ବିଧାନସଭାରେ ଚାଷୀ ଝଡ଼

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବଡ଼ଗଡ଼ ଜିଲାର ପଦ୍ମପୁର ଉପନିର୍ବାଚନରେ ଚାଷୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହୋଇଛି। ଚାଷୀଙ୍କ ଭୋଟ ହାତେଇବା ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଜୋର ଲଗାଇଛନ୍ତି। ଏହିକ୍ରମରେ ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ବିଧାନସଭା ଓ ବାହାରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ଦେବାରେ ବିଳମ୍ବ, ମଣ୍ଡି ଅବ୍ୟବସ୍ଥା, ଫସଲ ବୀମା ଯୋଜନାରେ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ଇନ୍‌ପୁଟ ସବ୍‌ସିଡି ବିଳମ୍ବ, ମଣ୍ଡି ଅବ୍ୟବସ୍ଥା ଓ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ସେହିପରି ବିଜେଡି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଦିନତମାମ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ବିଭିନ୍ନ ପର୍ଯ୍ୟାୟରେ ଶନିବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଭାଜପା ଓ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ଚାଷୀ ସମସ୍ୟା ନେଇ ହଟ୍ଟଗୋଳ କରିଥିଲେ। ପ୍ରଶ୍ନୋତ୍ତର ଆରମ୍ଭ ପାଇଁ ବାଚସ୍ପତି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ହଟ୍ଟଗୋଳ ଯୋଗୁ ସମ୍ଭବ ହୋଇପାରି ନ ଥିଲା। ପ୍ରବଳ ହୋହଲ୍ଲାକୁ ଦେଖି ବାଚସ୍ପତି ଗୃହକୁ ୧୦ଟା ୩୩ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଧାନସଭାରୁ ବାହାରି ବିଜେଡି ସଦସ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ ଭାଜପା ସଦସ୍ୟମାନେ ଗୃହ ବାହାରେ ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସି ନ ଥିଲା। ସମାନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନରେ ମଧ୍ୟ ଗୃହ ସ୍ବାଭାବିକ ହୋଇପାରି ନ ଥିଲା। ବିରୋଧୀ ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ମାତ୍ର ଶାସକ ଦଳ ସଦସ୍ୟମାନେ ହଟ୍ଟଗୋଳ ନ କରି ନିଜ ସିଟ୍‌ରେ ବସିଥିଲେ। ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ୩୦ରୁ ୪ଟା ୩୮ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହର ଅଚଳାବସ୍ଥାକୁ ଦୂର କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ମାତ୍ର କୌଣସି ସମାଧାନ ସୂତ୍ର ବାହାରିପାରି ନ ଥିଲା। ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ।
ଉଭୟ ଭାଜପା ଓ ବିଜେଡି ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟର କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭାଜପା ବିଧାୟକ ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛି। ବିଧାନସଭା ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, କୃଷକଙ୍କୁ ରାଜ୍ୟ ସରକାର ସବୁବେଳେ ପ୍ରତାରଣା କରି ଆସୁଛନ୍ତି। ଚାଷୀଙ୍କୁ ଉନ୍ନତମାନର ବିହନ ଦେଇ ପାରୁନାହାନ୍ତି। ରାଜ୍ୟସାରା ବ୍ୟାପକ ନିମ୍ନମାନର ବିହନ ମିଳୁଛି। ରାଜ୍ୟରେ ଆଳୁ ମିଶନ ଓ ପିଆଜ ମିଶନ ଫେଲ୍‌ ମାରିଛି। ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀଙ୍କୁ ସହାୟତା ନ ଦେଇ ହତାଶ କରୁଛନ୍ତି। ୨୦୧୮ରୁ ଇନ୍‌ପୁଟ୍‌ ସବ୍‌ସିଡି ଠିକ୍‌ ଭାବେ ମିଳୁନାହିଁ। ଫସଲ ହାନି ଆକଳନ କରିବାରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଗତ ୨ ବର୍ଷ ଧରି ସେଣ୍ଟ୍ରାଲ ଟୋକନ୍‌ ନଁାରେ ମିଲରମାନଙ୍କ ହାତରେ ମଣ୍ଡି ବ୍ୟବସ୍ଥାକୁ ଟେକି ଦିଆଯାଇଛି। ରାଜ୍ୟ ସରକାର ଓ ମିଲରଙ୍କ ସଲାସୁତୁରାରେ ମଣ୍ଡିରେ କଟନୀଛଟନୀ ହେଉଛି। ମଣ୍ଡି ଖୋଲିବା ବିଳମ୍ବ କାରଣରୁ ଚାଷୀ ଧାନକୁ ବାଧ୍ୟ ହୋଇ ଦଲାଲଙ୍କୁ ବିକ୍ରି କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୬ରେ ସୋହେଲାଠାରେ ଧାନ କୁଇଣ୍ଟାଲ ପିଛା ୧୦୦ଟଙ୍କା ଦେବାକୁ ଘୋଷଣା କରି ୬ବର୍ଷ ହେଲା ଠକୁଛନ୍ତି ବୋଲି ମାଝି ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବିଧାନସଭା ପରିସରରୁ ରାଜଭବନ ଯାଏ ବିଜେଡି ବିଧାୟକମାନେ ଚାଲି ଚାଲି ଯାଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, ଉଷୁନା ଚାଉଳ ଉଠାଣ ଓ ସାର ଯୋଗାଣ ଭଳି ୫ ଦଫା ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ବିଜେଡି ସଦସ୍ୟମାନେ ଫେରାଦ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri