ବନ୍ୟା ସ୍ଥିତି ଗମ୍ଭୀର: କେନ୍ଦ୍ରାପଡ଼ା ଗଲା ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ୍‌

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ସରକାର ଏବଂ ଜିଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡିକ ପ୍ରତି ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ହେତୁ ଛତ୍ରପୁର ଅଷ୍ଟମ ବାଟାଲିୟନର ୨୭ ଜଣିଆ ଓଡ୍ରାଫ ଟିମ୍‌ ସୋମବାର କେନ୍ଦ୍ରାପଡ଼ା ଗ୍ରସ୍ତ କରିଥିବା ଜଣାପଡିଛି। ଓଡ୍ରାଫ ଇନଚାର୍ଜ ବି.ଏନ୍‌. ମଲିକ ଓ ଏସ୍‌ଆଇ ପିକେ ସୁବୁଦ୍ଧିଙ୍କ ଏହାର ନେତୃତ୍ୱ ନେଇଛନ୍ତି l ଓଡ୍ରାଫ ଟିମ ଗ୍ରସ୍ତ ବେଳେ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟ ନାରାୟଣ ମଲିକ, ଡେପୁଟି କମାଣ୍ଡଣ୍ଟେନ୍ଟ ପ୍ରଫୁଲ୍ଲ କୁମାର ସିଂ, ସିପାହୀ ହାବିଲଦାର ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମେ ନିଜେ ସୁରକ୍ଷିତ ରହି କାମ କରିବାକୁ ସେମାନଙ୍କୁ କମାଣ୍ଡଣ୍ଟେଟ ମଲିକ ପରାମର୍ଶ ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri