ଉଜୁଡୁଛି ଜଙ୍ଗଲ ଜମି

ସଦାଶିବ ପ୍ରହରାଜ
ନବରଙ୍ଗପୁର,୨୬୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଉଜୁଡ଼ିଯାଇଛି ୧୭ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ। ଏହାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଜଙ୍ଗଲ ଜମିରେ ବେଆଇନ ମକାଚାଷ। ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମର ଅପବ୍ୟବହାର କରାଯାଇ ଏହି କାର୍ଯ୍ୟ ହେଉଥିବାବେଳେ ଏହା ପଛରେ ବିଭିନ୍ନ ବିହନ କମ୍ପାନୀ, ସାହୁକାର ଓ ରାଜନେତାଙ୍କ ସମ୍ପୃକ୍ତି ରହିଛି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଜଙ୍ଗଲ କ୍ଷୟ ସାଙ୍ଗକୁ ଜମି ବିବାଦ ବଢ଼ୁଛି। ଏଭଳିସ୍ଥଳେ ଶାସକ ଓ ବିରୋଧୀ ଦଳ ଭୋଟବ୍ୟାଙ୍କ ଯୋଗୁ ଚୁପ୍‌ ରହୁଛନ୍ତି।
ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମ-୨୦୦୬ ଅନୁଯାୟୀ ୨୦୦୫ ପୂର୍ବରୁ ଯେଉଁ ବନବାସୀ ଜମି ଅଧିଗ୍ରହଣ କରି ରହିଥିଲେ ସେମାନଙ୍କୁ ପଟ୍ଟା ଦିଆଯିବା କଥା। ଜଙ୍ଗଲ ଜମି ପଟ୍ଟା ପ୍ରଦାନ କ୍ଷେତ୍ରରେ ନବରଙ୍ଗପୁର ଜିଲା ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିଛି। ୪୪ ହଜାର ୫୦୭ ଜଣଙ୍କୁ ଜଙ୍ଗଲ ଜମି ସ୍ବତ୍ୱାଧିକାର ଆଇନ ଅନୁଯାୟୀ ୯୮,୯୯୬.୩୨ ଏକର ଜମିର ପଟ୍ଟା ଦିଆଯାଇଛି। ସେଥିମଧ୍ୟରେ ରାଜସ୍ବ ଜଙ୍ଗଲରେ ବସବାସ କରୁଥିବା ୩୧,୬୨୫ ଜଣ ଏବଂ ଜଙ୍ଗଲ ମଧ୍ୟରେ ରହୁଥିବା ୧୨,୮୮୨ ଜଣ ରହିଛନ୍ତି। ଜିଲାରେ ୧୯୮୦ ପୂର୍ବରୁ ୧୪ ହଜାର ୩୮୪ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୩୪୯ ହେକ୍ଟର ଜଙ୍ଗଲ ଜମି କ୍ଷୟ ହୋଇଛି। ଏବେ ଜିଲାରେ ୨୫୧୯ ବର୍ଗ କିଲୋମିଟର (୧,୫୧,୯୦୦ ହେକ୍ଟର) ଜଙ୍ଗଲ ରହିଥିବା ନବରଙ୍ଗପୁର ଡିଏଫ୍‌ଓ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡ଼ିଛି। ଜଙ୍ଗଲ ଜମି ଜବରଦଖଲ ନେଇ ୫,୫୨୫ ମାମଲା କୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ଜବରଦଖଲ ଉଚ୍ଛେଦ ପାଇଁ ସରକାର ଏଯାଏ ଜଙ୍ଗଲ ବିଭାଗକୁ ଦାୟିତ୍ୱ ଦେଇନାହାନ୍ତି। ହେଲେ ବିଭାଗ ପକ୍ଷରୁ ୧୦ ବର୍ଷ ମଧ୍ୟରେ ୫ ହଜାର ହେକ୍ଟର ଜମିରେ ଚାରାରୋପଣ କରାଯାଇ ଜବରଦଖଲ ହଟାଇବା ପାଇଁ ଉଦ୍ୟମ କରାଯାଉଛି। ତେବେ ଚାରାରୋପଣ ପରେ ରକ୍ଷଣାବେକ୍ଷଣ ଠିକ୍‌ ଭାବେ ହେଉ ନ ଥିବାରୁ ନିକଟସ୍ଥ ଅଞ୍ଚଳରେ ଜଙ୍ଗଲ ସ୍ବତ୍ୱାଧିକାର ଆଇନ ବଳରେ ପଟ୍ଟା ପାଇଥିବା କେତେଜଣ ବ୍ୟକ୍ତି ଉକ୍ତ ଚାରାଗୁଡ଼ିକୁ ଉପାଡ଼ି ଚାଷ କରୁଛନ୍ତି। ଜଙ୍ଗଲ ଜମିର ମାଟି ଉର୍ବର ଥିବାରୁ ଅଧିକାଂଶ ଜମିରେ ମକା ଚାଷ କରାଯାଉଛି। ଏଥିରେ ସାହୁକାର ଓ ବିଭିନ୍ନ ବିହନ କମ୍ପାନୀ, ଏଜେନ୍ସିଗୁଡ଼ିକ ବିହନ, ସାର ବାବଦରେ ଟଙ୍କା ଖଟାଉଛନ୍ତି। ଏହା ବଦଳରେ ସେମାନେ ଚାଷୀଙ୍କଠାରୁ ସରକାରଙ୍କ ନିର୍ଦ୍ଧାରିତ ଦର (କୁଇଣ୍ଟାଲ ପିଛା ୧୯୬୨ ଟଙ୍କା)ଠାରୁ କମ୍‌ ଦର(୧୮୦୦ ଟଙ୍କା)ରେ ମକା କିଣୁଛନ୍ତି। ଏହାସହ ସାର ବିହନ ଯୋଗାଇଥିବା ଅର୍ଥର ମୂଳ ଧନ ସହ ଉଚ୍ଚ ହାରରେ ସୁଧ ଆଦାୟ କରୁଛନ୍ତି।
ସାହୁକାରଙ୍କଠାରୁ ସୁବିଧା ଓ ଅର୍ଥ ଉପାର୍ଜନ ନଁାରେ ଜଙ୍ଗଲ ମୁଲକରେ ରହୁଥିବା ଅନେକ ଅଧିବାସୀ ରାତିଅଧିଆ ଜଙ୍ଗଲ କାଟି ଜମିରେ ପରିଣତ କରୁଛନ୍ତି। ବନ ସୁରକ୍ଷା ସମିତି ଜଙ୍ଗଲ ପରିବେଶ ସୁରକ୍ଷା ପାଇଁ ଚାରାରୋପଣ କଲେ ସେଗୁଡ଼ିକୁ ମଧ୍ୟ ଉପାଡ଼ି ଦିଆଯାଉଛି। ଜଙ୍ଗଲ ବିଭାଗ ଏହାକୁ ପ୍ରତିହତ କରିବାକୁ ଗଲେ ବିହନ ଏଜେନ୍ସି ସଂସ୍ଥା ମାଲିକ, ସାହୁକାର ଓ ନେତାମାନେ କେତେକ ଗୋଷ୍ଠୀର ପଛରେ ରହି ଆନ୍ଦୋଳନ କରାଉଛନ୍ତି। ଜିଲାରେ ୩୭୬ ପଞ୍ଜୀକୃତ ବନସୁରକ୍ଷା ସମିତି ରହିଛି। ସେଗୁଡ଼ିକ ଅଧୀନରେ ୪୬,୫୯୦ ହେକ୍ଟର ଜଙ୍ଗଲ ସୁରକ୍ଷାରେ ରହିଛି। ସମସ୍ତ ସମିତିରେ ଅନୁସୂଚିତ ଜାତି ବର୍ଗର ୧୬,୨୭୩, ଅନୁସୂଚିତ ଜନଜାତିର ୪୯,୩୧୦ ଜଣ ଓ ଅନ୍ୟାନ୍ୟ ସାଧାରଣ ବର୍ଗର ୧୫,୪୧୭ ଜଣ ସଦସ୍ୟ ରହିଛନ୍ତି। ଅନେକ ସମୟରେ ସମିତି ସଦସ୍ୟମାନଙ୍କର ଜଙ୍ଗଲ ଜମିକୁ ନେଇ ଜବରଦଖଲକାରୀଙ୍କ ସହ ମୁହଁାମୁହିଁ ପରିସ୍ଥିତି ଉପୁଜୁଛି। ପ୍ରାୟ ୧୦ ବର୍ଷ ମଧ୍ୟରେ ୧୧ଟି ବଡ଼ଧରଣର ଅପ୍ରୀତିକର ଘଟଣା ଘଟିଥିବାବେଳେ ସାହୁକାରମାନେ ନିଜ ସ୍ବାର୍ଥରେ ରହି ଏସବୁ କରାଉଛନ୍ତି। ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ହୋଇପାରୁ ନ ଥିବାରୁ ଗୋଇନ୍ଦା ସଂସ୍ଥା, ପ୍ରଶାସନ ଏବଂ ସରକାରଙ୍କ ଭୂମିକା ସନ୍ଦେହରେ ରହିଛି। ଜଙ୍ଗଲ ଜମି ବିବାଦ, ଆନ୍ଦୋଳନ କେବେ ହେବ, ଅନ୍ଦୋଳନରେ କ’ଣ ହେଲା ଏବଂ ଏହା ପଛରେ କେଉଁମାନଙ୍କ ପ୍ରଚ୍ଛନ୍ନ ହାତ ରହିଛି ତାହାର ଗୋଇନ୍ଦା ରିପୋର୍ଟ ସରକାର ପାଉଛନ୍ତି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଥାଉ କି, ଉମରକୋଟ ବ୍ଲକ ବର୍ଜା ପଞ୍ଚାୟତ ଅଧୀନ କପସାଭଟା ସଂରକ୍ଷିତ ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ଗତ ଅଗଷ୍ଟରେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। କପସାଭଟା, ଲକଟିପକନା ଓ ସାରିଆଭଟା ନିକଟ ଶତାଧିକ ଏକର ଜଙ୍ଗଲ ଜମିରେ ହୋଇଥିବା ମକା ଫସଲକୁ ବନ ସୁରକ୍ଷା ସମିତି ପକ୍ଷରୁ ନଷ୍ଟ କରାଯାଇଥିଲା। ଏନେଇ ତିନୋଟି ଗାଁର ଅନେକ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଫଳରେ ଫସଲ ନଷ୍ଟ ହାଇଥିବା ଜମିରେ ମାପଚୁପ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମାପଚୁପ ପରେ ଜଣାପଡ଼ିଥିଲା ଯେ ୧୦୫.୯୦ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। କ୍ଷତି ହୋଇଥିବା ଜମିର ପଟ୍ଟା କାହା ନାମରେ ନ ଥିବା ସ୍ବଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ରହୁଥିବା ତ୍ରୁଟି ଯୋଗୁ ଜଙ୍ଗଲ ଜମି ପଟ୍ଟା ମିଳିବା ପରେ ଜମି ଚିହ୍ନଟ ହୋଇପାରୁ ନାହିଁ। ଏକ୍ଷେତ୍ରରେ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ସମନ୍ବୟ ଅଭାବକୁ ଦାୟୀ କରାଯାଉଛି। କିନ୍ତୁ ଜମି ଚିହ୍ନଟ ହେଉ ନ ଥିବାରୁ ଅନେକ ପଟ୍ଟାଧାରୀ ମନଇଚ୍ଛା ଜଙ୍ଗଲ ପଦା କରି ଅକ୍ତିଆର କରୁଛନ୍ତି। ଏଥିଯୋଗୁ ଜିଲାରେ ଜଙ୍ଗଲ ପରିବେଶ ଉଜୁଡ଼ିଯାଉଛି। ଉଦାହରଣ ଭାବେ ଜିଲାର କପସାଭଟା, ସାରିଆଭଟା ଓ ଲକଟିପକନା ଅଞ୍ଚଳକୁ ଦେଖିଲେ ୨୦୧୧ ଯାଏ ଉକ୍ତ ଅଞ୍ଚଳରେ ଭରପୂର ଘଞ୍ଚ ଜଙ୍ଗଲ ଥିଲା। କିନ୍ତୁ ୨୦୨୨ ବେଳକୁ ତାହା ପ୍ରାୟତଃ ଉଜୁଡ଼ିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ଡାବୁଗଁା ବ୍ଲକ ଉମରାହାଣ୍ଡି ଗାଁରେ ୧୮ ଜଣ ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମରେ ପଟ୍ଟା ପାଇଛନ୍ତି। ୩୯ ଜଣ ପଟ୍ଟା ପାଇବାକୁ ଆବେଦନ କରିଛନ୍ତି। ଉମରାହାଣ୍ଡି ଗଁାର ଗଣପତି ନାୟକ ଓ ରମେଶ ଜାନୀ କହିଛନ୍ତି, ଜଙ୍ଗଲ ଓ ରାଜସ୍ବ ବିଭାଗ ପକ୍ଷରୁ ଜମିର ସୀମା ଚିହ୍ନଟ କରାଯାଇ ଆମଙ୍କୁ ଦେଖାଇ ଦିଆଯାଉ। ଏହାଦ୍ୱାରା ବିବାଦ ହେବନାହିଁ। ସାଟେଲାଇଟ ମାଧ୍ୟମରେ ଆମ ଜମିର ନକ୍ସା ମଧ୍ୟ ଅନ୍ୟମାନେ ଜାଣିଲା ଭଳି ବ୍ୟବସ୍ଥା କରାଯାଉ। ଆବେଦନ କରାଯାଇଥିବା ବ୍ୟକ୍ତିଙ୍କୁ ପଟ୍ଟା ପ୍ରଦାନ ପୂର୍ବରୁ ଗ୍ରାମସଭା ଓ ପଲ୍ଲିସଭା କରାଯାଉ। ଜଙ୍ଗଲ ବିଭାଗ ବନ ସୁରକ୍ଷା ସମିତିର ସପକ୍ଷରେ ଯାଉଛି ଏବଂ ଗ୍ରାମବାସୀଙ୍କୁ ଅଣଦେଖା କରୁଛି। ଗତ ଅକ୍ଟେବାର ୨୦ରେ ବୈଠକ ହୋଇଥିଲା, ସେଥିରେ କୌଣସି ନିଷ୍କର୍ଷ ବାହାରିଲା ନାହିଁ। ବନସୁରକ୍ଷା ସମିତି ସେମାନଙ୍କ କଥାରେ ଅଟଳ ରହିଲେ। ଜଙ୍ଗଲ ଜମି ବିବାଦର ସମାଧାନ ପାଇଁ ୪ ଥର ବୈଠକ ହୋଇଛି। ତଥାପି ଆବେଦନକାରୀ ୩୯ ଜଣ ଏଯାଏ ପଟ୍ଟା ପାଇନାହାନ୍ତି ବୋଲି ଗଣପତି ଓ ରମେଶ କହିଛନ୍ତି ।
ଏସିଏଫ୍‌ ଧନୁର୍ଜୟ ମହାପାତ୍ରଙ୍କୁ ପଚାରିବାରୁ ଆରଓଆର ସଂଶୋଧନ ଓ ଜମି ଚିହ୍ନଟ ଓଏଫଏମ୍‌ଏସ୍‌ ଆପ୍‌ ମାଧ୍ୟମରେ ସର୍ଭେ କାର୍ଯ୍ୟ କରାଯାଇ ଜମି ଚିହ୍ନଟ କରାଯାଉଛି। ଜଙ୍ଗଲ ବିଭାଗ ଜରିଆରେ ୧୨ ହଜାର ୮୮୨ ପଟ୍ଟା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୨୩ ଶହ ପଟ୍ଟା ପାଇଥିବା ଲୋକଙ୍କ ଜମି ଚିହ୍ନଟ କରାଯାଇଛି। ରେଞ୍ଜ ଅନୁଯାୟୀ ଏହି କାର୍ଯ୍ୟ ଚାଲୁଥିବା ବେଳେ ଏହାର ସରଳୀକରଣ ପାଇଁ ତହସିଲ ଅନୁଯାୟୀ କରାଯିବାକୁ ନିର୍ଦ୍ଦେଶ ଆସିଛି। ରାଜସ୍ବ ଜଙ୍ଗଲ ଅଧୀନରେ ପଟ୍ଟା ପାଇଥିବା ଜମି ରାଜସ୍ବ ବିଭାଗ ପକ୍ଷରୁ ଅନୁରୂପ ଭାବେ କରାଯିବ। ୨୦୨୨ ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି ବୋଲି ମହାପାତ୍ର କହିଛନ୍ତି।
ଜିଲାପାଳ କମଳ ଲୋଚନ ମିଶ୍ର ପଚାରିବାରୁ କହିଛନ୍ତି ଯେ, ଜଙ୍ଗଲ ଜମି ପଟ୍ଟା ପାଇଥିବା ବ୍ୟକ୍ତିଙ୍କ ଜମିର ସୀମା ଚିହ୍ନଟ ପାଇଁ ରାଜସ୍ବ ନିରୀକ୍ଷକ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଟ୍ଟା ଜମିରୁ ସୀମା ଉଲ୍ଲଂଘନ କରି ଆଗକୁ ବଢ଼ିଯାଉଛନ୍ତି। କେତେଜଣ ନେତା ଏଥିରେ ସାମିଲ ରହୁଛନ୍ତି। ଯଦି କେହି ଚିହ୍ନଟ ଜମିର ସୀମା ଉଲ୍ଲଂଘନ କରି ଜଙ୍ଗଲ ନଷ୍ଟ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri