Posted inଫୁରସତ

୧୦ ବର୍ଷ ଧରି ଥିଲେ ବସ୍‌ କଣ୍ଡକ୍ଟର, ଏବେ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ

ଯେକୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପାଇଁ ତାଙ୍କ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ଲାଭ କରିବା ନିଶ୍ଚିତ ଖୁସିର କଥା। ମାତ୍ର ଜଣେ ଫିଲ୍ମ ଲାଇନ୍‌ର ନ ହୋଇ ବି ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏମିତି ଘଟିଛି ମଣିପୁରର ରାଜଧାନୀ ଇମ୍ଫାଲ ବାସିନ୍ଦା ଅମର ମାଇବାମଙ୍କ କ୍ଷେତ୍ରରେ। ସେ ଏମିତି ଜଣେ ବ୍ୟକ୍ତି, ଯିଏକି ପ୍ରାୟ ୧୦ ବର୍ଷ ଧରି ବସ୍‌ କଣ୍ଡକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପରେ ୨୦୧୪ରୁ ୨୦୧୮ମଧ୍ୟରେ ୪ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭରମାନଙ୍କ ସହିତ ଇମ୍ଫାଲରୁ ମୋରେ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବୁଲି ଭିଡିଓ ଶୁଟ୍‌ କରୁଥିଲେ।
ପରେ ସେ ସେହି ଭିଡିଓକୁ ଏକ ଡକ୍ୟୁମେଣ୍ଟାରୀରେ ପରିଣତ କରିଥିଲେ। ସେହି ଡକ୍ୟୁମେଣ୍ଟାରୀ ବର୍ତ୍ତମାନ ଅଷ୍ଟମ ଡକ୍‌ଫେଷ୍ଟ ପୁରସ୍କାର ପାଇଁ ଅନ୍ତର୍ଜାତୀୟ କ୍ଷେତ୍ରରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଲାଭ କରିଛି। ଏହି ଫିଲ୍ମର ନାମ ହେଉଛି ‘ହାଇୱେ ଅଫ୍‌ ଲାଇଫ୍‌’, ଯାହା ଫିଲ୍ମ ଡିଭିଜନ ଅଫ୍‌ ଇଣ୍ଡିଆ ବିଜୁ ଦାସଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡକ୍‌ଫେଷ୍ଟ ପୁରସ୍କାରରେ ୧୨୪ଟି ଦେଶର ୧୭୯୯ଟି ଫିଲ୍ମ ସାମିଲ ହୋଇଥିଲା। ଯେଉଁଥିରେ ଅମର ମାଇବାମଙ୍କ ଫିଲ୍ମ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏହା ଭାରତର ଏକମାତ୍ର ଫିଲ୍ମ, ଯାହାକି ଡକ୍‌ଫେଷ୍ଟ ଆଓ୍ବାର୍ଡରେ ଅମରଙ୍କ ଦ୍ୱାରା ସାମିଲ ହୋଇପାରିଥିଲା। କେବଳ ଏତିକି ନୁହେଁ, ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଅମରଙ୍କ ଏହି ଫିଲ୍ମ ଶ୍ରେଷ୍ଠ ନନ୍‌ ଫିଚର୍‌ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଏଡିଟିଂ ସମେତ ୪ଟି ପୁରସ୍କାର ପାଇଛି।
ଅମରଙ୍କ ଏହି ଡକ୍ୟୁମେଣ୍ଟାରୀ ହେଉଛି ମୋଟ୍‌ ୫୨ ମିନିଟ୍‌ର। ଏଥିରେ ଟ୍ରକ ଡ୍ରାଇଭରଙ୍କ ଜୀବନୀ, ସେମାନେ କିପରି ନିଜ ଜୀବନକୁ ବିପଦରେ ପକାଇ ରାଜପଥରେ ଟ୍ରକ୍‌ ଚଳାଉଛନ୍ତି ତାହା ଦର୍ଶାଯାଇଛି। ଏପରିକି ସେମାନେ ଟ୍ରକ ତଳେ ଶୋଇଥା’ନ୍ତି ଏବଂ ଯାହା ପାଇଲେ ତାହା ଖାଇବା ପରେ ସନ୍ତୁଷ୍ଟ ହୋଇଥାନ୍ତି। ଏସବୁକୁ ନେଇ ଅମର ନିର୍ଦ୍ଦେଶନା ଏହି ଫିଲ୍ମରେ ବେଶ୍‌ ବଳିଷ୍ଠ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri