ଚେୟାରରେ ରୋଗୀ, ସାଲାଇନ ଧରୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ) : ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ସହଜରେ ମିଳୁନି ବେଡ୍‌। ରୋଗୀ ଘଣ୍ଟା ଘଣ୍ଟା ଧରି ଚେୟାର, ଷ୍ଟ୍ରେଚର ଓ ତଳେ ପଡି ରହୁଛନ୍ତି। ରୋଗୀଙ୍କ ସମ୍ପର୍କୀୟ ସାଲାଇନ୍‌ ଧରି ଠିଆ ହେଉଥିବା ଭଳି ଦୟନୀୟ ଚିତ୍ର ପ୍ରତିଦିନ ଦେଖିବାକୁ ମିଳୁଛି। ତେବେ ରବିବାର ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ବୃଦ୍ଧା ମା’ ନିଶା ମୁଦୁଲିଙ୍କୁ ଧରି ଚିକିତ୍ସା ପାଇଁ କ୍ୟାପିଟାଲ ଆସିଥିବା ନୟାଗଡ଼ ଜିଲା କଣ୍ଟିଲୋ ଅଞ୍ଚଳର ଜଣେ ମହିଳା କହିଛନ୍ତି, ସା ବେଳୁ ଆସିଲିଣୁ। ହେଲେ ବେଡ୍‌ ମିଳୁନି। ମା’ ଶ୍ୱାସରୋଗୀ, ଦେହ ବହୁତ ଖରାପ ଅଛି। ବାହାରେ ତଳେ ଶୋଇବା ଦ୍ୱାରା ଧୂଳି ଉଡି ସେ ବହୁତ କଷ୍ଟ ଅନୁଭବ କରୁଛନ୍ତି। ପୁଣି ଷ୍ଟ୍ରେଚରରେ ବହୁ ସମୟ ଧରି ଏପଟ ସେପଟ ହେଲୁ। ବାରମ୍ବାର ଡାକ୍ତର ଓ କର୍ମଚାରୀଙ୍କୁ କହିବା ସତ୍ତ୍ୱେ କେହି କର୍ଣ୍ଣପାତ କଲେନାହିଁ। ନ ଦୀର୍ଘ ସମୟ ଅପେକ୍ଷା ପରେ ରାତି ୧୨ଟାରେ ପରେ ବେଡ ମିଳିଥିଲା। ସେହିପରି ଆଉଜଣେ ରୋଗୀ ନିମାପଡ଼ା ଅଞ୍ଚଳରୁ ଆସିଥିବା କାଳନ୍ଦୀ କାଣ୍ଡି ଚେୟାରରେ ଗୁରୁତର ଅବସ୍ଥାରେ ବସି ରହିଥିବାବେଳେ ତାଙ୍କ ଭାଇ ସାଲାଇନ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ସାନ ଭାଇଙ୍କ କହିବା ମୁତାବକ, ଭାଇ ଦାନାଦାର ଖାଇଦେବାରୁ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲୁ। ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଗଲା। ଏଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସାଲାଇନ ଲଗାଯାଇଛି। ଓ୍ବାର୍ଡରୁ ଓ୍ବାର୍ଡ ବୁଲିବା ପରେ ବେଡ ନ ଥିବାରୁ ଚେୟାର ଏମିତି ଅପେକ୍ଷା କରିଛୁ। କେବଳ ଏହି ତିନିଜଣ ନୁହନ୍ତି, ଏମିତି ଅନେକ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମୁହଁରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଓ ଅନ୍ୟ ସେବାକୁ ନେଇ ନାନା ଅଭିଯୋଗ ଶୁଣିବାକୁ ମିଳିଥିଲା। ବେଡ୍‌ ନ ପାଇ ହଟହଟା ହେଉଥିବା ଆଉଜଣେ ରୋଗୀ କହିଛନ୍ତି, ତାଙ୍କଭଳି ଆହୁରି ଅନେକ ରୋଗୀ ଅଛନ୍ତି, ଯେଉଁମାନେ ଶୋଇବା ପାଇଁ ବେଡ ପାଉନାହାନ୍ତି। ରାଜଧାନୀ ମୁଖ୍ୟ ଚିକିତ୍ସାଳୟର କେବଳ କୋଠା ରଙ୍ଗ ବଦଳିଛି, ମାତ୍ର ସ୍ବାସ୍ଥ୍ୟବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସେଇଆ। ଜରୁରୀକାଳୀନୀ ବେଡ୍‌ ସଂଖ୍ୟା ବଢିବାରେ ନାହିଁ। ନୂଆ ଘରକୁ ଅପେକ୍ଷା କରିଛନ୍ତି କର୍ତ୍ତୃପକ୍ଷ। ବେଡ୍‌ ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜରୁରୀକାଳୀନ ୱାର୍ଡରେ ବେଡ ସଂଖ୍ୟା କେଉଁ ରୁମ୍‌ରେ ୫ଟି ତ ପୁଣି କେଉଁଠି ୭ଟି ରହିଛି। ଫଳରେ କୌଣସି ରୋଗୀ ଡିସ୍‌ଚାର୍ଜ ହେବା ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ପୁଣି ଏ ରୁମ୍‌ରୁ ସେ ରୁମ୍‌କୁ ଯିବାଆସିବା ଦ୍ୱାରା ରୋଗୀ ମାନସିକସ୍ତରରେ ଆଘାତ ପାଉଛନ୍ତି। ତେଣୁ ଏଥିପ୍ରତି କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri