Posted inଜାତୀୟ

କଂଗ୍ରେସକୁ ଝଟ୍‌କା: ଟିଏମ୍‌ସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ

କୋଲକାତା,୫।୭: ପଶ୍ଚିମ ବଙ୍ଗରେ ନିଜର ଅସ୍ତିତ୍ୱ ହରାଉଥିବା କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଛି। ପୂର୍ବତନ ରାଷ୍ଟ୍ରପତି ତଥା ସ୍ବର୍ଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଛନ୍ତି। ସୋମବାର କୋଲକାତାରେ ଟିଏମ୍‌ସି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଅଭିଜିତ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ସନ୍ଦୀପ ବନ୍ଦୋପାଧ୍ୟାୟ ତାଙ୍କୁ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଥିଲେ। ସୂଚନାଯୋଗ୍ୟ, ପିତାଙ୍କ ଆସନ ଜାଙ୍ଗିପୁରରୁ ଅଭିଜିତ ୨ଥର ଲୋକ ସଭା ଏମ୍‌ପି ହୋଇଥିଲେ। କିନ୍ତୁ କଂଗ୍ରେସରୁ ଟିକେଟ ପାଇ ସାଧାରଣ ନିର୍ବାଚନରେ ସେ ଏଠାରୁ ହାରି ଯାଇଥିଲେ। ଯଦିଓ ଅଭିଜିତ ରାଜନୀତିରେ ଏକ ବଡ଼ ଚେହେରା ନୁହଁନ୍ତି ତଥାପି ସେ ଟିଏମ୍‌ସିରେ ସାମିଲ ହେବା କଂଗ୍ରେସ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ନିକଟରେ ଅନେକ ବଡ଼ ବଡ଼ ନେତା ମଧ୍ୟ କଂଗ୍ରେସର ହାତ ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ପଇସା କେତେ ଟଙ୍କା: ଉତ୍ତର ଦେଇପାରିଲେନି ଗଣିତ ଶିକ୍ଷୟିତ୍ରୀ

ମୁମ୍ବାଇ,୨।୯: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’ ଏହାର ଟିଆର୍‌ପିକୁ ନେଇ ବେଶ୍‌ ପରିଚିତ। କାରଣ ଏହା ଏକ ଲୋପକ୍ରିୟ ଶୋ’।...

ଆଜି ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ, ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତ କରିବେ। ରାଜାତାଲାବ ନିକଟ ଗଞ୍ଜାରୀରେ ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା...

ବିମାନରେ ବୋମା ଥିବା କହି ଫୋନ କରିବା ପଡିଲା ମହଙ୍ଗା, ବ୍ୟକ୍ତିଙ୍କୁ ଧରିଲା ପୋଲିସ

ନୂଆଦିଲ୍ଲୀ,୨୦।୨: ଚେନ୍ନାଇ-ହାଇଦ୍ରବାଦ ଯାଉଥିବା ଏକ ବିମାନରେ ବୋମା ଥିବା କହି ଫୋନ କରିବା ବ୍ୟକ୍ତିଙ୍କ ମହଙ୍ଗା ପଡିଛି। ଫ୍ଲାଇଟ୍‌ ମିସ୍‌ କରିବା ଭୟରେ ବ୍ୟକ୍ତି ଜଣଙ୍କ...

ଲକ୍ଷ୍ନୌରେ ବଢ଼ିଲା ଇଣ୍ଟରନେଟ ସେବା ବନ୍ଦ ଅବଧି

ଲକ୍ଷ୍ନୌ,୨୪।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଇଣ୍ଟରନେଟ ସେବା ବନ୍ଦ ମଙ୍ଗଳବାର ୫ମ ଦିନରେ ପହଞ୍ଚିଛି। ଇଣ୍ଟରନେଟ ସେବା ବନ୍ଦର ଅବଧିକୁ ବୃଦ୍ଧି କରାଯାଇ ବୁଧବାର ମଧ୍ୟରାତ୍ରି...

ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…

ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ...

ଅମିତ ଶାହାଙ୍କ ଘରେ ପହଞ୍ଚିଲେ ଜିତିନ୍‌ ପ୍ରସାଦ: ଭାଜପାରେ ହୋଇପାରନ୍ତି ସାମିଲ୍‌

ନୂଆଦିଲ୍ଲୀ,୯।୬। କଂଗ୍ରେସକୁ ପୁଣି ଲାଗିପାରେ ଝଟ୍‌କା। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ପରେ ଏବେ ଦଳ ଛାଡିଆପାରନ୍ତି ଆଉ ଜଣେ ହେବିଓ୍ବେଟ୍‌। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ...

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରତିକ୍ରିୟା ରଖିଲେ ଏକନାଥ: କହିଲେ, ଏହା ହିନ୍ଦୁତ୍ୱର ବିଜୟ

ମୁମ୍ବାଇ,୨୭।୬: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୧ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି...

ପୁଣି ଇଡି ଜାଲରେ ଆଜମ, ପୁଅ-ପତ୍ନୀ

ଲକ୍ଷ୍ନୌ,୫।୭: ସମାଜବାଦୀ ପାର୍ଟି(ଏସ୍‌ପି)ର ବରିଷ୍ଠ ନେତା ଆଜମ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନିକଟରେ ଜେଲ୍‌ରୁ ମୁକୁଳିଥିବା ଆଜମଙ୍କ ଘରକୁ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)...

Advertisement
Archives

Model This Week