ବିଧାନସଭାରେ ଚାଷୀ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବଡ଼ଗଡ଼ ଜିଲାର ପଦ୍ମପୁର ଉପନିର୍ବାଚନରେ ଚାଷୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଛି। ଚାଷୀଙ୍କ ଭୋଟ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋର ଲଗାଇଛନ୍ତି। ଏହିକ୍ରମରେ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ବିଧାନସଭା ଓ ବାହାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ଫସଲ ବୀମା ଯୋଜନାରେ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ଇନ୍‌ପୁଟ ସବ୍‌ସିଡି ବିଳମ୍ବ, ମଣ୍ଡି ଅବ୍ୟବସ୍ଥା ଓ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ସେହିପରି ବିଜେଡି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଦିନତମାମ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ବିଭିନ୍ନ ପର୍ଯ୍ୟାୟରେ ଶନିବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଭାଜପା ଓ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ଚାଷୀ ସମସ୍ୟା ନେଇ ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର ଆରମ୍ଭ ପାଇଁ ବାଚସ୍ପତି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ହଟ୍ଟଗୋଳ ଯୋଗୁ ସମ୍ଭବ ହୋଇପାରି ନ ଥିଲା। ପ୍ରବଳ ହୋହଲ୍ଲାକୁ ଦେଖି ବାଚସ୍ପତି ଗୃହକୁ ୧୦ଟା ୩୩ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରୁ ବାହାରି ବିଜେଡି ସଦସ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ଭାଜପା ସଦସ୍ୟମାନେ ଗୃହ ବାହାରେ ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସି ନ ଥିଲା। ସମାନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନରେ ମଧ୍ୟ ଗୃହ ସ୍ବାଭାବିକ ହୋଇପାରି ନ ଥିଲା। ବିରୋଧୀ ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ମାତ୍ର ଶାସକ ଦଳ ସଦସ୍ୟମାନେ ହଟ୍ଟଗୋଳ ନ କରି ନିଜ ସିଟ୍‌ରେ ବସିଥିଲେ। ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ୩୦ରୁ ୪ଟା ୩୮ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହର ଅଚଳାବସ୍ଥାକୁ ଦୂର କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ମାତ୍ର କୌଣସି ସମାଧାନ ସୂତ୍ର ବାହାରିପାରି ନ ଥିଲା। ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ।
ଉଭୟ ଭାଜପା ଓ ବିଜେଡି ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟର କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭାଜପା ବିଧାୟକ ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛି। ବିଧାନସଭା ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କୃଷକଙ୍କୁ ରାଜ୍ୟ ସରକାର ସବୁବେଳେ ପ୍ରତାରଣା କରି ଆସୁଛନ୍ତି। ଚାଷୀଙ୍କୁ ଉନ୍ନତମାନର ବିହନ ଦେଇ ପାରୁନାହାନ୍ତି। ରାଜ୍ୟସାରା ବ୍ୟାପକ ନିମ୍ନମାନର ବିହନ ମିଳୁଛି। ରାଜ୍ୟରେ ଆଳୁ ମିଶନ ଓ ପିଆଜ ମିଶନ ଫେଲ୍‌ ମାରିଛି। ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀଙ୍କୁ ସହାୟତା ନ ଦେଇ ହତାଶ କରୁଛନ୍ତି। ୨୦୧୮ରୁ ଇନ୍‌ପୁଟ୍‌ ସବ୍‌ସିଡି ଠିକ୍‌ ଭାବେ ମିଳୁନାହିଁ। ଫସଲ ହାନି ଆକଳନ କରିବାରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଗତ ୨ ବର୍ଷ ଧରି ସେଣ୍ଟ୍ରାଲ ଟୋକନ୍‌ ନଁାରେ ମିଲରମାନଙ୍କ ହାତରେ ମଣ୍ଡି ବ୍ୟବସ୍ଥାକୁ ଟେକି ଦିଆଯାଇଛି। ରାଜ୍ୟ ସରକାର ଓ ମିଲରଙ୍କ ସଲାସୁତୁରାରେ ମଣ୍ଡିରେ କଟନୀଛଟନୀ ହେଉଛି। ମଣ୍ଡି ଖୋଲିବା ବିଳମ୍ବ କାରଣରୁ ଚାଷୀ ଧାନକୁ ବାଧ୍ୟ ହୋଇ ଦଲାଲଙ୍କୁ ବିକ୍ରି କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୬ରେ ସୋହେଲାଠାରେ ଧାନ କୁଇଣ୍ଟାଲ ପିଛା ୧୦୦ଟଙ୍କା ଦେବାକୁ ଘୋଷଣା କରି ୬ବର୍ଷ ହେଲା ଠକୁଛନ୍ତି ବୋଲି ମାଝି ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବିଧାନସଭା ପରିସରରୁ ରାଜଭବନ ଯାଏ ବିଜେଡି ବିଧାୟକମାନେ ଚାଲି ଚାଲି ଯାଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ଭଳି ୫ ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ବିଜେଡି ସଦସ୍ୟମାନେ ଫେରାଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?