Posted inଖେଳ

୪୬ ବର୍ଷରେ ପ୍ରଥମ ଥର ପାଇଁ ୧୧୭ ଦିନ ବନ୍ଦ ରହିଲା କ୍ରିକେଟ୍‌

ଲଣ୍ଡନ, ୭।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ବୁଧବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଛି। ମହାମାରୀ କରୋନା ଲାଗି ୪ ମାସ ପାଖାପାଖି ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିଲା। ଫଳରେ ଦୀର୍ଘ ୧୧୭ ଦିନର ବ୍ୟବଧାନ ପରେ ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି। ସୀମିତ ଓଭର କ୍ରିକେଟ୍‌ ଆରମ୍ଭ ହେବାର ଦୀର୍ଘ ୪୬ ବର୍ଷ ପରେ ଏହା ପ୍ରଥମ ଘଟଣା ହେବ ଯେତେବେଳେ କି ଅନ୍ତର୍ଜାତୀୟ କ୍ରିକେଟ୍‌ ୧୦୦ କିମ୍ବା ଏହାଠାରୁ ଅଧିକ ଦିନ ବନ୍ଦ ହୋଇରହିଛି। ମହାମାରୀ କରୋନା ଭାଇରସ ଲାଗି ଗତ ମାର୍ଚ୍ଚ ୧୫ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇନାହିଁ। ଶେଷଥର ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୧୫ରେ ସିଡ୍‌ନୀରେ ଏକ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା।
୧୧୯୭୨ରେ ୧୧୪ ଦିନ ଏବଂ ୧୯୭୩ରେ ୧୧୩ ଦିନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ବନ୍ଦ ରହିଥିଲା। ସେହିଭଳି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୬ ବର୍ଷ ୯ ମାସ ୨୦ ଦିନ ଅର୍ଥାତ୍‌ ୨୪୮୫ ଦିନ ପର୍ଯ୍ୟନ୍ତ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯାଇ ନ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ୨୪୧୪ ଦିନ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇ ନ ଥିଲା। ଦୁଇଟି ବିଶ୍ୱଯୁଦ୍ଧକୁ ଛାଡ଼ି ଦେଲେ ଆଉ ଏକ ଯୁଦ୍ଧ ପାଇଁ ମଧ୍ୟ କ୍ରିକେଟ୍‌ ବନ୍ଦ ରହିଥିଲା। ୧୪ ଅଗଷ୍ଟ ୧୮୯୯ ମସିହାରୁ ୧୩ ଡିସେମ୍ବର ୧୯୦୧ ପର୍ଯ୍ୟନ୍ତ ଅର୍ଥାତ ୮୫୧ ଦିନ କୌଣସି କ୍ରିକେଟ୍‌ ଖେଳ ସମ୍ଭବପର ହୋଇ ନ ଥିଲା। ସେତେବେଳେ ଦକ୍ଷିଣ ଆଫ୍ରିକାରେ ଯୁଦ୍ଧ ଚାଲିଥିବାରୁ ସେଠାରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri