Posted inଖେଳ

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି ନାହିଁ। ଫଳରେ ବିନା ଫଳାଫଳରେ ମ୍ୟାଚ୍‌ ଶେଷ ହୋଇଛି। ଟସ୍‌ ଜିତି ପାକିସ୍ତାନ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୧୬.୧ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରି ସ୍କୋରକୁ ଆଗେଇ ନେଉଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହା ପରେ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଦ୍ୱିତୀୟ ଓ ତୃତୀୟ ଟି୨୦ ଯଥାକ୍ରମେ ରବିବାର ଓ ମଙ୍ଗଳବାର ଏହି ଗ୍ରାଉଣ୍ଡରେ ଖେଳାଯିବ।
ଖେଳ ବନ୍ଦ ହେବାବେଳକୁ ସାମ ବିଲିଙ୍ଗ୍ସ ୩ ଓ କ୍ରିସ୍‌ ଜୋର୍ଡାନ ୨ ରନକରି ଅପରାଜିତ ରହିଥିଲେ। ଓପନର ଟମ୍‌ ବାଣ୍ଟନ୍‌ ଧୂଆଁଧାର ବ୍ୟାଟିଂ କରି ୪୨ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଅନ୍ୟତମ ଓପନର ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମାତ୍ର ୨ ରନକରି ପ୍ୟାଭିଲିୟନ ଫେରିଥିଲେ। ଡଓ୍ବେିଡ୍‌ ମଲାନ ୨୩, ଅଧିନାୟକ ଇଅନ ମୋର୍ଗାନ ୧୪ ରନ କରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ମୋଇନ୍‌ ଅଲୀ ୮ ଓ ଲୁଇସ୍‌ ଗ୍ରେଗୋରୀ ୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ପ୍ରାରମ୍ଭିକ ଝଟ୍‌କା ସତ୍ତ୍ୱେ ଇଂଲଣ୍ଡ ଏକଦା ଗୋଟିଏ ଉଇକେଟ ହରାଇ ୭୪ ରନ କରି ଭଲ ଆରମ୍ଭ କରିଥିଲା। ତେବେ ଖେଳ ବନ୍ଦ ହେବା ପୂର୍ବରୁ ଇଂଲଣ୍ଡ ୧୯ ବଲରୁ ୧୪ ରନରେ ୪ଟି ଉଇକେଟ ହରାଇଥିଲା। ବୋଲିଂରେ ପାକିସ୍ତାନ ତରଫରୁ ଇମାଦ ଓ୍ବାସିମ ଓ ସଦାବ ଖାନ ୨ଟି ଲେଖାଏ, ଇଫ୍‌ତିକାର ଅହମ୍ମଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ

ମୁମ୍ବାଇ, ୧୦।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି...

କ୍ୱାର୍ଟରଫାଇନାଲରୁ ଓହରିଲେ ଫେଡରର

ରୋମ୍‌,୧୮ା୫ (ଏ.ଏଫ୍‌.ପି.)-ଡାହାଣ ଗୋଡ଼ରେ ଆଘାତପ୍ରାପ୍ତ ଯୋଗୁ ବିଶ୍ୱର ୩ ନମ୍ବର ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲ...

ନିରାଶ କଲେ ଦୂତି

ଟୋକିଓ,୩୦।୭:ଟୋକିଓ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ଓଡ଼ିଶାର ସ୍ପ୍ରିଣ୍ଟ ଦୂତି ଚାନ୍ଦ ନିରାଶ କରିଛନ୍ତି। ୧୦୦ ମିଟର ହିଟ୍‌ରେ ୧୧.୫୪ ସେକେଣ୍ଟରେ ସମାପ୍ତ କରି ସପ୍ତମ ସ୍ଥାନରେ...

ଇତିହାସ ରଚିଲେ ସୁନା ପୁଅ

ନୂଆଦିଲ୍ଲୀ,୯।୯: ଜୁରିଚରେ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଡାଏମଣ୍ଡ ଟ୍ରଫି ଜିତିବାରେ ନୀରଜ ଚୋପ୍ରା...

ଦ୍ୱିତୀୟଥର ବାପା ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଅମ୍ବାତି ରାୟୁଡୁଙ୍କ ଘରୁକୁ ନୂଆ ଅତିଥି ଆସିଛି। ବାସ୍ତବରେ ଅମ୍ବାତି ରାୟୁଡୁଙ୍କ ସ୍ତ୍ରୀ ଚେନ୍ନୁପଲୀ ବିଦ୍ୟା ଏକ କନ୍ୟା...

ରାଜସ୍ଥାନ ପକ୍ଷରୁ ଡେବ୍ୟୁ କଲେ ବିଶ୍ୱର ନମ୍ବର-୧ ବୋଲର୍‌; ଅଡୁଆରେ ପଡ଼ିବ କି ଦିଲ୍ଲୀ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ପର୍ଯ୍ୟାୟରେ ରାଜସ୍ଥାନର...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୭।୨: ଭାର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ଜିତି ଅଷ୍ଟ୍ରେଲିଆ...

ଅଲିମ୍ପିକ୍ସ ପୁଣିଥରେ ବିଳମ୍ବ ହେବା ଅସମ୍ଭବ: ଟୋକିଓ ମୁଖ୍ୟ

ଟୋକିଓ,୨୩।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇଯାଇଛି। ତେବେ ଏହି ମେଗା ଇଭେଣ୍ଟକୁ ଆଉଥରେ ବିଳମ୍ବ କରିବା ଅସମ୍ଭବ ବୋଲି...

Advertisement
Archives

Model This Week