ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗତ ରବିବାର ଓ ସୋମବାର ହାତୀ ନଦୀରେ ବନ୍ୟା ଆସିଥିଲା। ଏଥିଯୋଗୁ ଜୁନାଗଡ଼ ବ୍ଲକର ହାତୀନଦୀ ତଳଭାଗରେ ଥିବା ଯମୁନାବାହାଲ, ଚିଚୈଗୁଡା, ବାଗଡୁଙ୍ଗରୀ, ମିଚାଗାଁ, ମସିଗାଁ, ସାହାଜକନା, ତଳମଲା, ପାଣିଗାଁ, ଚିଙ୍ଗୁଡିସର, ମୁର୍ଲାପଦର, ଭଇଁରୀଗୁଡା, କୁରୁଗୁଡା ଓ ଉପରେ ଭାଗରେ ଥିବା କଲମପୁର ବ୍ଲକର ବାଲିଛଡ଼ା, କର୍ମେଲି, ପରୁଆଗୁଡା, ମାଟିଖାଲ, ବଙ୍କାପଲା, ଟେମରା ପ୍ରଭୃତି ଗ୍ରାମର ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଏବେ ବନ୍ୟା ଛାଡିବା ପରେ ସେଥିମଧ୍ୟରୁ ଅନେକ ଚାଷଜମି ବାଲିଚର ହେବା ସହ ଧାନ ଫସଲ ପଚିଯାଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି କିଛି ଜମିରେ ଏବେ ମଧ୍ୟ ବନ୍ୟାପାଣି ଜମିରହି ପୋଖରୀ ଭଳି ଦୃଶ୍ୟ ହେଉଛି।
ପ୍ରକାଶ ଯେ, କିଛିଦିନ ତଳେ ଏହିସବୁ ଅଞ୍ଚଳର ଚାଷ ଜମିରେ ଚାଷୀମାନେ ଧାନ ରୋଇବା ସହ ପ୍ରଥମ ପର୍ଯ୍ୟାୟ ସାର ମଧ୍ୟ ଦେଇଥିଲେ। ଧାନଫସଲ ଭଲ ହେବ ଓ ସେଥିରୁ ଦୁଇପଇସା ପାଇ ଋଣ ଶୁଝିବା ସହ ଅନ୍ୟାନ୍ୟ କାମ କରିବା ନେଇ ଅନେକ ଚାଷୀ ସ୍ବପ୍ନ ଦେଖିଥିଲେ। ହେଲେ ହଠାତ୍‌ ବନ୍ୟା ଆସି ଚାଷୀଙ୍କ ସ୍ବପ୍ନକୁ ଉଜାଡ଼ି ଦେଇଛି। ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଜମିର ଅବସ୍ଥାକୁ ଦେଖି ଦୁଃଖରେ ଭାଙ୍ଗି ପଡିଛି। ଅନ୍ୟପକ୍ଷରେ, ରାଜସ୍ବ ବିଭାଗ କର୍ମଚାରୀ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଯୁଗ୍ମ ଭାବରେ ବନ୍ୟାରେ କ୍ଷୟକ୍ଷତି ଘଟିଥିବା ଚାଷଜମି ଆକଳନ କରିବା ପ୍ରକିୟା ଆରମ୍ଭ କରିଥିବା ଜଣାପଡିଛି। କିଛି ସ୍ଥାନରେ ସେମାନେ ପହଞ୍ଚତ୍ଥିବାବେଳେ ଅନେକ ସ୍ଥାନରେ ପହଞ୍ଚତ୍ପାରି ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ଶୀଘ୍ର କ୍ଷତିଗ୍ରସ୍ତ ଚାଷଜମି ଚିହ୍ନଟ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।
ନେଇ ଅତିରିକ୍ତ ଜିଲାପାଳ (ରାଜସ୍ବ) ବୈତୁରା ଦୀପଙ୍କୁ ପଚାରିବାରୁ ବନ୍ୟାରେ କ୍ଷୟକ୍ଷତି ଆକଳନ କରିବା ପାଇଁ ତୃଣମୂଳ ସ୍ତରରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ଯୁଗ୍ମ ଭାବରେ ତଦନ୍ତ ଆରମ୍ଭ ହୋଇଛି। ସେଠାରୁ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri