ଚାପରେ ହେଉଛି ଚେପା

ପୃଥିବୀବାସୀ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇଜିପ୍ଟର ଶର୍ମ-ଏଲ୍‌-ଶେଖ୍‌ରେ କପ୍‌-୨୭ ଶେଷ ହୋଇଛି। ସେଥିରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ କ୍ଷତିପୂରଣ ପାଣ୍ଠି ଗଠନ ନେଇ ସହମତି ପ୍ରକାଶ ପାଇଛି। ଅଙ୍ଗାରକାମ୍ଳ ଉତ୍ସର୍ଜନ ଜରିଆରେ ବିଶ୍ୱତାପନ ବୃଦ୍ଧି କରୁଥିବା ରାଷ୍ଟ୍ରଗୁଡ଼ିକ କ୍ଷତିଗ୍ରସ୍ତ ଗରିବ ଦେଶଗୁଡ଼ିକୁ ଏହି କ୍ଷତିପୂରଣ ଦେବେ। କିନ୍ତୁ ତାପମାତ୍ରା ହ୍ରାସ ନେଇ ଯେଭଳି ଫଳପ୍ରଦ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଥିଲା ତାହା ହୋଇପାରି ନାହିଁ। ପୃଥିବୀ ବକ୍ଷରେ ଏହି ସମସ୍ୟାରେ ସନ୍ତୁଳି ଯାଉଥିବା ମଣିଷ ପାଇଁ ଧୀରେ ଧୀରେ ମହାକାଶରେ ଗଦା ହେଉଥିବା ଅଳିଆ ଆବର୍ଜନାର ବିପଦ ଆଗକୁ ଭୀଷଣ ରୂପ ଧାରଣ କରିବାର ସବୁ ସଙ୍କେତ ଦେଲାଣି। ଆମେରିକାର ବଡ଼ କମ୍ପାନୀଗୁଡ଼ିକ ମହାକାଶ ଯାନ ପ୍ରେରଣରେ ପ୍ରତିଦ୍ୱନ୍ଦ୍ୱିତା ସ୍ତରରେ ପହଞ୍ଚତ୍ଛନ୍ତି। ଏଭଳି ପରିପ୍ରେକ୍ଷୀରେ ୪ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ହାଇଦ୍ରାବାଦର ଏକ ଷ୍ଟାର୍ଟଅପ୍‌ ‘ସ୍କାଏରୁଟ୍‌ ଏରୋସ୍ପେସ’ (Skyroot Aerospace) ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ୧୮ ନଭେମ୍ବର ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ମହାକାଶକୁ ଛଡ଼ାଯାଇଛି। ଦେଶର ପ୍ରଥମ ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମ ଅନୁସାରେ ଉକ୍ତ ରକେଟ୍‌ର ନାମ ‘ବିକ୍ରମ ଏସ୍‌’ ରଖାଯାଇଛି। ୨୦୨୦ରେ ଘରୋଇ କମ୍ପାନୀକୁ ମହାକାଶ ଅଭିଯାନ କ୍ଷେତ୍ରରେ ଅନୁମତି ଦିଆଯାଇଥିଲା। ବାସ୍ତବରେ ପ୍ରଶ୍ନ ଉଠିପାରେ ସରକାରୀ ଅର୍ଥ, ଯାହାକି କରଦାତାଙ୍କ ଅର୍ଥ ସମେତ ସିଙ୍ଗାପୁର ଓ ଅନ୍ୟ ସ୍ଥାନରୁ ପୁଞ୍ଜି ଆଣି ଗଢ଼ିଉଠିଥିବା ଏହି ଷ୍ଟାର୍ଟଅପ୍‌ର ମୂଳ ଲକ୍ଷ୍ୟ ବୁଝିହେଉନାହିଁ। ଭାରତର ଇସ୍ରୋ ଭଳି ଆହୁରି ଅନେକ ଦେଶର ମହାକାଶ ଗବେଷଣା ସଂସ୍ଥା କାର୍ଯ୍ୟରତ ଅଛନ୍ତି। ତନ୍ମଧ୍ୟରୁ ଅନେକ ସଂସ୍ଥା ନିଜ ରକେଟ୍‌ ଭିତ୍ତିଭୂମିକୁ ଭଡ଼ାରେ ଲଗାଇ ଅନ୍ୟ ଦେଶର ଉପଗ୍ରହ (ସାଟେଲାଇଟ୍‌)କୁ ମହାକାଶ ପଠାଉଛନ୍ତି। ଏଲନ୍‌ ମସ୍କଙ୍କ ‘ସ୍ପେସ୍‌ଏକ୍ସ’ ଓ ଜେଫ୍‌ ବେଜୋସଙ୍କ ‘ବ୍ଲୁ ଅରିଜିନ୍‌’ ଭଳି ଘରୋଇ କମ୍ପାନୀ ମଧ୍ୟ ଉପଗ୍ରହ ପଠାଇବାରେ ଆଗୁଆ ଅଛନ୍ତି। ଅବଶ୍ୟ ଭାରତରେ ବହୁ ନେତା ଓ ସେହି ନେତାଙ୍କ ଚେଲାମାନେ ସ୍କାଏରୁଟ୍‌ର ଏହି କାର୍ଯ୍ୟକୁ ପ୍ରବଳ ପ୍ରଶଂସା କରିବାରେ ଲାଗିଛନ୍ତି। ଏଭଳି ଅନ୍ଧ ନାଗରିକ ବୁଝିବାକୁ ନାରାଜ ଯେ ଉପରୋକ୍ତ ଘରୋଇ କମ୍ପାନୀ ଇସ୍ରୋ ସହିତ ବୁଝାମଣା କରି ତାହାର ସବୁ ଭିତ୍ତିଭୂମି ଓ ଜ୍ଞାନକୌଶଳର ସିଧାସଳଖ ବ୍ୟବହାର କରୁଛନ୍ତି। ବିଦେଶରୁ ଅନେକ ନିୟୁତ ଡଲାର ପାଇଥିବା ଏହି କମ୍ପାନୀ ନିଜର ଭିତ୍ତିଭୂମି ସୃଷ୍ଟି କରିନାହିଁ। ଅର୍ଥାତ୍‌ ଇସ୍ରୋର ସୁବିଧାଗୁଡ଼ିକୁ ବ୍ୟବହାର କରିପାରିଲେ ହୁଏତ ଆହୁରି ଅନେକ ଭାରତୀୟ ଏହିଭଳି ଷ୍ଟାର୍ଟଅପ୍‌ ସୃଷ୍ଟି କରିପାରନ୍ତେ। କିନ୍ତୁ ସେମାନଙ୍କ ପଛରେ ସେଭଳି ଟାଣୁଆ ସମର୍ଥନ ରହିଥିବା ଅତ୍ୟନ୍ତ ଆବଶ୍ୟକ।
ଦେଖାଯାଏ ପାଶ୍ଚାତ୍ୟ ଯେଉଁ ନୂତନ କାର୍ଯ୍ୟକ୍ରମ କରେ ତାହାକୁ ପ୍ରାଚ୍ୟ ଦେଶଗୁଡ଼ିକ ଅନୁସରଣ କରନ୍ତି। ଏପରି କି ସେମାନେ ଯେଉଁ ଜିନିଷକୁ ଅତ୍ୟଧିକ ବ୍ୟବହାର କରି ଛାଡ଼ି ଦିଅନ୍ତି, ତାହାକୁ ଭାରତ ଭଳି ଦେଶରେ ଆଗ୍ରହର ସହ ଗ୍ରହଣ କରିନିଆଯାଇଥାଏ। ଆମେରିକାର ଆଟମିକ୍‌ ରିଆକ୍ଟରଗୁଡ଼ିକୁ ଏଠାରେ ପ୍ରଚଳନ କରିବା ଲାଗି ଅତୀତରେ ଅନେକ ପଦକ୍ଷେପ ନିଆଯାଇଛି। ଭାରତରେ ନେତୃତ୍ୱ ଓ ବୈଜ୍ଞାନିକମାନେ ନୂଆ କିଛି ସୃଷ୍ଟି କରିବା ଅପେକ୍ଷା ସହଜରେ କେଉଁଠାରୁ କ’ଣ ମିଳିପାରିବ ସେହି ଦିଗରେ ଧାଇଁ ଥାଆନ୍ତି। ଯଦି ମହାକାଶ ଅଭିଯାନ କଥା ଦେଖିବା ତେବେ ଭାରତ ସରକାରଙ୍କ ପକ୍ଷରୁ ପ୍ରେରଣ ହେଉଥିବା ଉପଗ୍ରହଗୁଡ଼ିକରୁ ସବୁ ପ୍ରକାର ତଥ୍ୟ ମିଳିପାରୁଛି। ତେଣୁ ସରକାର ନିଜସ୍ବ ରକେଟ୍‌ ବ୍ୟବହାର କରି ତା’ର ଲକ୍ଷ୍ୟ ହାସଲ କରିପାରଛନ୍ତିି। ଏଭଳି ପରିପ୍ରେକ୍ଷୀରେ ଘରୋଇ ସଂସ୍ଥାଗୁଡ଼ିକୁ ମହାକାଶକୁ ରକେଟ ଛାଡ଼ିବାର ଅନୁମତି ଦିଆଗଲେ ତାହା କେଉଁ ବୃହତ୍‌ ଲକ୍ଷ୍ୟ ପୂରଣ କରିପାରିବ, ସେହି ଦିଗରେ ସରକାରଙ୍କୁ ପ୍ରଶ୍ନ କରାଯାଉ ନାହିଁ। ୟୁଏସ୍‌ ସ୍ପେଶ୍‌ ସର୍ଭେଲାନ୍ସ ନେଟ୍‌ଓ୍ବର୍କ ଜାନୁୟାରୀ ୨୦୨୧ରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଥିଲା ଯେ, ପୃଥିବୀ କକ୍ଷପଥ ଉପରେ ୪ ହଜାର ୪୫୦ କାର୍ଯ୍ୟକ୍ଷମ ହେଉଥିବା ଉପଗ୍ରହ ସହ ୨୧,୯୦୧ କୃତ୍ରିମ ବସ୍ତୁ ଘୂରି ବୁଲୁଛି। ଏତିକିରୁ ଅନୁମାନ କରାଯାଇପାରେ ଯେ, ମହାକାଶ କେତେ ଭାରାକ୍ରାନ୍ତ ରହିଛି। ଏଭଳି ସ୍ଥଳେ ପୃଥିବୀର ଅଧିକାଂଶ ରାଷ୍ଟ୍ର ମହାକାଶ ଅଭିଯାନରେ ଘରୋଇ ସଂସ୍ଥାଗୁଡ଼ିକୁ ସାମିଲ କରିଚାଲିଲେ ମହାକାଶ ବର୍ଜ୍ୟ ଆହୁରି ବଢ଼ିଯିବା ସ୍ବାଭାବିକ।
ସମସ୍ତେ ଜାଣନ୍ତି ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ମଣିଷ ଜୀବନ ଧାରଣ କରିପାରୁଛି। ଏହି ଗ୍ରହ ଆଜି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ଚାପରେ ପଡ଼ି ଅଧିକ ଚେପା ହେବାରେ ଲାଗିଲାଣି। ଏହି ସନ୍ଧିକ୍ଷଣରେ ମହାକାଶକୁ ଭାରାକ୍ରାନ୍ତ କରାଇଦେଲେ ତାହାର ବିପଦ ପୃଥିବୀ ଉପରେ ପଡ଼ିବା ଥୟ। ତେଣୁ ଭାରତ ବିଶ୍ୱ ପ୍ରଦୂଷଣରେ ସାମିଲ ନ ହେବା ପାଇଁ ଚେଷ୍ଟା କରିବା କଥା। କିନ୍ତୁ ଗୋଟେ ଦେଖେଇ ହେବା ଆଭିମୁଖ୍ୟ ରହୁଥିବାରୁ ଅନ୍ୟକୁ ଅନୁସରଣ କରିବାକୁ ଭଲ ଲାଗୁଛି। ଯଦି ସେହି ଚିନ୍ତାକୁ ଛାଡ଼ି ଦିଆଯାଆନ୍ତା ଓ ଦେଶ ପାଇଁ ଯାହା ମଙ୍ଗଳଦାୟକ, ସେହି ଦିଗରେ ଅଭିନବ ପଦକ୍ଷେପ ନିଆଯାଆନ୍ତା; ତାହା ହେଲେ ପାଶ୍ଚାତ୍ୟ ମଧ୍ୟ ଭାରତକୁ ସେହି ଦିଗରେ ଅନୁକରଣ କରିବାକୁ ଆଗେଇ ଆସନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?