ବଡ଼ତ୍ରିବିଡ଼ାରେ ଜବରଦଖଲ ଉଚ୍ଛେଦ

କଣିହାଁ,୧୧।୧୨(ଡି.ଏନ.ଏ.): କଣିହାଁ  ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମରେ କଣିହାଁ  ତହସିଲ ତରଫରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଫୋର୍ସ ସହିତ କଣିହାଁ ତହସିଲଦାର ପତିତପାବନ ଦେବତା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ଜିଲାପାଲ ପ୍ରଭାତ ବିଶ୍ୱାଳ, ବିଦ୍ୟୁତ୍‌ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ହଟାଯାଇଥିଲା। ସକାଳେ ଡାକବାଜି ଯନ୍ତ୍ର ଯୋଗେ ବେଆଇନ ଘର ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ନେଇ ଯିବାକୁ ଘୋଷଣା କରାଯାଇଥିଲା। ଅପରାହ୍ନରେ ଜେସିବି ମେଶିନ୍‌ ଦ୍ୱାରା ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ଜାଗାରେ ଥିବା କୋଠା ଓ ଦୋକାନ ଗୃହ ଭଙ୍ଗାଯାଇଥିଲା। ଏ ନେଇ ତହସିଲଦାର ଦେବତା କହିଛନ୍ତି, ସରକାରୀ ଜାଗାରେ ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି। ଖୁବ୍‌ଶୀଘ୍ର ବଡତ୍ରିବିଡା ପଞ୍ଚାୟତର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣ ହେବ। ସେହି ଅଫିସ କଣିହାଁରେ ଚାଲିଥିବା କାରଣରୁ ଲୋକମାନେ ବହୁ ହଇରାଣ ହେଉଛନ୍ତି। ଏଠାରେ ଅନ୍ୟ ସରକାରୀ ଅନୁଷ୍ଠାନ ଗଢି ଉଠିବ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାଗା ଚିହ୍ନଟ କରିଥିଲୁ। ଉକ୍ତ ସ୍ଥାନକୁ ଜବରଦଖଲ କରାଯାଇଥିବା ସମ୍ପର୍କରେ ଗ୍ରାମର କେତେଜଣ ଲୋକ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଜବରଦଖଲ କାରୀଙ୍କୁ ପୂର୍ବରୁ ନୋଟିସ ହୋଇଥିଲା। କିନ୍ତୁ ପ୍ରଶାସନ ବିରୋଧରେ ସେମାନେ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। କୋର୍ଟଙ୍କ ଆଦେଶ ମିଳିବା ପରେ ସରକାରୀ ଜାଗାରେ ଥିବା ଘରକୁ ଭଙ୍ଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri