Posted inଖେଳ

ଟ୍ରେକିଂବେଳେ ୨୫୦ ଫୁଟ୍‌ ତଳକୁ ଖସି ପୂର୍ବତନ କ୍ରିକେଟର୍‌ଙ୍କ ମୃତ୍ୟୁ

ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍‌ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍‌ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର ସକାଳେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଶେଖର ତାଙ୍କ ସାଙ୍ଗମାନଙ୍କ ସହ ମିଶି ନାଶିକର ଇଗାଟପୁରୀ ତାଲୁକାରେ ଟ୍ରେକିଂ କରିବାକୁ ଯାଇଥିଲେ। ଯେଉଁଠାରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ଟ୍ରେକିଂବେଳେ ସେ ୨୫୦ ଫୁଟ୍‌ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। କିଛି ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ସେ ସେଲ୍‌ଫି ନେବାବେଳେ ଏହି ଅଘଟଣ ଘଟିଥିଲା। ଶେଖର ଜଣେ ଅଲ୍‌ରାଉଣ୍ଡର ଭାବେ ମହାରାଷ୍ଟ୍ର ପକ୍ଷରୁ ୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ। ସେ ଡାହାଣହାତୀ ବ୍ୟାଟ୍ସମ୍ୟାନ ସହ ଲେଗ୍‌-ସ୍ପିନର ମଧ୍ୟ ଥିଲେ। ତାଙ୍କ ନାମରେ ୩ଟି ଉଇକେଟ୍‌ ରହିଛି। ସେ ମହାରାଷ୍ଟ୍ର ୨୩ ବର୍ଷରୁ କମ୍‌ ଦଳର ଫିଟ୍‌ନେସ କୋଚ୍‌ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…

ରକ୍ଷଣାବେକ୍ଷଣ ଅଭାବ: ରାସ୍ତାପାର୍ଶ୍ୱ ଆଲୋକୀକରଣ ଠପ୍‌

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବିକଶୀତ ବରଗଡ଼ ଲକ୍ଷ୍ୟ ନେଇ ସହରର ବିଭିନ୍ନ ରାସ୍ତାପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଏହି ଆଲୋକୀକରଣ ବ୍ୟବସ୍ଥା ଠପ୍‌ ପଡ଼ି…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri