ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ ପ୍ରାୟ ୪,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଦେଶର ଜାତୀୟ ଜନସ୍ବାସ୍ଥ୍ୟ ସଂସ୍ଥା ରବିବାର ସୂଚନା ଦେଇଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ ଜର୍ମାନୀର ଜଙ୍ଗଲଗୁଡ଼ିକରେ ଭୟାବହ ନିଆଁ  ଲାଗିଥିବାବେଳେ ରାଜଧାନୀ ବର୍ଲିନରେ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କୁ ପ୍ରବଳ ଗରମରୁ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ଜଳ କମାଣ ବ୍ୟବହାର କରାଯାଇଛି।
ଫ୍ରାନ୍ସର ଜାତୀୟ ଜନସ୍ବାସ୍ଥ୍ୟ ସଂସ୍ଥା ‘ପବ୍ଲିକ ହେଲ୍‌ଥ ଫ୍ରାନ୍ସ’ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଏପ୍ରିଲ ଓ ମେ’ ମାସରେ ଦେଶରେ ଦୈନିକ ହାରାହାରି ୯୦୦ରୁ ୧,୦୦୦ ମୃତ୍ୟୁ ରେକର୍ଡ ହେଉଥିଲା। ମାତ୍ର ଗତ ବୁଧବାର ଦେଶର ତାପମାତ୍ରା ସର୍ବକାଳୀନ ରେକର୍ଡ ସ୍ତର ସ୍ପର୍ଶ କରିବା ପରେ ସେହି ଗୋଟିଏ ଦିନରେ ୧,୨୦୦ରୁ ଅଧିକ ଏବଂ ପରବର୍ତ୍ତୀ ଦୁଇ ଦିନରେ ଦୈନିକ ୧,୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ତିନି ଦିନ ମଧ୍ୟରେ ପ୍ରାୟ ୧,୦୦୦ରୁ ଅଧିକ ଅତିରିକ୍ତ ଲୋକ ଗରମ ଯୋଗୁ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ଲୋକ ୬୫ ବର୍ଷରୁ ଅଧିକ ବୟସ୍କ ବୋଲି ଜଣାପଡ଼ିଛି।
ପ୍ରବଳ ଗରମ ଯୋଗୁ ପୂର୍ବ ଜର୍ମାନୀର ଗୋହରିସହେଡ୍‌ ଏବଂ ଦକ୍ଷିଣ-ପଶ୍ଚିମ ଜର୍ମାନୀର ଟ୍ରାଇସେନ ସହର ନିକଟସ୍ଥ ବୃହତ୍‌ ଜଙ୍ଗଲଗୁଡ଼ିକରେ ନିଆଁ  ଲାଗିଛି। ଏହି ଜଙ୍ଗଲଗୁଡ଼ିକ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅନେକ ଜୀବନ୍ତ ଗୋଳାବାରୁଦ ଓ ବିସ୍ଫୋରକ ଏବେ ବି ମାଟିତଳେ ପୋତି ହୋଇ ରହିଛି। ନିଆଁ  ସଂସ୍ପର୍ଶରେ ଆସି ଏହି ବୋମାଗୁଡ଼ିକ ବିସ୍ଫୋରଣ ହେଉଥିବାରୁ ଅଗ୍ନିଶମ ବାହିନୀ ପାଇଁ କାର୍ଯ୍ୟ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ସ୍ଥିତିକୁ ସମୀକ୍ଷା କରିବା ପାଇଁ ସେନା ଓ ବୋମା ନିଷ୍କ୍ରିୟକାରୀ ଦଳର ସହାୟତା ନିଆଯାଇଛି।
ଅତ୍ୟଧିକ ଉତ୍ତାପ ଯୋଗୁ ଜର୍ମାନୀର ଅନେକ ଜାତୀୟ ରାଜପଥରେ କଂକ୍ରିଟ ପୃଷ୍ଠ ଫାଟି ନଷ୍ଟ ହୋଇଯାଇଛି। ଲାଇପଜିଗ୍‌ ସହରରେ ପ୍ରବଳ ଗରମ ଯୋଗୁ ପିଚୁ ଓ କଂକ୍ରିଟ ତରଳି ରେଳ ଧାରଣା ଏବଂ ସୁଇଚ୍‌ଗୁଡ଼ିକ ଜାମ ହୋଇଯାଇଛି, ଯାହା ଫଳରେ ସହରରେ ଟ୍ରାମ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଜାତୀୟ ରେଳ ଅପରେଟର ‘ଡଏଚ୍‌ ବାନ୍‌’ ପକ୍ଷରୁ ନାଗରିକମାନଙ୍କୁ ଜରୁରୀ ନ ଥିଲେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଜର୍ମାନୀର ମୋକର୍ନ-ଡ୍ରେୱିଜ୍‌ରେ ଦିନର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ଏବଂ ରାତିର ସର୍ବନିମ୍ନ ତାପମାତ୍ରା ୨୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଏକ ନୂଆ ମାଇଲଖୁଣ୍ଟ।
ୟୁରୋପର ବୈଜ୍ଞାନିକମାନଙ୍କ ସଂଗଠନ ‘ୱାଲର୍‌ଡ ୱେଦର ଆଟ୍ରିବ୍ୟୁଶନ’ ପକ୍ଷରୁ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ମାନବକୃତ ଜଳବାୟୁ ପରିବର୍ତ୍ତନ ବିନା ଏଭଳି ଭୟଙ୍କର ଗ୍ରୀଷ୍ମ ପ୍ରବାହ ସମ୍ଭବ ନୁହେଁ। ଆଜକୁ ୫୦ ବର୍ଷ ପୂର୍ବେ ଏଭଳି ଗରମ ଅକଳ୍ପନୀୟ ଥିବାବେଳେ ବର୍ତ୍ତମାନ ଏହାର ଆଶଙ୍କା ୨୦୦ ଗୁଣ ଅଧିକ ବୃଦ୍ଧି ପାଇଛି। ଏହି ସମୟରେ ଦକ୍ଷିଣ-ପୂର୍ବ ୟୁରୋପର ଗ୍ରୀସ୍‌ରେ ସରକାରୀ ସ୍ତରରେ ‘ଜଙ୍ଗଲ ନିଆଁ  ସତର୍କତା’ ଜାରି କରାଯାଇ ମହାକାଶ ପ୍ରଯୁକ୍ତିବିଦ୍ୟାର ସହାୟତା ନିଆଯାଉଥିବା ବେଳେ, ଉତ୍ତର ୟୁରୋପର ଡେନମାର୍କରେ ଗ୍ରୀଷ୍ମ ପ୍ରବାହ ପରେ ପ୍ରବଳ କାଳବୈଶାଖୀ ସହ ୧,୧୦୦ରୁ ଅଧିକ ବଜ୍ରପାତ ରେକର୍ଡ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?