ବାରବାଟୀ ମ୍ୟାଚ୍‌ ନେଇ ଅନିଶ୍ଚିତତା

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କଟକ ବାରବାଟୀ ଷ୍ଟାଡିିୟମ୍‌ରେ ଆସନ୍ତା ୧୨ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି) ମଙ୍ଗଳବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ମ ସମ୍ପାଦକ ଏବଂ କଟକ ଡିସିପିଙ୍କ ଠାରୁ ରିପୋର୍ଟ ତଲବ କରାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଆସନ୍ତା ୨୬ତାରିଖ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଓଏଚ୍‌ଆର୍‌ସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଓଏଚ୍‌ଆର୍‌ସିଙ୍କ ନୋଟିସ ହସ୍ତଗତ ହୋଇ ନ ଥିବା ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଏହା ପୂର୍ବରୁ ୨୬ରୁ ଊର୍ଦ୍ଧ୍ୱ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ହୋଇସାରିଛି। ସରକାରଙ୍କ ସହଯୋଗ ଏବଂ ସମସ୍ତଙ୍କ ଅନୁମତିରେ ମ୍ୟାଚ୍‌ ହୁଏ ଏବଂ ଅଗ୍ନି ନିରାପତ୍ତା ନେଇ ସମସ୍ତ ସୁବିଧା କରାଯାଇଥାଏ ବୋଲି ସେ କହିଛନ୍ତି।
ଆବେଦନକାରୀ ମିଶ୍ରଙ୍କ କହିବା ଅନୁସାରେ, ୪୪ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିୟମ୍‌ରେ ଆବଶ୍ୟକ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନାହିଁ। ଏପରି କି ଷ୍ଟାଡିୟମ ବିଲ୍‌ଡିଂର ନିୟମିତ ସେଫ୍ଟି ଯାଞ୍ଚ ମଧ୍ୟ କରାଯାଉ ନାହିଁ। ରାଜ୍ୟ ଅଗ୍ନିଶମ ନିର୍ଦ୍ଦେଶାଳୟ ଅଗ୍ନି ସୁରକ୍ଷା ସମ୍ପର୍କିତ ପ୍ରମାଣପତ୍ର ଜାରି କରିଥାନ୍ତି। ହେଲେ ଷ୍ଟାଡିୟମ କର୍ତ୍ତୃପକ୍ଷ ଏହି ପ୍ରମାଣପତ୍ର ହାସଲ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଏନେଇ ଓଏଚ୍‌ଆର୍‌ସିଙ୍କ ସମେତ ସେଣ୍ଟ୍ରାଲ୍‌ ରେଞ୍ଜ୍‌ ଫାୟାର ଅଫିସରଙ୍କ ମଧ୍ୟ ମିଶ୍ର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା ନିୟମ, ୨୦୧୭ ଏବଂ ଓଡ଼ିଶା ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା (ସଂଶୋଧିତ) ଆଇନ୍‌-୨୦୧୯ ଅନୁଯାୟୀ ଓସିଏ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିବା ନେଇ ସେ ଆବେଦନ କରିଛନ୍ତି। ମିଶ୍ରଙ୍କ ଆବେଦନକୁ ଗୁରୁତ୍ୱର ସହିତ ଗ୍ରହଣ କରି କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଗ ପକ୍ଷରୁ କୁହାଯିବା ସହ ଆସନ୍ତା ୨୬ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଓସିଏ ଏବଂ କଟକ ଡିସିପିଙ୍କୁ କୁହାଯାଇଛି। ନିକଟରେ ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ଅଗ୍ନିସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏପରି କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ସଂସ୍ଥା ବା ଅନୁଷ୍ଠାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ତେଣୁ ବାରବାଟୀ ଷ୍ଟାଡିୟରେ ମ୍ୟାଚ୍‌ ସମୟରେ ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହେବାକୁ ଥିବାରୁ ଏହାର ଅଗ୍ନି ନିରାପତ୍ତା ସମ୍ବନ୍ଧିତ ପ୍ରମାଣପତ୍ର ଜରୁରୀ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri