Posted inଖେଳ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତି ଦଳରୁ ବାଦ୍‌ ପଡ଼ିଥିବା ୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ ପରିଶ୍ରମ କରିଥାନ୍ତି। ତେବେ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପରେ ଜାତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ନ ପାଇବା ନିହାତି ଭାବେ ଖେଳାଳିଙ୍କ ମନୋବଳକୁ ଭାଙ୍ଗି ଦେଇଥାଏ। ଭାରତୀୟ କ୍ରିକେଟ୍‌ ଦଳରେ ଏମିତି ୪ ଜଣ ଖେଳାଳି ଅଛନ୍ତି ଯେଉଁମାନେ ନିଜର ଅନ୍ତିମ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ ମଧ୍ୟ ପରେ ତାଙ୍କୁ ଆଉ ଦଳରେ ସୁଯୋଗ ମିଳିନାହିଁ। ସେହି ୪ ଜଣ ଖେଳାଳିଙ୍କ ବିଷୟରେ ସଂକ୍ଷେପରେ…
ଜନ୍ମିତ ସୁବ୍ରମଣିୟମ ବଦ୍ରିନାଥଙ୍କୁ ଭାରତୀୟ ଘରୋଇ କ୍ରିକେଟ୍‌ର ଜଣେ ଶ୍ରେଷ୍ଠ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଏ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ନିଜର ସ୍ବତନ୍ତ୍ର ଟେକ୍‌ନିକ ଓ ଧୌର୍ଯ୍ୟ ଲାଗି ୨୦୦୭ରେ ଭାରତୀୟ ଦଳରୁ ଖେଳିବା ପାଇଁ ଡକରା ପାଇଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ମାତ୍ର ୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିପାରିଥିଲେ। କିନ୍ତୁ ୨୦୧୧ରେ ତାଙ୍କୁ ଆଉଥରେ ସୁଯୋଗ ମିଳିଥିଲା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ଲାଗି ସେ ଦଳରେ ସାମିଲ ହୋଇଥିଲେ। ତ୍ରିନିଦାଦରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ଭାରତ ଏକଦା ୫୬ ରନରେ ୪ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ବଦ୍ରିନାଥଙ୍କ ୩୭ ବଲରୁ ୪୩ ରନର ଲଢ଼ୁଆ ଇନିଂସ ଯୋଗୁ ଘରୋଇ ଓ୍ବେଷ୍ଟଇଣ୍ଡିଜ ସାମ୍ନାରେ ୧୬୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଭାରତ। ଶେଷରେ ଏହି ମ୍ୟାଚ୍‌କୁ ଭାରତ ୧୬ ରନରେ ଜିତିଥିବାବେଳେ ବଦ୍ରିନାଥଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଏହାପରେ ଆଉ ଭାରତୀୟ ଦଳରୁ ଖେଳିବାର ସୁଯୋଗ ପାଇ ନ ଥିଲେ।

ସେହିଭଳି ଏହି ଦୁର୍ଭାଗ୍ୟଶାଳୀ ଖେଳାଳି ତାଲିକାର ୨ୟ ସ୍ଥାନରେ ଇର୍ଫାନ ପଠାନ ରହିଛନ୍ତି। କପିଳ ଦେବଙ୍କ ପରେ ଇର୍ଫାନଙ୍କୁ ଦେଶର ଶ୍ରେଷ୍ଠ ଦ୍ରୁତ ବୋଲିଂ ଅଲ୍‌ରାଉଣ୍ଡର ମାନ୍ୟତା ମିଳିଥିଲା। ପ୍ରଥମ ଭାରତୀୟ ବୋଲର ଭାବେ ସେ ଟେଷ୍ଟରେ ତଥା ଓପନିଂ ଓଭରରେ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରିବାର କିର୍ତ୍ତୀମାନ ସ୍ଥାପନ କରିଥିଲେ। ୨୦୦୬ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସେ ଏହି ସଫଳତା ପାଇଥିଲେ। ୨୦୧୨ରେ ଶ୍ରୀଲଙ୍କା ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଇର୍ଫାନ ୫ ଉଇକେଟ୍‌ ଅକ୍ତିଆର କରିବା ସହ ବ୍ୟାଟିଂରେ ୨୯ ରନ ସଂଗ୍ରହ କରିଥିଲେ। ଏହି ଦମ୍‌ଦାର ଅଲ୍‌ରାଉଣ୍ଡର ପ୍ରଦର୍ଶନ ଲାଗି ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ବରୋଦା ଦ୍ରୁତ ବୋଲରଙ୍କୁ ଆଉ ଜାତୀୟ ଦଳରେ ସୁଯୋଗ ମିଳି ନ ଥିଲା।
ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଓ ହରଭଜନ ସିଂଙ୍କ ଲାଗି ହରିୟାଣା ଲେଗ୍‌ସ୍ପିନର ଅମିତ୍‌ ମିଶ୍ରା ଭାରତୀୟ ଦଳରେ ଯଥେଷ୍ଟ ସୁଯୋଗ ପାଇ ନ ଥିଲେ। ୨୦୦୩ରେ କ୍ୟାରିୟର ଆରମ୍ଭ କରିଥିବା ଅମିତ୍‌ ଶେଷଥର ପାଇଁ ୨୦୧୬ରେ ଭାରତୀୟ ଜର୍ସିରେ ନଜରକୁ ଆସିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକ୍‌ିଆ ସିରିଜର ୫ ମ୍ୟାଚ୍‌ରେ ସେ ୧୮ ରନ ବିନିମୟରେ ୫ ଉଇକେଟ୍‌ ନେଇ େଷ୍ଠେ ଖେଳାଳି ପୁରସ୍କାର ହାତେଇଥିଲେ। ସେହିଭଳି ସିରିଜରେ ମୋଟ୍‌ ୧୫ ଉଇକେଟ୍‌ ନେଇଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। କିନ୍ତୁ ଏଭଳି ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ମିଶ୍ରାଙ୍କୁ ଆଉ ସୀମିତ ଓଭର କ୍ରିକେଟ୍‌ରେ ସୁଯୋଗ ମିଳି ନ ଥିଲା। ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ମଧ୍ୟ ଏହି ଦୁର୍ଭାଗ୍ୟଶାଳୀ ଖେଳାଳି ତାଲିକାରେ ରହିଛନ୍ତି। ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଓଝା ୧୦ ଉଇକେଟ୍‌ ନେଇ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। କିନ୍ତୁ ଏହି ଓଡ଼ିଆ ବାମହାତୀ ସ୍ପିନରଙ୍କୁ ୨୦୧୩ ପରେ ଆଉଥରେ ଭାରତୀୟ ଜର୍ସିରେ ଦେଖିବାକୁ ମିଳି ନ ଥିଲା। ନିକଟରେ ସେ କ୍ରିକେଟ୍‌ରୁ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri