ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା

ଆସିକା/ଭଞ୍ଜନଗର,୧୮।୫ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ଅଗ୍ନିଶମ କେନ୍ଦ୍ରର ଜଣେ ଡ୍ରାଇଭର (ହାବିଲଦାର) ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଦୟାନିଧି ମହାନ୍ତ। ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରେ ବେକରେ ରଶି ଲଗାଇ ସେ ଝୁଲି ପଡ଼ିମଥିଲେ। ମଙ୍ଗଳବାର ସକାଳେ ବୁଢ଼ାକେନ୍ଦୁ ମନ୍ଦିର ଅଞ୍ଚଳର ଲୋକେ ଏହା ଜାଣିବା ପରେ ଗାଙ୍ଗପୁର ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସେଠାରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରାଯାଇଥିଲା। ଛୁଟି ନ ମିଳିବାରୁ ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଦୟାନିଧି ସେଥିରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ଝିଅପୁଅଙ୍କ ଦାୟିତ୍ୱ ନେବାକୁ ଗୁହାରି କରିବା ସହ ଆହୁରି ଅନେକ କଥା ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଭଞ୍ଜନଗର ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏଠାରୁ ମୃତଦେହକୁ ଦୟାନିଧିଙ୍କ ନିଜ ଗ୍ରାମ କେନ୍ଦୁଝର ଜିଲା ତୁରୁମଗଁା ଥାନା ଅନ୍ତର୍ଗତ ବୁଢ଼ିକାପୁଡ଼ିକୁ ପଠାଯିବ ବୋଲି ଜଣାପଡିଛି।
ଦୟାନିଧି କନ୍ଧମାଳ ଜିଲା ରାଇକିଆରେ କାର୍ଯ୍ୟରତ ଥିବାବେଳେ ଗତ କିଛିମାସ ତଳେ ଆସିକାକୁ ଡେପୁଟେଶନରେ ଆସିଥିଲେ। ସୋମବାର ରାତି ପ୍ରାୟ ୯ଟାରୁ ଦୟାନିଧି ଅଗ୍ନିଶମ ଗାଡି ଧରି କେଉଁଆଡ଼େ ଚାଲିଯାଇଥିଲେ। ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ। ମଙ୍ଗଳବାର ସକାଳେ ବୁଢ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା।
ପୋଲିସ ସେଠାରୁ ଜବତ କରିଥିବା ସୁଇସାଇଡ୍‌ ନୋଟରେ ଲାଞ୍ଚ ନ ଦେବାରୁ ବଦଳି ଆଦେଶ କାର୍ଯ୍ୟକାରୀ ନ ହେବା ଓ ଦୂର ସ୍ଥାନକୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଥିବା, ଛୁଟି ନ ମିଳିବା ଯୋଗୁ ମା’ବାପାଙ୍କୁ ହରାଇଲି ଓ ସ୍ତ୍ରୀ ଛାଡ଼ି ପଳାଇଲେ। ଛୁଟି ମାଗିଲେ ମିଳୁନି। ମୋର ୧୫ଟି ଛୁଟି ଲାପ୍ସ ହୋଇଗଲା। ଆଉ ବଞ୍ଚତ୍ କିଛି ଲାଭ ନାହିଁ। ମୋ ଆତ୍ମହତ୍ୟାରେ ଡିଜିଙ୍କ କୌଣସି ଭୁଲ ନାହିଁ । ସେ ମୋ ଗ୍ରାମକୁ ବଦଳି ପାଇଁ ଲେଖି ଦେଇଥିଲେ। କିନ୍ତୁ ଲାଞ୍ଚ ନ ଦେବାରୁ ଆଦେଶ କାର୍ଯ୍ୟକାରୀ ହେଲାନି। ସମସ୍ତଙ୍କୁ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଶେଷ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ବୋଲି ଦୟାନିଧି ସୁଇସାଇଡ ନୋଟରେ ଲେଖିଥିବା ଜଣାପଡିଛି। ଅନ୍ୟପକ୍ଷରେ ମଙ୍ଗଳବାର ଆସିକା ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଆସିକା ଥାନାରେ ଡ୍ରାଇଭର ଦୟାନିଧିଙ୍କ ନିଖୋଜ ସମ୍ପର୍କରେ ଏକ ଅଭିଯୋଗ ଦାଖଲ ଲାଗି ଉଦ୍ୟମ କରାଯାଇଥିଲା ା ମୃତଦେହ ଠାବ ପରେ ନିଖୋଜ ମାମଲା କିଭଳି ରୁଜୁ ହେବ ବୋଲି କହି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ତାହା ଗ୍ରହଣ କରି ନ ଥିବା ସୂଚନା ଦେଇଛନ୍ତି। ବୁଢାକେନ୍ଦୁ ଜଙ୍ଗଲ ନିକଟରୁ ପୋଲିସ ଜବତ କରିଥିବା ଦମକଳ ଗାଡିକୁ ଅଗ୍ନିଶମକୁ ହସ୍ତାନ୍ତର କରିିଛି ା ସୁଇସାଇଡ ନୋଟ ସମ୍ପର୍କରେ ପଚାରିବାରେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri