ଭାଜପାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ,୬ା୭: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ଭାଜପା ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘଦିନରୁ ସେ ଡାଇବେଟିସ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିବାବେଳେ ଶନିବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ଚିକିତ୍ସାରୁ ତାଙ୍କ ଫୁସ୍‌ଫୁସ୍‌ରେ ପାଣି ଭର୍ତ୍ତି ହୋଇଯାଇଥିବା ସହିତ ହାର୍ଟର ଗତି କମ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ରାଧାରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଗତି କରିବାରୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସ୍ବାମୀ ସୁଧାଂଶୁ ପୁରୋହିତ ସୂଚନା ପ୍ରଦାନ କରିଛନ୍ତି।
ରାଧାରାଣୀ ୨୦୧୪ ନିର୍ବାଚନରେ ବ୍ରଜରାଜନଗର ଆସନରୁ ଭାଜପା ଟିକେଟରେ ବିଧାନସଭାକୁ ନିିର୍ବାଚିତ ହୋଇଥିଲେ। ହେଲେ ଗତ ୨୦୧୯ ନିର୍ବାଚନରେ ପରାଜୟ ବରଣ କରିଥିଲେ। ସେ ଭାଜପା ଜିଲା ସଭାନେତ୍ରୀ ସହିତ ଦଳୀୟ ସଂଗଠନର ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଦଳକୁ ମଜଭୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଅପରପକ୍ଷେ ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇବା ପରେ ବ୍ରଜରାଜନଗରର ଜନସାଧାରଣ, ଦଳୀୟ ସମର୍ଥକ ଏବଂ କର୍ମକର୍ତ୍ତା ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

ସଫା ହୋଇନାହିଁ ଘୋଡ଼ାହାଡ଼ ଡ୍ୟାମ ଶାଖା କେନାଲ: ଖରିଫ ଚାଷ ପାଇଁ ମିଳୁନି ପାଣି, ଆନ୍ଦୋଳନ ପାଇଁ…

ଦିଗପହଣ୍ଡି, ,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ପ୍ରଶାସନିକ ଅବହେଳା କାରଣରୁ ଅଞ୍ଚଳର ଚାଷୀମାନେ ଗଭୀର ସମସ୍ୟାର ସମ୍ମୁଖୀନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri