Posted inଫୁରସତ

୧୦ ବର୍ଷ ଧରି ଥିଲେ ବସ୍‌ କଣ୍ଡକ୍ଟର, ଏବେ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ

ଯେକୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପାଇଁ ତାଙ୍କ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ଲାଭ କରିବା ନିଶ୍ଚିତ ଖୁସିର କଥା। ମାତ୍ର ଜଣେ ଫିଲ୍ମ ଲାଇନ୍‌ର ନ ହୋଇ ବି ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏମିତି ଘଟିଛି ମଣିପୁରର ରାଜଧାନୀ ଇମ୍ଫାଲ ବାସିନ୍ଦା ଅମର ମାଇବାମଙ୍କ କ୍ଷେତ୍ରରେ। ସେ ଏମିତି ଜଣେ ବ୍ୟକ୍ତି, ଯିଏକି ପ୍ରାୟ ୧୦ ବର୍ଷ ଧରି ବସ୍‌ କଣ୍ଡକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପରେ ୨୦୧୪ରୁ ୨୦୧୮ମଧ୍ୟରେ ୪ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭରମାନଙ୍କ ସହିତ ଇମ୍ଫାଲରୁ ମୋରେ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବୁଲି ଭିଡିଓ ଶୁଟ୍‌ କରୁଥିଲେ।
ପରେ ସେ ସେହି ଭିଡିଓକୁ ଏକ ଡକ୍ୟୁମେଣ୍ଟାରୀରେ ପରିଣତ କରିଥିଲେ। ସେହି ଡକ୍ୟୁମେଣ୍ଟାରୀ ବର୍ତ୍ତମାନ ଅଷ୍ଟମ ଡକ୍‌ଫେଷ୍ଟ ପୁରସ୍କାର ପାଇଁ ଅନ୍ତର୍ଜାତୀୟ କ୍ଷେତ୍ରରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଲାଭ କରିଛି। ଏହି ଫିଲ୍ମର ନାମ ହେଉଛି ‘ହାଇୱେ ଅଫ୍‌ ଲାଇଫ୍‌’, ଯାହା ଫିଲ୍ମ ଡିଭିଜନ ଅଫ୍‌ ଇଣ୍ଡିଆ ବିଜୁ ଦାସଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡକ୍‌ଫେଷ୍ଟ ପୁରସ୍କାରରେ ୧୨୪ଟି ଦେଶର ୧୭୯୯ଟି ଫିଲ୍ମ ସାମିଲ ହୋଇଥିଲା। ଯେଉଁଥିରେ ଅମର ମାଇବାମଙ୍କ ଫିଲ୍ମ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏହା ଭାରତର ଏକମାତ୍ର ଫିଲ୍ମ, ଯାହାକି ଡକ୍‌ଫେଷ୍ଟ ଆଓ୍ବାର୍ଡରେ ଅମରଙ୍କ ଦ୍ୱାରା ସାମିଲ ହୋଇପାରିଥିଲା। କେବଳ ଏତିକି ନୁହେଁ, ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଅମରଙ୍କ ଏହି ଫିଲ୍ମ ଶ୍ରେଷ୍ଠ ନନ୍‌ ଫିଚର୍‌ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଏଡିଟିଂ ସମେତ ୪ଟି ପୁରସ୍କାର ପାଇଛି।
ଅମରଙ୍କ ଏହି ଡକ୍ୟୁମେଣ୍ଟାରୀ ହେଉଛି ମୋଟ୍‌ ୫୨ ମିନିଟ୍‌ର। ଏଥିରେ ଟ୍ରକ ଡ୍ରାଇଭରଙ୍କ ଜୀବନୀ, ସେମାନେ କିପରି ନିଜ ଜୀବନକୁ ବିପଦରେ ପକାଇ ରାଜପଥରେ ଟ୍ରକ୍‌ ଚଳାଉଛନ୍ତି ତାହା ଦର୍ଶାଯାଇଛି। ଏପରିକି ସେମାନେ ଟ୍ରକ ତଳେ ଶୋଇଥା’ନ୍ତି ଏବଂ ଯାହା ପାଇଲେ ତାହା ଖାଇବା ପରେ ସନ୍ତୁଷ୍ଟ ହୋଇଥାନ୍ତି। ଏସବୁକୁ ନେଇ ଅମର ନିର୍ଦ୍ଦେଶନା ଏହି ଫିଲ୍ମରେ ବେଶ୍‌ ବଳିଷ୍ଠ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri