Posted inଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ, ୧୫।୯: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସଦାଶିବ ରାଓଜୀ ପାଟିଲଙ୍କ ମଙ୍ଗଳବାର ପରଲୋକ ଘଟିଛି। କୋହ୍ଲାପୁରସ୍ଥିତ ନିଜ ବାସଭବନରେ ୮୬ ବର୍ଷ ବୟସରେ ସଦାଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ତ୍ରୀ ଓ ୨ ଝିଅଙ୍କ ସହ ସେ ରହୁଥିଲେ। ୧୯୫୫ ମସିହାରେ ସଦାଶିବ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ଲାଗି ତାଙ୍କୁ ଆଉ ସୁଯୋଗ ମିଳି ନ ଥିଲା। ତେବେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସକ୍ରିୟ ଥିଲେ। ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ମହାରାଷ୍ଟ୍ର ପକ୍ଷରୁ ସଦାଶିବ ୩୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୮୬୬ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ତାଙ୍କ ନାମରେ ୮୩ ଉଇକେଟ୍‌ ମଧ୍ୟ ଲିପିବଦ୍ଧ ରହିଛି। ସଦାଶିବ ରଣ୍‌ଜୀ ଟ୍ରଫିରେ ମଧ୍ୟ ମହାରାଷ୍ଟ୍ର ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ...

ଏରର୍‌ ୪୦୪; ଆଉଜଣେ ଧୋନୀ କେବେ ବି ମିଳିବେ ନାହିଁ: କୈଫ୍‌

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ମଙ୍ଗଳବାର ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ...

ଦୂତୀଙ୍କୁ ସ୍ବର୍ଣ୍ଣ, ଅମିୟ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି): କରୋନା ମହାମାରୀ ଜନିତ ଦୀର୍ଘ ଦିନର ବ୍ରେକ୍‌ ପରେ ଭାରତୀୟ ଆଥଲେଟ୍‌ମାନେ ପ୍ରଥମଥରପାଇଁ ଗୁରୁବାର ଟ୍ରାକ୍‌କୁ ଓହ୍ଲାଇଛନ୍ତି। ପଞ୍ଜାବର ପଟିଆଲାରେ ଅନୁଷ୍ଠିତ...

ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର

କୋଲକାତା,୧୭।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟ ହାସଲ କରିଛି। କିନ୍ତୁ ଏହି...

ପଏଣ୍ଟ ବାଣ୍ଟିଲେ ଗୋଆ ଓ ଇଷ୍ଟବେଙ୍ଗଲ

ମାର୍ଗାଓ, ୩୦ା୧: ସ୍ଥାନୀୟ ଫାତୋର୍ଡା ଷ୍ଟାଡିୟମ୍‌ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ଏସ୍‌ସି ଇଷ୍ଟବେଙ୍ଗଲ ମଧ୍ୟରେ ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚ...

ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ,୧୭।୧୨: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୩-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ...

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌: ଓପନରେ ପ୍ରତ୍ୟୁଷ, ବାଳିକାରେ ଶ୍ରଦ୍ଧା ଚାମ୍ପିୟନ

କଟକ ଅଫିସ,୧୫ା୭- ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି । ୭ ରାଉଣ୍ଡ...

କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ

ଟୋକିଓ,୧ା୩(ଏଏଫ୍‌ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍‌ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ...

Advertisement
Archives

Model This Week