ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଗିିରଫ ଅଭିଯୁକ୍ତ ହେଲେ ଶିବ ଭଇଁସାଲ(୨୦)। ଏ ନେଇ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ଗତ ରବିବାର ବନହରପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୬୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ମୁତାବକ, ମହିଳାଙ୍କ ସାନଝିଅଙ୍କୁ ଅଭିଯୁକ୍ତ ଯୁବକ ଏକତରଫା ଭଲ ପାଉଥିଲେ। ଏହାର ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ଜଣଙ୍କ ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ। ଏଥିରେ ପରିବାର ଲୋକେ ବିରୋଧ କରିବାରୁ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସି ପ୍ରଥମେ ତାଙ୍କ ବଡଝିଅଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ମହିଳାଙ୍କ ସ୍ବାମୀ ଘରେ ନ ଥିଲେ। ଏହାକୁ ମହିଳା ଓ ତାଙ୍କ ସାନ ଝିଅ ବିରୋଧ କରିଥିଲେ । ଫଳରେ ଯୁବକ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ମହିଳା ଓ ତାଙ୍କର ଦୁଇ ଝିଅଙ୍କୁ ମାଡ ମାରିବାରୁ ୩ଜଣ ଆହତ ହୋଇଥିଲେ। ମହିଳାଙ୍କ ସ୍ବାମୀ ଘରକୁ ଆସି ଘଟଣା ସମ୍ପର୍କରେ ଜାଣି ଯୁବକଙ୍କ ଘରକୁ ପଚାରିବା ପାଇଁ ଯାଇଥିଲେ। ହେଲେ ଯୁବକ ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେସୁ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା

କଟକ ଅଫିସ, ୩।୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଯାଞ୍ଚ...

ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀରଞ୍ଜନଙ୍କୁ ଛାତ୍ର ସଭାପତି ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୨୭ା୯(ବ୍ୟୁରୋ)-ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ...

ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ: ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ଧାରଣା

ଖଣ୍ଡପଡା,୨୨।୬(ସ୍ବ.ପ୍ର.): ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ସିଘାଂପଡା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଶୁକ୍ରବାର ଅସନ୍ତୋଷ ପ୍ରକାଶ ପାଇଥିଲା।...

୧୦୦ କୋଟି ଖର୍ଚ୍ଚ, ଲାଭ ନାହିଁ

ଗୁଣପୁର,୨୭ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ନେରେଡିଠାରେ ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ନିକଟରେ ଆନ୍ଧ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳବାସୀଙ୍କ ମଧ୍ୟରେ...

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା, ୨୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍‌ ନଂ. ୫୧/୨୦୧୫ର...

ନିଖୋଜ ବୃଦ୍ଧଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା

ଭୁବନେଶ୍ୱର, ୧।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ...

ଜିରା ବ୍ରିଜ୍‌ ପାଇଁ ରାସ୍ତାରୋକୋ

ବରଗଡ଼ ଅଫିସ୍‌,୧।୧୦: ବରଗଡ଼-ଅମ୍ବାପାଲିକୁ ସଂଯୋଗ ପାଇଁ ଚାଲିଥିବା ନୂତନ ଜିରା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୪ବର୍ଷ ପରେ ମଧ୍ୟ ସରିନାହିଁ। ଏହି ନଦୀ ଉପରେ ନିର୍ମିତ...

ଚିଙ୍ଗୁଡ଼ିଚାଷ ଜୈବ ବିବିଧତା ନଷ୍ଟ କରୁଛି

ମହାକାଳପଡ଼ା,୩।୯ (ଡି.ଏନ୍‌.ଏ.): ଚିଙ୍ଗୁଡି ଘେରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଜଳରେ ମିଶିବାରୁ ବିଷ ପାଲଟୁଛି। ଏ ନେଇ ଜୀବଜନ୍ତୁ, ଜଙ୍ଗଲ ଓ ମୃତ୍ତିକା କ୍ଷୟ...

Advertisement
Archives

Model This Week