Posted inଖେଳ

ଭାରତୀୟ ପେସରଙ୍କ ନାମରେ ପ୍ରଥମ ସେସନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ୫ମ ଦିନରେ ପ୍ରଥମ ସେସନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପେସରଙ୍କ ନାମରେ ରହିଛି। ଖେଳ ଆରମ୍ଭ ହେବାର ପ୍ରଥମ ଘଣ୍ଟା ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ବିଲିୟମସନ ଓ ରସ ଟେଲର ବେଶ୍‌ ଧୈର୍ଯ୍ୟର ସହ ଖେଳିଥିଲେ। କିନ୍ତୁ ଡ୍ରିଙ୍କ୍ସ ପରେ ବଦଳି ଯାଇଛି ମ୍ୟାଚ୍‌ର ସ୍ଥିତି। ଡ୍ରିଙ୍କ୍ସ ପରେ ଖେଳାଯାଇଥିବା ୮ ଓଭର ମଧ୍ୟରେ ଭାରତକୁ ମିଳିଛି ୩ ସଫଳତା।

 

ପ୍ରଥମେ ୬୪ତମ ଓଭରରେ ରସ ଟେଲର (୧୧)ଙ୍କୁ ଶୁବମାନ ଗିଲଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରି ପ୍ୟାଭେଲିଅନ ବାଟ ଦେଖାଇଥିଲେ ମହମ୍ମଦ ଶାମି। ସେହିଭଳି ହେନରୀ ନିକୋଲାସ (୭) ୬୯ତମ ଭରରେ ଇଶାନ୍ତ ଶର୍ମାଙ୍କ ଶିକାର ପାଲଟିଥିଲେ। ପରବର୍ତ୍ତୀ ଓଭରରେ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳୁଥିବା ବି ଜେ ଓ୍ବାଟଲିଂ(୧)ଙ୍କ କାଳ ସାଜିଥିଲା ଶାମିଙ୍କ ବଲ। ଫଳରେ ପ୍ରଥମ ସେସନ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୩୫ ରନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…

ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୪ ଇଭେଣ୍ଟରେ...

ଯନ୍ତ୍ରଣା ବଖାଣିଲେ କୋହଲି

ନୂଆଦିଲ୍ଲୀ.୧୨।୧୨: ଡିସେମ୍ବର ୧୧ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ବିରାଟ କୋହଲି ଚତୁର୍ଥ ବାର୍ଷିକୀ ପାଳନ କରିଛନ୍ତି। ଏହି ଦିନ କୋହଲି କିଛି ଫଟୋ...

ନ୍ୟୁଜିଲାଣ୍ଡଠାରୁ ହାରିଗଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୧୦।୨:ଆଇସିସି ମହିଳା ବିଶ୍ୱକପ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ନ୍ୟୁଜିଲାଣ୍ଡ ହାତରୁ ଭାରତ ୬୨ ରନର ପରାଜୟର ସମ୍ମୁଖୀନ ହୋଇଛି। ଅଧିନାୟିକା ମିତାଲି ରାଜ ଟସ...

ଫୁଟବଲ ମ୍ୟାଚ୍‌ ବ୍ୟାନ୍‌କୁ ମେ’ ୩୧କୁ ଘୁଞ୍ଚାଇଲା ରୁଷିଆ

ମସ୍କୋ,୨।୪(ଏଏଫ୍‌ପି): କୋଭିଡ- ୧୯ ମହାମାରୀର ରୂପ ନେଇଥିବା ବେଳେ ରୁଷିଆନ ଫୁଟବଲ ଆସୋସିଏଶନ (ଆର୍‌ଏଫ୍‌ଏସ୍‌) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସବୁ ଫୁଟବଲ ମ୍ୟାଚ୍‌କୁ ବ୍ୟାନ୍‌...

ୟୁଏସ୍‌ ଓପନ କାହିଁକି ଖେଳିବେନି ନାଡାଲ

ମାଡ୍ରିଡ, ୫।୮(ଏପି)- ଡିଫେଣ୍ଡିଂ ଚାମ୍ପିୟନ ରାଫାଲ ନାଡାଲ ଆଗାମୀ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି...

ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟର୍‌ ବୋଲିଂ କରିବେ ସ୍ପିନ୍‌

ଖୁବ୍‌ଶୀଘ୍ର ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟରଙ୍କୁ ପଡିଆରେ ଦେଖିବାକୁ ମିଳିବ। ମହମ୍ମଦ ମୁଦସାର ନାମକ ଜଣେ ପାକିସ୍ତାନ କ୍ରିକେଟରଙ୍କୁ ପାକିସ୍ତାନ ସୁପର୍‌ ଲିଗ୍‌ରେ ଖେଳୁଥିବାର ଦେଖିବାକୁ...

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ...

୨୦୨୨ ବିଶ୍ୱକପ୍‌ରେ ୩୨ ଟିମ୍‌

ଲାଉସେନ, ୨୩।୫(ଏଏଫ୍‌ପି)- ୨୦୨୨ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ୪୮ଟି ଟିମ୍‌କୁ ସାମିଲ କରିବା ନେଇ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା କରିଥିବା ଯୋଜନାରୁ ଓହରି...

Advertisement
Archives

Model This Week