ଇମ୍ରାନଙ୍କୁ ଡରାଉଛି ମୃତ୍ୟୁର ଭୟ, କୋର୍ଟରେ ହାଜର ହେବା ପୂର୍ବରୁ ସିଜେପିଙ୍କୁ ଚିଠି ଲେଖି ମାଗିଲେ ପର୍ଯ୍ୟାପ୍ତ ସୁରକ୍ଷା

ଇସଲାମାବାଦ,୬ ।୩: ତୋଶାଖାନା ମାମଲାରେ ଇସଲାମାବାଦ ପୋଲିସ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ଲାହୋର ସ୍ଥିତ ତାଙ୍କ ଜମନ ପାର୍କ ଘରେ ପହଞ୍ଚିଥିଲା । ହେଲେ ସମର୍ଥକଙ୍କ ବିରୋଧ ଯୋଗୁ ପୋଲିସ ଖାଲି ହାତରେ ଫେରିଥିଲା । ଏହାରି ଭିତରେ ପୋଲିସଠାରୁ ବଞ୍ଚିବାକୁ ଯାଇ ଇମ୍ରାନ ଏଠି ସେଠି ଲୁଚିଥିଲେ । ପୋଲିସ ଫେରିଯିବା ପରେ ସେ ଘରେ ପହଞ୍ଚି ସମର୍ଥକଙ୍କୁ ସମ୍ବୋଧନ କରିଥିଲେ । କହିଥିଲେ ଆପଣମାନେ ମୋର ଟାଇଗର୍ସ । ମୁଁ କେବେ କାହା ସାମ୍ନାରେ ନଇଁ ନାହିଁ ଅବା ନଇଁବି ନାହିଁ । ଆମେ କେବଳ ଆଲ୍ଲାଙ୍କ ସାମ୍ନାରେ ନଇଁବା ଲୋକେ । ସେ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଟାର୍ଗେଟ କରି କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ଭିକ ମାଗିମାଗି ପାକିସ୍ତାନକୁ ଲଜ୍ଜିତ କରୁଛନ୍ତି ।
ସୂଚନାଯୋଗ୍ୟ, ଇସଲାମାବାଦର ଏକ ଅଦାଲତ ତୋଶାଖାନା ମାମଲାରେ ସମନ ଜାରି କରିବା ପରେ ବି ହାଜର ନ ହେବାରୁ ଗତ ସପ୍ତାହରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହିନ ୱାରଣ୍ଟ ଜାରି କରି କହିଥିଲେ, କି ଯଦି ଇମ୍ରାନ ୭ ମାର୍ଚ୍ଚରେ ଶୁଣାଣିରେ ଉପସ୍ଥିତ ନ ହୁଅନ୍ତି ତେବେ ପୋଲିସ ତାଙ୍କୁ ଗିରଫ କରି ହାଜର କରୁ । ଇମ୍ରାନ ୭ ମାର୍ଚ୍ଚ ପୂର୍ବରୁ ଗିରଫଦାରୀକୁ ବେଆଇନ ଦର୍ଶାଇ କହିଥିଲେ, ସରକାର ତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଏବେକାର ସରକାର ଦେଶକୁ ସବୁଠାରୁ ଖରାପ ପରିସ୍ଥିତିକୁ ନେଇ ଆସିଛନ୍ତି । ଅର୍ଥବ୍ୟବସ୍ଥା ବୁଡି ଯାଇଛି । ଲୋକେ ମହଙ୍ଗା ମାଡରେ ବେହାଲ, ସେମାନଙ୍କ ଉପରେ ଋଣ ବୋଝ ଲଦି ଦିଆଯାଉଛି । ଇମ୍ରାନ କହିଛନ୍ତି ପାକିସ୍ତାନ ଦେବାଳିଆ ହେବା ପଛରେ ଶାସନରେ ଥିବା ସରକାରଙ୍କ ନେତା ଦାୟୀ, ଯେଉଁମାନେ ଜନତାଙ୍କ ଟଙ୍କାରେ ବିଦେଶରେ ଜାଗା କିଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri