ବୋରିସ୍‌ ସରକାର: କେଳେଙ୍କାରୀରୁ ପତନ

ତିନିବର୍ଷ ପୂର୍ବେ ବ୍ରିଟେନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବୋରିସ୍‌ ଜନ୍‌ସନଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌ ପାର୍ଟି ବିପୁଳ ବିଜୟ ହାସଲ କରିଥିଲା। ୧୯୮୭ ପରେ ଏହା ଥିଲା ସବୁଠୁ ବଡ଼ ସଫଳତା। କିନ୍ତୁ ଏହି ୩ ବର୍ଷ ମଧ୍ୟରେ କେତେକ ବିବାଦୀୟ ଘଟଣାକୁ ନେଇ ବୋରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି। କେଳେଙ୍କାରୀ ବୋଝରେ ନଇଁ ପଡ଼ିଥିବା ବୋରିସ୍‌ ପାର୍ଟିଗେଟ୍‌ରୁ କ୍ରିଶ ପିଞ୍ଚର ଆଫେୟାର ତାଙ୍କ ସରକାର ପତନର କାରଣ ପାଲଟିଛି।

କ୍ରିଶ୍‌ ପିଞ୍ଚର ଆଫେୟାର
କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି କ୍ରିଶ ପିଞ୍ଚର ୨୦୧୯ରେ ସେ ୨ ଜଣ ପୁରୁଷଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ଗତ ଫେବୃୟାରୀରେ ବୋରିସ୍‌ ତାଙ୍କୁ ଶାସକ ଦଳ ଉପମୁଖ୍ୟ ସଚେତକ ନିଯୁକ୍ତ କରିଥିଲେ। ଇତିମଧ୍ୟରେ ପିଞ୍ଚରଙ୍କ ବିରୋଧରେ ଏଭଳି ଅନେକ ଅଭିଯୋଗ ଆସିଥିଲା। ଡାଉନିଂ ଷ୍ଟ୍ରିଟ୍‌ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବୋରିସ୍‌ଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା।
ଜୁନ୍‌ ୨୯ରେ ପିଞ୍ଚର ଜଣେ ବନ୍ଧୁଙ୍କ ପାର୍ଟିକୁ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ଆଚରଣ ଠିକ୍‌ ନ ଥିବା ନେଇ ବ୍ରିଟେନର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପରଦିନ ସେ ଇସ୍ତଫା ଦେଇଥିଲେ। ସେ ଅତ୍ୟଧିକ ମଦ୍ୟପାନ କରି ନିଜକୁ ଆଲିଙ୍ଗନ କରିଥିବା ପିଞ୍ଚର ନିଜ ଇସ୍ତଫାପତ୍ରରେ ସଫେଇ ଦେଇଥିଲେ। ଅନ୍ୟପକ୍ଷେ ପ୍ରଥମେ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଥିଲା ଯେ, ବୋରିସ୍‌ ଗତ ଫେବୃୟାରୀରେ ପିଞ୍ଚରଙ୍କୁ ଡେପୁଟି ଚିଫ୍‌ ହୁଇପ୍‌ ପଦରେ ନିଯୁକ୍ତି ଦେବାବେଳେ ‘ନିର୍ଦ୍ଦିଷ୍ଟ ଅଭିଯୋଗ’ ସମ୍ପର୍କରେ ଅବଗତ ନ ଥିଲେ। ହେଲେ ପିଞ୍ଚରଙ୍କୁ ଡେପୁଟି ଚିଫ୍‌ ହୁଇପ୍‌ କରିବା ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ବୋରିସ୍‌ ପରେ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ। ବୋରିସ୍‌ ପିଞ୍ଚରଙ୍କୁ ନିଯୁକ୍ତ କରିଥିବାରୁ କ୍ଷମା ମାଗିଥିଲେ।
ବୋରିସ୍‌ଙ୍କ ଅସାମର୍ଥ୍ୟର ସ୍ବୀକାରୋକ୍ତି ଅସନ୍ତୁଷ୍ଟ ଟୋରି ଏମ୍‌ପି ଏବଂ ମନ୍ତ୍ରୀମାନଙ୍କ ପାଇଁ ବିଦ୍ରୋହର ସୁଯୋଗ ଆଣିଦେଲା। ପିଞ୍ଚରଙ୍କ ବିରୋଧରେ ବଢ଼ିଚାଲିଥିବା ଅଭିଯୋଗର ତାଲିକା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଶାସନର ଅନ୍ତ ଘଟାଇଛି।
ପାର୍ଟିଗେଟ୍‌
ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଜରିମାନା କରାଯାଇଥିଲା। ଅଭିଯୋଗ ହେଲା, ୨୦୨୦ ଜୁନ୍‌ରେ ବୋରିସ୍‌ ନିଜ ଜନ୍ମଦିନ ପାଳନ ବେଳେ ଗହଳି କରିଥିଲେ। ସେହିପରି ପ୍ରଥମ ଲକ୍‌ଡାଉନ ବେଳେ ମଧ୍ୟ ଡାଉନିଂ ଷ୍ଟ୍ରିଟ୍‌ ଗାର୍ଡେନରେ ଏକ ପାର୍ଟି କରିବା ଅଭିଯୋଗ ଆସିଥିଲା। ସେଥିପାଇଁ ବୋରିସ୍‌ କ୍ଷମା ମାଗିଥିଲେ। ଗତ ଡିସେମ୍ବରରେ ବୋରିସ୍‌ କହିଥିଲେ, ସବୁକିଛି ନିୟମ ଅନୁସାରେ ହୋଇଥିଲା। ସେ ପାର୍ଲାମେଣ୍ଟକୁ ମିଛ କହି ବିଭ୍ରାନ୍ତ କରିଥିବାରୁ ହାଉସ୍‌ ଅଫ୍‌ କମନ୍ସର ଏକ କମିଟି ଏହାର ତଦନ୍ତ କରୁଛି।
ଦରଦାମ୍‌ ବୃଦ୍ଧି
୨୦୨୨ରେ ବ୍ରିଟେନରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୯.୧% ରହିଛି। ଏହାର କାରଣଗୁଡ଼ିକ ମଧ୍ୟରୁ ଅନେକ ବୋରିସ୍‌ଙ୍କ ନିୟନ୍ତ୍ରଣ ବାହାରେ। ଯେପରି କି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ତୈଳ ଦର ବୃଦ୍ଧି ପାଇବା ସହ ଖାଦ୍ୟ ମଧ୍ୟ ମହଙ୍ଗା ହୋଇଛି। ଏହାକୁ ରୋକିବା ପାଇଁ ସରକାର କେତେକ ପଦକ୍ଷେପ ନେଇଥିଲେ ସୁଦ୍ଧା ମୂଲ୍ୟବୃଦ୍ଧି ଉପରେ ଅଙ୍କୁଶ ଲଗାଇପାରି ନାହାନ୍ତି।
ଓଓ୍ବେନ୍‌ ପିଟରସନ୍‌ ବିବାଦ
୨୦୨୧ ଅକ୍ଟୋବରରେ ହାଉସ୍‌ ଅଫ୍‌ କମନ୍ସର ଏକ କମିଟି କଞ୍ଜରଭେଟିଭ୍‌ ପାର୍ଟିର ତତ୍କାଳୀନ ଏମ୍‌ପି ଓଓ୍ବେନ୍‌ ପିଟରସନ୍‌ଙ୍କୁ ୩୦ ଦିନ ପାଇଁ ନିଲମ୍ବନ କରିବାକୁ ସୁପାରିସ କରିଥିଲା। କମିଟିର ଅଭିଯୋଗ ହେଲା, ତାଙ୍କୁ ଫାଇଦା ଦେଇଥିବା କମ୍ପାନୀଗୁଡ଼ିକ ପାଇଁ ଲବି କରି ନିୟମ ଭଙ୍ଗ କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ଶାସକ ଦଳ ନୂଆ କମିଟି ଗଢ଼ି ତାଙ୍କ ନିଲମ୍ବନକୁ ଅଟକାଇଦେଇଥିଲା। ବିବାଦ ପରେ ପିଟରସନ୍‌ ଇସ୍ତଫା ଦେଇଥିଲେ। ପରେ ବୋରିସ୍‌ ଏହି ମାମଲାକୁ ବାଟବଣା କରିଦେଇଥିବା ବିଷୟ ସ୍ବୀକାର କରିଥିଲେ।
ଦୂରଦୃଷ୍ଟିର ଅଭାବ
ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ୍‌ ଅଲଗା ହେବା ପ୍ରକ୍ରିୟା ‘ବ୍ରେକ୍‌ଜିଟ୍‌’ ନୀତି ଅନୁସରଣ ପୃଷ୍ଠଭୂମିରେ ସ୍ପଷ୍ଟ ଜନାଦେଶ ପାଇ ବୋରିସ୍‌ କ୍ଷମତାସୀନ ହୋଇଥିଲେ। କିନ୍ତୁ କୌଣସି ପ୍ରସଙ୍ଗ ଉପରେ ଡାଉନିଂ ଷ୍ଟ୍ରିଟ୍‌ର ସ୍ପଷ୍ଟ ଧାରଣା ନ ଥିବା ସମାଲୋଚକମାନେ ଅଭିଯୋଗ ଆଣିବାରେ ଲାଗିଛନ୍ତି। ବୋରିସ୍‌ ଏକ ନିୟନ୍ତ୍ରଣ ବାହାର ଶପିଂ ଟ୍ରଲି, ଯିଏକି ସବୁବେଳେ ଆଭିମୁଖ୍ୟ ବଦଳାଉଛନ୍ତି ବୋଲି ତାଙ୍କର ପୂର୍ବତନ ପରାମର୍ଶଦାତାରୁ ସମାଲୋଚକ ପାଲଟିଥିବା ଡୋମିନିକ୍‌ କୁମିଙ୍ଗ୍‌ସ ଅଭିଯୋଗ ଆଣନ୍ତି। ଶାସକ ଦଳର ଏମ୍‌ପିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିହୀନ ବିଚାରଧାରାକୁ ନାପସନ୍ଦ କରନ୍ତି।

ଋଷି ସୁନକ: କିଛି ତଥ୍ୟ

ଋଷି ସୁନକ ଅର୍ଥମନ୍ତ୍ରୀ ପଦ ଛାଡ଼ିବା ପରେ କ୍ୟାବିନେଟର ଅନ୍ୟ ସଦସ୍ୟମାନଙ୍କ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି। ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ଆଗୁଆ ଥିବା କୁହାଯାଉଛି। ଯଦି ଏପରି ହୁଏ ତେବେ ଋଷି ହେବେ ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ।  ଋଷି ସୁନକଙ୍କୁ ୨୦୨୦ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଅର୍ଥମନ୍ତ୍ରୀ ରୂପେ ନିଯୁକ୍ତ କରିଥିଲେ।
ମହାମାରୀ ସମୟରେ ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା। ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯାଇଥିବାରୁ ବ୍ୟବସାୟୀ ଓ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ଋଷି ବହୁ କୋଟି ବିଲିୟନ୍‌ ପାଉଣ୍ଡର ପ୍ୟାକେଜ୍‌ ଘୋଷଣା କରିଥିଲା। ଏହା ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା।
ଡାକ ନଁା ହେଉଛି ‘ଡିଶି’। ସେ ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ। ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ଟିକସ ବିବାଦ, ଦରଦାମ୍‌ ବୃଦ୍ଧି ଓ ଆମେରିକା ଗ୍ରୀନ୍‌କାର୍ଡ ଭଳି ପ୍ରସଙ୍ଗରେ ଋଷି ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲେ।
ଷ୍ଟ୍ରିଟ୍‌ରେ ଆୟୋଜିତ ପାର୍ଟିରେ ଯୋଗଦେଇ କୋଭିଡ୍‌ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଋଷି ମଧ୍ୟ ଜରିମାନା ଦେଇଥିଲେ। ଜେଜେବାପା ପଞ୍ଜାବରୁ ବ୍ରିଟେନକୁ ଯାଇ ବସବାସ କରିଥିଲେ। ଋଷି ଓ ଅକ୍ଷତା କାଲିଫର୍ନିଆରେ ପାଠ ପଢ଼ୁଥିବାବେଳେ ପରସ୍ପରକୁ ଭେଟିଥିଲେ। ଏହି ଦମ୍ପତିଙ୍କର ଦୁଇଜଣ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?