Posted inଖେଳ

ଓଡ଼ିଶା ଏଫ୍‌ସିରେ ପୂର୍ବତନ ନ୍ୟୁକାଷ୍ଟଲ ୟୁନାଇଟେଡ ଖେଳାଳି

ଭୁବନେଶ୍ୱର, ୧୭।୯(କ୍ରୀଡ଼ା ପ୍ରତିନିଧି)- ହାଇ ପ୍ରୋଫାଇଲ ଇଂଲିଶ୍‌ କ୍ଲବ ନ୍ୟୁକାଷ୍ଟଲ ୟୁନାଇଟେଡର ପୂର୍ବତନ ତାରକା ଖେଳାଳି ଷ୍ଟିଭେନ ଟେଲର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଆଗାମୀ ସିଜନରେ ଓଡ଼ିଶା ଏଫସି ପକ୍ଷରୁ ଖେଳିବେ। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଟେଲରଙ୍କ ସହିତ ଏକ ବର୍ଷିଆ ଚୁକ୍ତି କରିଛି। ଆଉ ଏକ ବର୍ଷ ଚୁକ୍ତି ବୃଦ୍ଧି କରିବାର ମଧ୍ୟ ବିକଳ୍ପ ରହିଛି। ନ୍ୟୁକାଷ୍ଟଲ ୟୁନାଇଟେଡ ପକ୍ଷରୁ ୨୦୦୩-୦୪ ସିଜନରେ ସିନିୟର କ୍ଲବ କ୍ୟାରିୟର ଆରମ୍ଭ କରିଥିଲେ ୩୪ ବର୍ଷୀୟ ଟେଲର। ଏହି ସେଣ୍ଟର ବ୍ୟାକ୍‌ ଏକଦଶନ୍ଧୀରୁ ଊର୍ଦ୍ଧ୍ୱ ପ୍ରିମିୟର ଲିଗ୍‌ରେ ଖେଳିଥିଲେ। ପରେ ସେ ଆମେରିକାନ ପ୍ରଫେଶନାଲ କ୍ଲବ ପୋର୍ଟଲ୍ୟାଣ୍ଡ ଟିମ୍ବର୍ସକୁ ୨୦୧୬ରେ ଯାଇଥିଲେ। ଲଣ୍ଡନ ଜନ୍ମିତ ଏହି ଫୁଟବଲର ଇଂଲଣ୍ଡ ‘ବି’ ଏବଂ ଅନ୍ୟ ଇଂଲିଶ୍‌ କ୍ଲବ ଓ୍ବେକମ୍ବ ଓ୍ବାଣ୍ଡରର୍ସ ଏଫସି, ଇପ୍‌ସ୍ବିଚ୍‌ ଟାଉନ୍‌ ଏଫସି ଏବଂ ପିଟରବର୍ଗ ୟୁନାଇଟେଡ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଇଂଲଣ୍ଡ ପକ୍ଷରୁ ସେ ୧୬, ୧୭, ୨୦ ଓ ୨୧ ବର୍ଷରୁ କମ୍‌ ଦଳରେ ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟରେ ଖେଳିଥିଲେ। ଓଡ଼ିଶା ଏଫସିରେ ଯୋଗଦେବା ପୂର୍ବରୁ ଟେଲର ନ୍ୟୁଜିଲାଣ୍ଡର ଓ୍ବେଲିଂଟନ ଫୋନିକ୍ସ ଏଫସିର ଅଧିନାୟକ ଥିଲେ। ଏହି ଦଳ ଅଷ୍ଟ୍ରେଲିଆନ ‘ଏ’ ଲିଗ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତାଙ୍କ ଦୃଢ଼ ରକ୍ଷଣଭାଗ ଯୋଗୁ ଓ୍ବେଲିଂଟନ ଏଫସି ଗତ ସିଜନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଅଷ୍ଟ୍ରେଲିଆନ ‘ଏ’ ଲିଗ୍‌ରେ ସେ ଗତ ୨ ସିଜନରେ ୪୯ ଗେମ୍‌ ଖେଳିଥିଲେ।
ଟେଲରଙ୍କ ସଫଳତା ତାଙ୍କ ସମ୍ପର୍କରେ ଅନେକ କିଛିକୁ ସୂଚାଉଛି ବୋଲି ଓଡ଼ିଶା ଏଫସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ତାଙ୍କ ନେତୃତ୍ୱ ନେବାର ଦକ୍ଷତା ଆମ ଯୁବ ଦଳ ପାଇଁ ବେଶ୍‌ ଉପାଦେୟ ହେବ। ସେ ଜଣେ ବିଚକ୍ଷଣ ଡିଫେଣ୍ଡର। ତାଙ୍କ ଉପସ୍ଥିତିରେ ଦଳର ଶକ୍ତି ବୃଦ୍ଧି ପାଇଛି“ ବୋଲି ବକ୍ସଟର କହିଛନ୍ତି। ଅନ୍ୟପକ୍ଷରେ ନୂଆ ଚୁକ୍ତିରେ ଖୁସି ଜାହିର କରିବା ସହ ତାଙ୍କ ଅଭିଜ୍ଞତା ଓ ନେତୃତ୍ୱ ନେବାର ଦକ୍ଷତା ଦଳପାଇଁ ଉପାଦେୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଟେଲର। ଯୁବ ଭାରତୀୟ ଖେଳାଳିଙ୍କ ସହିତ ମିଶିବା ପାଇଁ ସେ ବ୍ୟଗ୍ର ଏବଂ ବକ୍ସଟରଙ୍କ ଅଧିନରେ କାମ କରିବାକୁ ଯାଉଥିବାରୁ ଖୁସି ବୋଲି କହିଛନ୍ତି। ଓଡ଼ିଶା ଏଫସି ପାଇଁ ଆଗାମୀ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା ତାଙ୍କ ଇଚ୍ଛା ବୋଲି ଟେଲର ପ୍ରsକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?