ଚିରସ୍ରୋତା ହେବ ଖରସ୍ରୋତା

ରସୁଲପୁର,୨୧ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୭ ପଞ୍ଚାୟତ ଯଥା; ଭୋଟକା, ଗନ୍ଧଣ, ବଡ଼କଇଞ୍ଚତ୍, ରସୁଲପୁର, ରାହାମ୍ବା, ଟିକରପଡ଼ା ଓ ନଠୁଆବରର ଜୀବନରେଖା କୁହାଯାଉଥିବା ମୂଳ ଖରସ୍ରୋତା ପୁଣି ଜିଇଁବା ସମ୍ଭାବନା ଦେଖାଦେଇଛି। ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ମରିଯାଇଥିବା ମୂଳ ଖରସ୍ରୋତାରେ ନଦୀଜଳ ପ୍ରବାହିତ ହେବ ବୋଲି ଜଣାପଡ଼ିଛି। ଏହି ବ୍ଲକର ଟିକରପଡ଼ାଠାରେ ଏକ ସ୍ଲୁଇସ୍‌ ଗେଟ ନିର୍ମାଣ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିନିଧି ଦଳ ପକ୍ଷରୁ ମିଳିଥିବା ସବୁଜ ସଂକେତରୁ ଏହା ସ୍ପଷ୍ଟ ହୋଇଛି। କୋରେଇ ବିଧାୟକ ଅଶୋକ କୁମାର ବଳ, ଜଳସମ୍ପଦ ଓ ଡ୍ରେନେଜ ବିଭଗର ଏକ କ୍ଷେତ୍ର ପରିଦର୍ଶନକାରୀ ପ୍ରତିନିଧି ଦଳ ପକ୍ଷରୁ ଏଭଳି ସଂକେତ ମିଳିଛି। ଉକ୍ତ ସୂଚନା ପାଇ ଖରସ୍ରୋତା ପୁନରୁଦ୍ଧାର ସମିତି, ନଦୀ ଅବବାହିକାରେ ଅବସ୍ଥିତ ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକଟିତ ହୋଇଛି।
ରବିବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ମୁଖ୍ୟଯନ୍ତ୍ରୀ (ଯୋଜନା) ସାଗର ମହାନ୍ତି, ମୁଖ୍ୟଯନ୍ତ୍ରୀ (ଡିଜାଇନ) ଲିଙ୍ଗରାଜ ଗୌଡ଼, ମୁଖ୍ୟଯନ୍ତ୍ରୀ (ମହାନଦୀ ବ୍ରାହ୍ମଣୀ ବୈତରଣୀ ସିଷ୍ଟମ) ବିଜୟ କୁମାର ସାମଲ, ମୁଖ୍ୟଯନ୍ତ୍ରୀ (ଡ୍ରେନେଜ୍‌) ବେଲେଶ୍ୱର ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ନନ୍ଦନ ମହାପାତ୍ର, ଚଣ୍ଡିଖୋଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ, ଜାରକା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କାମଦେବ ଦାସ, ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସାହୁ, ସବ୍ୟ ସଚିନ ବିଶ୍ୱାଳ ଓ ଉପଖଣ୍ଡ ଅଧିକାରୀ (ଡ୍ରେନେଜ) ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉକ୍ତସ୍ଥାନରେ ବିଧାୟକ ବଳ, ଖରସ୍ରୋତା ପୁନରୁଦ୍ଧାର ସମିତି ସଭାପତି ବେଣୁଧର ଦୋବାଇ, କୈଳାସ ଚନ୍ଦ୍ର ନାୟକ, ଲକ୍ଷ୍ମଣ ରାଉତ, ସୁଧାଶୁଂ ମିଶ୍ର, ବିଶ୍ୱଜିତ୍‌ ମହାନ୍ତି, ଗୋପୀନାଥ ପତି, ସରପଞ୍ଚ ଅଶୋକ କୁମାର ମଲିକ, ବିଶ୍ୱମ୍ବର ଖୁଣ୍ଟିଆ, ଦେବୀ ପ୍ରସନ୍ନ ନାୟକ, ଅନନ୍ତ ପୁହାଣ, ଶ୍ରୀଧର ବିଶ୍ୱାଳ, ପ୍ରକାଶ ସାହୁ, ଯୁବନେତା ପ୍ରକାଶ ନାୟକ, ବିଜୟ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହି ସ୍ଲୁଇସ୍‌ ଗେଟ ନିର୍ମାଣକୁ ନେଇ ରହିଆସୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
୧୩ କି.ମି ନଦୀରେ ରହିଥିବା ୮ ପୋଲର ସୁରକ୍ଷା ସମ୍ପର୍କରେ ବିଭିନ୍ନ ବିଭାଗ ସହ ବିଧାୟକ ଆଲୋଚନା କରିବେ ବୋଲି କହିଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ବିଧାୟକଙ୍କ ସହ ଏକ ବୈଠକ ଜରିଆରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଅଧିକାରୀମାନେ ମୂଳ ଖରସ୍ରୋତାର ତଳମୁଣ୍ଡ ନଦୀର ବେସିନ ଓ ଉପରମୁଣ୍ଡ ନଦୀ ଶଯ୍ୟା ପରଖିବା ସହ ଏନେଇ ରହିଥିବା ନଦୀ ମାନଚିତ୍ର ଯାଞ୍ଚ କରିଥିଲେ। ପରେ ମୂଳ ଖରସ୍ରୋତାର ତଳମୁଣ୍ଡରେ ଥିବା ସ୍ଲୁଇସ୍‌ ଗେଟ ସ୍ଥଳ ପରିଦର୍ଶନ କରିଥିଲେ। ୨୦୧୪ରୁ ଖରସ୍ରୋତା ପୁନରୁଦ୍ଧାର ସମିତି ପକ୍ଷରୁ ଟିକରପଡ଼ାଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରିବାକୁ ଦାବି ହୋଇଆସୁଛି। ଏନେଇ ସମିତି ପକ୍ଷରୁ ହାଇକୋର୍ଟ ବିଚାରପତି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, କୋରେଇ ଓ ଧର୍ମଶାଳା ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ ହୋଇଛି। ଏହାଛଡ଼ା ସମିତି ପକ୍ଷରୁ ନଦୀ ଅବବାହିକାରେ ଅବସ୍ଥିତ ପଞ୍ଚାୟତରେ ପଦଯାତ୍ରା କରାଯାଇଛି। ଅକ୍ଟୋବରରେ କୋରେଇ ବିଧାୟକ ଜଳ ସମ୍ପଦ ସଚିବ, ଉନ୍ନୟନ କମିଶନରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ପ୍ରତ୍ୟେକ ମାସ ୩୦ରେ ପଦଯାତ୍ରୀ ବିଭିନ୍ନ ଗ୍ରାମ ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରସୁଲପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି। ଦାବି ମୁତାବକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ବାରମ୍ବାର କ୍ଷେତ୍ର ସର୍ବେକ୍ଷଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri