Posted inଖେଳ

ଓଡ଼ିଶା ଏଫ୍‌ସିରେ ପୂର୍ବତନ ନ୍ୟୁକାଷ୍ଟଲ ୟୁନାଇଟେଡ ଖେଳାଳି

ଭୁବନେଶ୍ୱର, ୧୭।୯(କ୍ରୀଡ଼ା ପ୍ରତିନିଧି)- ହାଇ ପ୍ରୋଫାଇଲ ଇଂଲିଶ୍‌ କ୍ଲବ ନ୍ୟୁକାଷ୍ଟଲ ୟୁନାଇଟେଡର ପୂର୍ବତନ ତାରକା ଖେଳାଳି ଷ୍ଟିଭେନ ଟେଲର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଆଗାମୀ ସିଜନରେ ଓଡ଼ିଶା ଏଫସି ପକ୍ଷରୁ ଖେଳିବେ। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଟେଲରଙ୍କ ସହିତ ଏକ ବର୍ଷିଆ ଚୁକ୍ତି କରିଛି। ଆଉ ଏକ ବର୍ଷ ଚୁକ୍ତି ବୃଦ୍ଧି କରିବାର ମଧ୍ୟ ବିକଳ୍ପ ରହିଛି। ନ୍ୟୁକାଷ୍ଟଲ ୟୁନାଇଟେଡ ପକ୍ଷରୁ ୨୦୦୩-୦୪ ସିଜନରେ ସିନିୟର କ୍ଲବ କ୍ୟାରିୟର ଆରମ୍ଭ କରିଥିଲେ ୩୪ ବର୍ଷୀୟ ଟେଲର। ଏହି ସେଣ୍ଟର ବ୍ୟାକ୍‌ ଏକଦଶନ୍ଧୀରୁ ଊର୍ଦ୍ଧ୍ୱ ପ୍ରିମିୟର ଲିଗ୍‌ରେ ଖେଳିଥିଲେ। ପରେ ସେ ଆମେରିକାନ ପ୍ରଫେଶନାଲ କ୍ଲବ ପୋର୍ଟଲ୍ୟାଣ୍ଡ ଟିମ୍ବର୍ସକୁ ୨୦୧୬ରେ ଯାଇଥିଲେ। ଲଣ୍ଡନ ଜନ୍ମିତ ଏହି ଫୁଟବଲର ଇଂଲଣ୍ଡ ‘ବି’ ଏବଂ ଅନ୍ୟ ଇଂଲିଶ୍‌ କ୍ଲବ ଓ୍ବେକମ୍ବ ଓ୍ବାଣ୍ଡରର୍ସ ଏଫସି, ଇପ୍‌ସ୍ବିଚ୍‌ ଟାଉନ୍‌ ଏଫସି ଏବଂ ପିଟରବର୍ଗ ୟୁନାଇଟେଡ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଇଂଲଣ୍ଡ ପକ୍ଷରୁ ସେ ୧୬, ୧୭, ୨୦ ଓ ୨୧ ବର୍ଷରୁ କମ୍‌ ଦଳରେ ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟରେ ଖେଳିଥିଲେ। ଓଡ଼ିଶା ଏଫସିରେ ଯୋଗଦେବା ପୂର୍ବରୁ ଟେଲର ନ୍ୟୁଜିଲାଣ୍ଡର ଓ୍ବେଲିଂଟନ ଫୋନିକ୍ସ ଏଫସିର ଅଧିନାୟକ ଥିଲେ। ଏହି ଦଳ ଅଷ୍ଟ୍ରେଲିଆନ ‘ଏ’ ଲିଗ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତାଙ୍କ ଦୃଢ଼ ରକ୍ଷଣଭାଗ ଯୋଗୁ ଓ୍ବେଲିଂଟନ ଏଫସି ଗତ ସିଜନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲା। ଅଷ୍ଟ୍ରେଲିଆନ ‘ଏ’ ଲିଗ୍‌ରେ ସେ ଗତ ୨ ସିଜନରେ ୪୯ ଗେମ୍‌ ଖେଳିଥିଲେ।
ଟେଲରଙ୍କ ସଫଳତା ତାଙ୍କ ସମ୍ପର୍କରେ ଅନେକ କିଛିକୁ ସୂଚାଉଛି ବୋଲି ଓଡ଼ିଶା ଏଫସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ତାଙ୍କ ନେତୃତ୍ୱ ନେବାର ଦକ୍ଷତା ଆମ ଯୁବ ଦଳ ପାଇଁ ବେଶ୍‌ ଉପାଦେୟ ହେବ। ସେ ଜଣେ ବିଚକ୍ଷଣ ଡିଫେଣ୍ଡର। ତାଙ୍କ ଉପସ୍ଥିତିରେ ଦଳର ଶକ୍ତି ବୃଦ୍ଧି ପାଇଛି“ ବୋଲି ବକ୍ସଟର କହିଛନ୍ତି। ଅନ୍ୟପକ୍ଷରେ ନୂଆ ଚୁକ୍ତିରେ ଖୁସି ଜାହିର କରିବା ସହ ତାଙ୍କ ଅଭିଜ୍ଞତା ଓ ନେତୃତ୍ୱ ନେବାର ଦକ୍ଷତା ଦଳପାଇଁ ଉପାଦେୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଟେଲର। ଯୁବ ଭାରତୀୟ ଖେଳାଳିଙ୍କ ସହିତ ମିଶିବା ପାଇଁ ସେ ବ୍ୟଗ୍ର ଏବଂ ବକ୍ସଟରଙ୍କ ଅଧିନରେ କାମ କରିବାକୁ ଯାଉଥିବାରୁ ଖୁସି ବୋଲି କହିଛନ୍ତି। ଓଡ଼ିଶା ଏଫସି ପାଇଁ ଆଗାମୀ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା ତାଙ୍କ ଇଚ୍ଛା ବୋଲି ଟେଲର ପ୍ରsକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri