ଇମ୍ରାନଙ୍କୁ ଡରାଉଛି ମୃତ୍ୟୁର ଭୟ, କୋର୍ଟରେ ହାଜର ହେବା ପୂର୍ବରୁ ସିଜେପିଙ୍କୁ ଚିଠି ଲେଖି ମାଗିଲେ ପର୍ଯ୍ୟାପ୍ତ ସୁରକ୍ଷା

ଇସଲାମାବାଦ,୬ ।୩: ତୋଶାଖାନା ମାମଲାରେ ଇସଲାମାବାଦ ପୋଲିସ ରବିବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ କରିବାକୁ ଲାହୋର ସ୍ଥିତ ତାଙ୍କ ଜମନ ପାର୍କ ଘରେ ପହଞ୍ଚିଥିଲା । ହେଲେ ସମର୍ଥକଙ୍କ ବିରୋଧ ଯୋଗୁ ପୋଲିସ ଖାଲି ହାତରେ ଫେରିଥିଲା । ଏହାରି ଭିତରେ ପୋଲିସଠାରୁ ବଞ୍ଚିବାକୁ ଯାଇ ଇମ୍ରାନ ଏଠି ସେଠି ଲୁଚିଥିଲେ । ପୋଲିସ ଫେରିଯିବା ପରେ ସେ ଘରେ ପହଞ୍ଚି ସମର୍ଥକଙ୍କୁ ସମ୍ବୋଧନ କରିଥିଲେ । କହିଥିଲେ ଆପଣମାନେ ମୋର ଟାଇଗର୍ସ । ମୁଁ କେବେ କାହା ସାମ୍ନାରେ ନଇଁ ନାହିଁ ଅବା ନଇଁବି ନାହିଁ । ଆମେ କେବଳ ଆଲ୍ଲାଙ୍କ ସାମ୍ନାରେ ନଇଁବା ଲୋକେ । ସେ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଟାର୍ଗେଟ କରି କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ଭିକ ମାଗିମାଗି ପାକିସ୍ତାନକୁ ଲଜ୍ଜିତ କରୁଛନ୍ତି ।
ସୂଚନାଯୋଗ୍ୟ, ଇସଲାମାବାଦର ଏକ ଅଦାଲତ ତୋଶାଖାନା ମାମଲାରେ ସମନ ଜାରି କରିବା ପରେ ବି ହାଜର ନ ହେବାରୁ ଗତ ସପ୍ତାହରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହିନ ୱାରଣ୍ଟ ଜାରି କରି କହିଥିଲେ, କି ଯଦି ଇମ୍ରାନ ୭ ମାର୍ଚ୍ଚରେ ଶୁଣାଣିରେ ଉପସ୍ଥିତ ନ ହୁଅନ୍ତି ତେବେ ପୋଲିସ ତାଙ୍କୁ ଗିରଫ କରି ହାଜର କରୁ । ଇମ୍ରାନ ୭ ମାର୍ଚ୍ଚ ପୂର୍ବରୁ ଗିରଫଦାରୀକୁ ବେଆଇନ ଦର୍ଶାଇ କହିଥିଲେ, ସରକାର ତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଏବେକାର ସରକାର ଦେଶକୁ ସବୁଠାରୁ ଖରାପ ପରିସ୍ଥିତିକୁ ନେଇ ଆସିଛନ୍ତି । ଅର୍ଥବ୍ୟବସ୍ଥା ବୁଡି ଯାଇଛି । ଲୋକେ ମହଙ୍ଗା ମାଡରେ ବେହାଲ, ସେମାନଙ୍କ ଉପରେ ଋଣ ବୋଝ ଲଦି ଦିଆଯାଉଛି । ଇମ୍ରାନ କହିଛନ୍ତି ପାକିସ୍ତାନ ଦେବାଳିଆ ହେବା ପଛରେ ଶାସନରେ ଥିବା ସରକାରଙ୍କ ନେତା ଦାୟୀ, ଯେଉଁମାନେ ଜନତାଙ୍କ ଟଙ୍କାରେ ବିଦେଶରେ ଜାଗା କିଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri