଚନାର ଏକ ଭିଡିଓ ଶେୟାର କରିଥିଲେ। ସେ ଖେଳାଳିମାନଙ୍କୁ…

ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ ପୋଷ୍ଟ ଶେୟାର କରି କ’ଣ ଲେଖିଲେ

ନୂଆଦିଲ୍ଲୀ,୧୦।୮: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ…

୧୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ପୋଲିସକୁ ଦେଖି ଡ୍ରାଇଭର…

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ କଣ୍ଟେନରରୁ ୧୨ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri