କରୋନା ଆକ୍ରାନ୍ତ ହେଲେଣି ୧୮ ପରିବହନ କର୍ମଚାରୀ

କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା ଦେଇଛି। ଉଭୟ ସୀମା ତନଖି କାର୍ଯ୍ୟରେ ନିୟୋଜିତ ଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଆର୍‌ଟିଓର ୧୮ ଜଣ ଅଧିକାରୀ, କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରେ ୧୦ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ଏସ୍‌ଟିଏ ସୂତ୍ରରୁ ଜଣାପଡ଼ିଛି। ଜୁଲାଇ ୭ରେ ଭୁବନେଶ୍ୱର ଆର୍‌ଟିଓର ୩ ଜଣ ଓ ୮ରେ ଜଣେ ଚିହ୍ନଟ ହୋଇଥିଲେ। ଜୁଲାଇ ୧୦ରେ ବାଲେଶ୍ୱରରୁ ଜଣେ, ୧୫ରେ ଭୁବନେଶ୍ୱରରୁ ଜଣେ ଓ ବାଲେଶ୍ୱରରୁ ୨ଜଣ, ୧୬ରେ ମାଲକାନଗିରିରୁ ଜଣେ, ୨୩ରେ ଭଞ୍ଜନଗର ଓ ଗଜପତିରୁ ଜଣେ ଲେଖାଏ ଏବଂ ୨୭ ତାରିଖରେ ଗଞ୍ଜାମ ଆର୍‌ଟିଓରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର୍‌ଙ୍କ କଳି: ଥାନାରେ ଦ୍ୱାରସ୍ଥ ହେଲେ ପ୍ରକୃତିଙ୍କ ମା’ବାପା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ଏମିତି...

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା...

ଲକ୍ଷ୍ନୌରେ ଫସି ରହିଛନ୍ତି ୫ ଯୁବକ

ସମ୍ବଲପୁର, ୨୬।୩ (ବ୍ୟୁରୋ) କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫଶି ରହିଛନ୍ତି। ଲକ୍ଷ୍ମୌରେ ସମ୍ବଲପୁର...

ବିପଦରେ ଚିଲିକାର ବିଦେଶୀ ପକ୍ଷୀ

ଖୋର୍ଦ୍ଧା ଅଫିସ/ନିରାକାରପୁର/ଟାଙ୍ଗୀ,୨୬ା୧୨(ଡି.ଏନ୍‌.ଏ): ଶୀତ ବଢ଼ିବା ସହିତ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେବାରେ ଲାଗିଛି। ବର୍ତ୍ତମାନ ଚିଲିକାରେ ପ୍ରାୟ ୬ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ...

ପାଟଣାରେ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗର ଚଢ଼ାଉ

ପାଟଣା,୭।୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ମଙ୍ଗଳବାର ଚଢ଼ାଉ ହୋଇଛି। ଘର ଭିତରେ ବେଆଇନ ଭାବେ ଏଚ୍‌ପି...

ଫାଇଜର ଟିକାର ପାର୍ଶ୍ୱପ୍ରତିକ୍ରିୟା: ଆଲର୍ଜି ଥିବା ଲୋକେ ନ ନେବାକୁ ସତର୍କ ସୂଚନା ଜାରି

ଲଣ୍ଡନ,୧୦।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ସାର୍ବଜନୀକ ଭାବେ ଦିଆଯିବା ଆରମ୍ଭ ହୋଇଛି। ତେବେ ଟିକା...

କାର୍‌-ମିଲ୍କଭ୍ୟାନ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୨(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମହିମା ଛକ ନିକଟ ୪୯ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି...

ପାରିିବାରିକ କଳହ: ଦୁଇ ଘଣ୍ଟାରେ ଦୁଇ ସାଙ୍ଗଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ, ୧୯।୧୦-ପାରିବାରିକ କଳହକୁ କେନ୍ଦ୍ର କରି ତ୍ରିଲୋଚନ ଜେନା ନାମକ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣାରେ ବ୍ୟଥିତ ହୋଇ ତାଙ୍କର ଜଣେ ବନ୍ଧୁ...

Advertisement
Archives

Model This Week