ବାରବାଟୀ ମ୍ୟାଚ୍‌ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିିୟମ୍‌ରେ ଆସନ୍ତା ୧୨ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି) ମଙ୍ଗଳବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ମ ସମ୍ପାଦକ ଏବଂ କଟକ ଡିସିପିଙ୍କ ଠାରୁ ରିପୋର୍ଟ ତଲବ କରାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଆସନ୍ତା ୨୬ତାରିଖ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଓଏଚ୍‌ଆର୍‌ସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଓଏଚ୍‌ଆର୍‌ସିଙ୍କ ନୋଟିସ ହସ୍ତଗତ ହୋଇ ନ ଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଏହା ପୂର୍ବରୁ ୨୬ରୁ ଊର୍ଦ୍ଧ୍ୱ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ହୋଇସାରିଛି। ସରକାରଙ୍କ ସହଯୋଗ ଏବଂ ସମସ୍ତଙ୍କ ଅନୁମତିରେ ମ୍ୟାଚ୍‌ ହୁଏ ଏବଂ ଅଗ୍ନି ନିରାପତ୍ତା ନେଇ ସମସ୍ତ ସୁବିଧା କରାଯାଇଥାଏ ବୋଲି ସେ କହିଛନ୍ତି।
ଆବେଦନକାରୀ ମିଶ୍ରଙ୍କ କହିବା ଅନୁସାରେ, ୪୪ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିୟମ୍‌ରେ ଆବଶ୍ୟକ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନାହିଁ। ଏପରି କି ଷ୍ଟାଡିୟମ ବିଲ୍‌ଡିଂର ନିୟମିତ ସେଫ୍ଟି ଯାଞ୍ଚ ମଧ୍ୟ କରାଯାଉ ନାହିଁ। ରାଜ୍ୟ ଅଗ୍ନିଶମ ନିର୍ଦ୍ଦେଶାଳୟ ଅଗ୍ନି ସୁରକ୍ଷା ସମ୍ପର୍କିତ ପ୍ରମାଣପତ୍ର ଜାରି କରିଥାନ୍ତି। ହେଲେ ଷ୍ଟାଡିୟମ କର୍ତ୍ତୃପକ୍ଷ ଏହି ପ୍ରମାଣପତ୍ର ହାସଲ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ଓଏଚ୍‌ଆର୍‌ସିଙ୍କ ସମେତ ସେଣ୍ଟ୍ରାଲ୍‌ ରେଞ୍ଜ୍‌ ଫାୟାର ଅଫିସରଙ୍କ ମଧ୍ୟ ମିଶ୍ର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା ନିୟମ, ୨୦୧୭ ଏବଂ ଓଡ଼ିଶା ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା (ସଂଶୋଧିତ) ଆଇନ୍‌-୨୦୧୯ ଅନୁଯାୟୀ ଓସିଏ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିବା ନେଇ ସେ ଆବେଦନ କରିଛନ୍ତି। ମିଶ୍ରଙ୍କ ଆବେଦନକୁ ଗୁରୁତ୍ୱର ସହିତ ଗ୍ରହଣ କରି କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଗ ପକ୍ଷରୁ କୁହାଯିବା ସହ ଆସନ୍ତା ୨୬ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଓସିଏ ଏବଂ କଟକ ଡିସିପିଙ୍କୁ କୁହାଯାଇଛି। ନିକଟରେ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ଅଗ୍ନିସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏପରି କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ସଂସ୍ଥା ବା ଅନୁଷ୍ଠାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ତେଣୁ ବାରବାଟୀ ଷ୍ଟାଡିୟରେ ମ୍ୟାଚ୍‌ ସମୟରେ ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହେବାକୁ ଥିବାରୁ ଏହାର ଅଗ୍ନି ନିରାପତ୍ତା ସମ୍ବନ୍ଧିତ ପ୍ରମାଣପତ୍ର ଜରୁରୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?