Posted inଖେଳ

ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ନବମ କ୍ରୀଡ଼ାବିତ୍‌ଭାବେ ଶନିବାର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। କରୋନା ଭାଇରସ ସଂକ୍ରମଣ କାରଣରୁ ଏଥର ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇପାରି ନ ଥିଲା। ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ରହି କ୍ରୀଡ଼ାବିତ୍‌ମାନେ ରାଜୀବ ଗାନ୍ଧୀ ଖେଳରନତ୍, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାର ଗ୍ରହଣ କରିଥିଲେ। କୋଲକାତାରେ ଏକାଧିକ କ୍ରୀଡ଼ାବିତ୍‌ ପୁରସ୍କାର ପାଇଥିବାରୁ ଜାତୀୟ ରେକର୍ଡଧାରିଣୀ ଓଡ଼ିଶାର ଦୂତୀ ଚାନ୍ଦ ସେଠାରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଦୂତୀ କୋଲକାତାରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ”ଅର୍ଜୁନ ପୁରସ୍କାର ପାଇବାପରେ ଆଗକୁ ଥିବା ପ୍ରତିଯୋଗିତାଗୁଡ଼ିକରେ ଅଧିକ ଭଲ ପ୍ରଦର୍ଶନ କରିବା ପାଇଁ ଚାପ ବଢ଼ିଛି। ଅନେକ ଉତ୍ସାହ ମଧ୍ୟ ମିଳିଛି। ଏହା ହେଉଛି ଏକ ବଡ଼ ସ୍ବୀକୃତି। ଆଗାମୀ ଦିନରେ ବଡ଼ ପ୍ରତିଯୋଗିତାଗୁଡ଼ିକରେ ପଦକ ଜିତି ଦେଶକୁ ଗର୍ବିତ କରିବାର ଦାୟିତ୍ୱ ବଢ଼ିଲା। ମୁଁ ଭାରତର ସମ୍ପତ୍ତି ହୋଇଥିବାରୁ ଏହାର ସମ୍ମାନ ରଖିବା ମଧ୍ୟ ମୋର କର୍ତ୍ତବ୍ୟ“ ବୋଲି ୧୦୦ ମିଟରରେ ଜାତୀୟ ରେକର୍ଡଧାରିଣୀ ଏହି ତାରକା ଆଥଲେଟ ପ୍ରକାଶ କରିଛନ୍ତି।
୨୦୧୮ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ହାସଲ କରିଥିବା ଦୂତୀଙ୍କ ମତରେ ଅର୍ଜୁନ ପୁରସ୍କାର ପାଇବା ପଥ ଅନେକ କଷ୍ଟକର। ଜଣେ କ୍ରୀଡ଼ାବିତ୍‌ କ୍ରମାଗତ ୨-୩ ବର୍ଷ ଭଲ ପ୍ରଦର୍ଶନ ଦେଲେ ଯାଇ ଏଥିପାଇଁ ହକ୍‌ଦାର ହୋଇଥାଏ। ଏସିଆନ ଗେମ୍ସ ସଫଳତା ସହିତ ପାଖାପଖି ୪ଟି ଏସିଆନ ଚାମ୍ପିୟନଶିପ୍‌ରେ ପଦକ ହାସଲ ଯୋଗୁ ଏହି ପୁରସ୍କାର ପାଇବା ସମ୍ଭବ ହୋଇପାରିଛି। ପ୍ରଥମ ଭାରତୀୟ ମହିଳା ଭାବେ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ପାଇବା ମଧ୍ୟ ବହୁତ ବଡ଼ ଉପଲବ୍ଧି ଥିଲା। ମିନତି ମହାପାତ୍ର ଓ ରଚିତା (ପଣ୍ଡା)ମିସ୍ତ୍ରୀଙ୍କ ପରେ ରାଜ୍ୟର ତୃତୀୟ ଟ୍ରାକ୍‌ ଆଥଲେଟ୍‌ଭାବେ ସେ ଏହି ପୁରସ୍କାର ପାଇଥିବାରୁ ବହୁ ଗର୍ବ ଅନୁଭବ କରୁଛି। ”ଏହା ଏକ ନିଆରା ଅନୁଭବ ଥିଲା। କୋଭିଡ୍‌-୧୯ କଟକଣା କାରଣରୁ ଅନ୍‌ଲାଇନ୍‌ରେ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପାଇବି ବୋଲି ପୂର୍ବରୁ ମୋର ସ୍ବପ୍ନ ଥିଲା। ତାହା ସାକାର ହୋଇଛି। ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ ଆଉଟିକେ ଭଲ ଲାଗିଥାନ୍ତା। ମାତ୍ର ଦୁଃଖ ନାହିଁ, କାରଣ ଏପରି ଏକ ସମ୍ମାନ ପାଇଥିବାରୁ ମୁଁ ଗର୍ବିତ “ବୋଲି ଏହି ଅଲିମ୍ପିଆନ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ଦୂତୀ ନିଜ ମା’, ବାପା, ବଡ଼ ଭଉଣୀ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ ସରକାର ଏବଂ କୋଚ୍‌ମାନଙ୍କୁ ଶ୍ରେୟ ଦେଇଛନ୍ତି। ଏବେ କୋଭିଡ୍‌-୧୯ ପାଇଁ ସବୁ ଆଥଲେଟିକ୍ସ ପ୍ରତିଯୋଗିତା ବନ୍ଦ ରହିଛି। ତେଣୁ ଆସନ୍ତା ବର୍ଷ ଜାପାନର ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଏବଂ ଏହି କ୍ରୀଡ଼ା ମହାକୁମ୍ଭରେ ପଦକ ହାସଲ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଦୂତୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri