ଓଡ଼ିଶା ବିମୁଖ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୮ା୭(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି। ଦେଶ ଭିତରର କିଛି ପର୍ଯ୍ୟଟକ ରାଜ୍ୟର କେତେକ ଅଞ୍ଚଳ ବୁଲାବୁଲି କରୁଥିବା ବେଳେ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ବିମୁଖ ଥିବା ଦେଖିବାକୁ ମିଳିଛି। କୋଭିଡ୍‌ ମହାମାରୀକୁ ୨ ବର୍ଷ ପୂରିଯାଇଥିଲେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁମାତ୍ରାରେ କମିଛି।
କୃଷି ପରେ ପର୍ଯ୍ୟଟନ କ୍ଷେତ୍ର ରାଜ୍ୟ ରାଜକୋଷ ଆୟର ଅନ୍ୟ ଏକ ପ୍ରମୁଖ ଉତ୍ସ। ବିଶ୍ୱ ପରିଭ୍ରମଣ ଓ ପର୍ଯ୍ୟଟନ ପରିଷଦ (ଓ୍ବାଲର୍‌ଡ ଟ୍ରାଭେଲ ଆଣ୍ଡ ଟୁରିଜମ୍‌ କାଉନସିଲ) ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ ପର୍ଯ୍ୟଟନ କ୍ଷେତ୍ର ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି)ର ୪% ଅଂଶ ରହୁଥିବା ବେଳେ ୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ।
ତେବେ ଏଥିପ୍ରତି ସେତେଟା ଧ୍ୟାନ ଦିଆଯାଉଥିବା ଭଳି ମନେହେଉ ନାହିଁ। ପର୍ଯ୍ୟଟନ ବିଭାଗ କେବଳ କେତେକ ସ୍ଥାନରେ ପୋଷ୍ଟର ଲଗାଇବା ଓ ରୋଡ୍‌ ଶୋ’ କରି କର୍ତ୍ତବ୍ୟ ସାରିଦେଉଛି। ନୂତନ ପର୍ଯ୍ୟଟନ ସ୍ଥଳ ଚିହ୍ନଟ ଓ ଉନ୍ନତୀକରଣ ହେଉ ନ ଥିବାରୁ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବାରେ ଲାଗିଛି। ପର୍ଯ୍ୟଟକ ଆଗମନ କମୁଥିବାରୁ ହୋଟେଲ ଶିଳ୍ପ ମଧ୍ୟ ପ୍ରଭାବିତ ହେଉଛି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଉପରେ ଗଭୀର ପ୍ରଭାବ ପକାଇଛି।
ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ରେ ରାଜ୍ୟକୁ ୧ ଲକ୍ଷ ୧୫ ହଜାର ୧୨୮ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୦ରେ ଏହା ୧୦,୨୦୬କୁ ଖସିଯାଇଛି। ସେହିପରି ୨୦୨୧ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨,୨୬୯କୁ ହ୍ରାସପାଇଛି। କେବଳ ବିଦେଶୀ ନୁହନ୍ତି ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ୨୦୧୯ରେ ଓଡ଼ିଶାକୁ ୧,୫୩,୦୭,୬୩୭ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୦ରେ ୪୬,୨୨,୨୭୩ ଏବଂ ୨୦୨୧ରେ ୩୭,୪୨,୨୨୩ ପର୍ଯ୍ୟଟକ ଆସିଥିଲେ। ଏପରି କି ପର୍ଯ୍ୟଟନ ଋତୁରେ ମଧ୍ୟ ପର୍ଯ୍ୟଟକ ଆସୁନାହାନ୍ତି। ଏହି ୩ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ଉତ୍ସବ, ରୋଡ୍‌ ଶୋ ଆୟୋଜନ କରି ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ପର୍ଯ୍ୟଟନ କ୍ଷେତ୍ରରେ ସେପରି ଆଖିଦୃଶିଆ ଉନ୍ନତି ହେଉନାହିଁ। ପର୍ଯ୍ୟଟକଙ୍କ ପାଇଁ ରହଣି ସ୍ଥଳ, ସୁରକ୍ଷା ଏବଂ ନୂଆ ପର୍ଯ୍ୟଟନ ସ୍ଥଳର ବିକାଶ ହେଉ ନ ଥିବାରୁ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସପାଉଛି। ରାଜ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ଏହାର ଉପଯୋଗ ହେଉ ନ ଥିବାରୁ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁ ନାହିଁ। ପର୍ଯ୍ୟଟନକୁ ନିର୍ଭର କରି ସୃଷ୍ଟି ହେବାକୁ ଥିବା ନିଯୁକ୍ତି ମଧ୍ୟ ବୃଦ୍ଧିପାଉନି। ଏପରି କି ବିଧାନସଭାରେ ବିରୋଧୀ ସଦସ୍ୟମାନେ ପର୍ଯ୍ୟଟନର ବିକାଶକୁ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ କୋଭିଡ୍‌ ମହାମାରୀ ପର୍ଯ୍ୟଟନ ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଇଡ୍‌କୋ ଜରିଆରେ ହୋଟେଲ ନିର୍ମାଣ ଲାଗି ଘରୋଇ ସଂସ୍ଥାକୁ ଜମି ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri