ଚିରସ୍ରୋତା ହେବ ଖରସ୍ରୋତା

ରସୁଲପୁର,୨୧ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଧୀନ ୭ ପଞ୍ଚାୟତ ଯଥା; ଭୋଟକା, ଗନ୍ଧଣ, ବଡ଼କଇଞ୍ଚତ୍, ରସୁଲପୁର, ରାହାମ୍ବା, ଟିକରପଡ଼ା ଓ ନଠୁଆବରର ଜୀବନରେଖା କୁହାଯାଉଥିବା ମୂଳ ଖରସ୍ରୋତା ପୁଣି ଜିଇଁବା ସମ୍ଭାବନା ଦେଖାଦେଇଛି। ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ମରିଯାଇଥିବା ମୂଳ ଖରସ୍ରୋତାରେ ନଦୀଜଳ ପ୍ରବାହିତ ହେବ ବୋଲି ଜଣାପଡ଼ିଛି। ଏହି ବ୍ଲକର ଟିକରପଡ଼ାଠାରେ ଏକ ସ୍ଲୁଇସ୍‌ ଗେଟ ନିର୍ମାଣ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିନିଧି ଦଳ ପକ୍ଷରୁ ମିଳିଥିବା ସବୁଜ ସଂକେତରୁ ଏହା ସ୍ପଷ୍ଟ ହୋଇଛି। କୋରେଇ ବିଧାୟକ ଅଶୋକ କୁମାର ବଳ, ଜଳସମ୍ପଦ ଓ ଡ୍ରେନେଜ ବିଭଗର ଏକ କ୍ଷେତ୍ର ପରିଦର୍ଶନକାରୀ ପ୍ରତିନିଧି ଦଳ ପକ୍ଷରୁ ଏଭଳି ସଂକେତ ମିଳିଛି। ଉକ୍ତ ସୂଚନା ପାଇ ଖରସ୍ରୋତା ପୁନରୁଦ୍ଧାର ସମିତି, ନଦୀ ଅବବାହିକାରେ ଅବସ୍ଥିତ ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକଟିତ ହୋଇଛି।
ରବିବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ମୁଖ୍ୟଯନ୍ତ୍ରୀ (ଯୋଜନା) ସାଗର ମହାନ୍ତି, ମୁଖ୍ୟଯନ୍ତ୍ରୀ (ଡିଜାଇନ) ଲିଙ୍ଗରାଜ ଗୌଡ଼, ମୁଖ୍ୟଯନ୍ତ୍ରୀ (ମହାନଦୀ ବ୍ରାହ୍ମଣୀ ବୈତରଣୀ ସିଷ୍ଟମ) ବିଜୟ କୁମାର ସାମଲ, ମୁଖ୍ୟଯନ୍ତ୍ରୀ (ଡ୍ରେନେଜ୍‌) ବେଲେଶ୍ୱର ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ନନ୍ଦନ ମହାପାତ୍ର, ଚଣ୍ଡିଖୋଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ, ଜାରକା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କାମଦେବ ଦାସ, ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସାହୁ, ସବ୍ୟ ସଚିନ ବିଶ୍ୱାଳ ଓ ଉପଖଣ୍ଡ ଅଧିକାରୀ (ଡ୍ରେନେଜ) ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଉକ୍ତସ୍ଥାନରେ ବିଧାୟକ ବଳ, ଖରସ୍ରୋତା ପୁନରୁଦ୍ଧାର ସମିତି ସଭାପତି ବେଣୁଧର ଦୋବାଇ, କୈଳାସ ଚନ୍ଦ୍ର ନାୟକ, ଲକ୍ଷ୍ମଣ ରାଉତ, ସୁଧାଶୁଂ ମିଶ୍ର, ବିଶ୍ୱଜିତ୍‌ ମହାନ୍ତି, ଗୋପୀନାଥ ପତି, ସରପଞ୍ଚ ଅଶୋକ କୁମାର ମଲିକ, ବିଶ୍ୱମ୍ବର ଖୁଣ୍ଟିଆ, ଦେବୀ ପ୍ରସନ୍ନ ନାୟକ, ଅନନ୍ତ ପୁହାଣ, ଶ୍ରୀଧର ବିଶ୍ୱାଳ, ପ୍ରକାଶ ସାହୁ, ଯୁବନେତା ପ୍ରକାଶ ନାୟକ, ବିଜୟ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହି ସ୍ଲୁଇସ୍‌ ଗେଟ ନିର୍ମାଣକୁ ନେଇ ରହିଆସୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
୧୩ କି.ମି ନଦୀରେ ରହିଥିବା ୮ ପୋଲର ସୁରକ୍ଷା ସମ୍ପର୍କରେ ବିଭିନ୍ନ ବିଭାଗ ସହ ବିଧାୟକ ଆଲୋଚନା କରିବେ ବୋଲି କହିଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ବିଧାୟକଙ୍କ ସହ ଏକ ବୈଠକ ଜରିଆରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଅଧିକାରୀମାନେ ମୂଳ ଖରସ୍ରୋତାର ତଳମୁଣ୍ଡ ନଦୀର ବେସିନ ଓ ଉପରମୁଣ୍ଡ ନଦୀ ଶଯ୍ୟା ପରଖିବା ସହ ଏନେଇ ରହିଥିବା ନଦୀ ମାନଚିତ୍ର ଯାଞ୍ଚ କରିଥିଲେ। ପରେ ମୂଳ ଖରସ୍ରୋତାର ତଳମୁଣ୍ଡରେ ଥିବା ସ୍ଲୁଇସ୍‌ ଗେଟ ସ୍ଥଳ ପରିଦର୍ଶନ କରିଥିଲେ। ୨୦୧୪ରୁ ଖରସ୍ରୋତା ପୁନରୁଦ୍ଧାର ସମିତି ପକ୍ଷରୁ ଟିକରପଡ଼ାଠାରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରିବାକୁ ଦାବି ହୋଇଆସୁଛି। ଏନେଇ ସମିତି ପକ୍ଷରୁ ହାଇକୋର୍ଟ ବିଚାରପତି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, କୋରେଇ ଓ ଧର୍ମଶାଳା ବିଧାୟକଙ୍କ ନିକଟରେ ଦାବି ଉପସ୍ଥାପନ ହୋଇଛି। ଏହାଛଡ଼ା ସମିତି ପକ୍ଷରୁ ନଦୀ ଅବବାହିକାରେ ଅବସ୍ଥିତ ପଞ୍ଚାୟତରେ ପଦଯାତ୍ରା କରାଯାଇଛି। ଅକ୍ଟୋବରରେ କୋରେଇ ବିଧାୟକ ଜଳ ସମ୍ପଦ ସଚିବ, ଉନ୍ନୟନ କମିଶନରଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ପ୍ରତ୍ୟେକ ମାସ ୩୦ରେ ପଦଯାତ୍ରୀ ବିଭିନ୍ନ ଗ୍ରାମ ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରସୁଲପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି। ଦାବି ମୁତାବକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ବାରମ୍ବାର କ୍ଷେତ୍ର ସର୍ବେକ୍ଷଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?