ଭୟଙ୍କର ଅଗ୍ନି ଘୂର୍ଣ୍ଣିବଳୟ, ଚେତାବନୀ ଦେଲା ପାଣିପାଗ ବିଭାଗ

ଓ୍ବାଶିଂଟନ୍‌,୧୯ା୮: ଆମେରିକା ଜଙ୍ଗଲରେ ନିଆଁ ଲାଗିଯାଇଛି। ଏହି କାରଣରୁ ନିକଟରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଆମେରିକାର କାଲିଫର୍ନିଆର ଲୟଲଟନ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଜାତୀୟ ପାଣିପାଗ ବିଭାଗ ଏକ ଚେତାବନୀ ଦେଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଅଗ୍ନି ଘୂର୍ଣ୍ଣିବଳୟକୁ ଅଗ୍ନି ଟର୍ନାଡୋ ମଧ୍ୟ କୁହାଯାଏ। ଆଜିକାଲି ଏହାକୁ ଫିରେନାଡୋ ମଧ୍ୟ କୁହାଯାଉଛି। ଯତେବେଳେ ସାଇକ୍ଲୋନିକ ପବନ ଉତ୍ତାପ, ଅଗ୍ନି ଏବଂ ଧୂଆଁ ଆଡ଼କୁ ଟାଣିଥାଏ ସେତେବେଳେ ଏକ ଅଗ୍ନି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଏହାକୁ ଦେଖିଲେ ଲାଗେ ଯେ, ଭୂମିରୁ ନିଆଁର ଗୋଲାକାର ଘୂର୍ଣ୍ଣନ ତରଙ୍ଗ ଆକାଶ ଆଡ଼କୁ ଯାଉଛି। ଏହି ଦୃଶ୍ୟ ଅତ୍ୟନ୍ତ ବିରଳ। ଏହି ଅଗ୍ନି ଘୂର୍ଣ୍ଣିବଳୟର ମୁଖ୍ୟ କାରଣ ହେଉଛି ଉତ୍ତର କାଲିଫର୍ନିଆର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ।

ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଅଗ୍ନି ଘୂର୍ଣ୍ଣିବଳୟ ଅତି ଭୟଙ୍କର ପାଗରେ ଦେଖାଯାଏ। ଏହା ସଂପୂର୍ଣ୍ଣ ଅଗ୍ନିରେ ପରିପୂର୍ଣ୍ଣ। ଯିଏ ତା’ର ପଥରେ ଆସେ, ସେ ସମ୍ପୂର୍ଣ୍ଣ ରୂପେ ପାଉଁଶ ହୋଇଯାଏ। ଅଗ୍ନିଶମ କର୍ମଚାରୀଙ୍କ ପାଇଁ ମଧ୍ୟ ଏହାର ମୁକାବିଲା କରିବା କଷ୍ଟକର।

ଯଦି ଅଗ୍ନି ଘୂର୍ଣ୍ଣିବଳୟ ପାଇଁ ସଠିକ ପାଗ ହୁଏ, ତେବେ ଏହା ଆକାଶରେ ୩୦ ହଜାର ଫୁଟ ପର୍ଯ୍ୟନ୍ତ ଯାଇପାରେ। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ୧୭୭ କିଲୋମିଟର ହୋଇଥାଏ। ବେଳେବେଳେ ଏହା ୨୭୦ କିଲୋମିଟରକୁ ମଧ୍ୟ ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟାଙ୍କୁ ଦେଖି ପ୍ରବଳ କାନ୍ଦିଲେ ବର, କାରଣ ଜାଣିଲେ..

ସାଧାରଣତଃ ବିବାହ ସ୍ଥିର ହେବା ପରେ ଝିଅମାନେ ବହୁତ ଭାବପ୍ରବଣ ହୋଇଯାନ୍ତି। ପରିବାର ଛାଡି ଶାଶୁଘରକୁ ଯିବାକୁ ସେମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ବିବାହ...

ଟଳିପାରେ ଯୁଦ୍ଧ ଆଶଙ୍କା

ମସ୍କୋ,୨୧ା୨: ୟୁରୋପ ଉପରୁ ଯୁଦ୍ଧ ଆଶଙ୍କା ଟଳିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌...

କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ...

ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ

ହାଇଦ୍ରାବାଦ୍‌ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍‌ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍‌....

ଇଦ୍‌-ଉଲ୍‌-ଜୁହାର ଖୁସି ନୁହେଁ ଦର ବୃଦ୍ଧିରେ ଲୁହ ଗଡାଉଛି କାଙ୍ଗାଳ ପାକିସ୍ତାନ

ଇସଲାମାବାଦ,୧୨।୮: ସାରା ବିଶ୍ୱରେ ସୋମବାର ଇଦ୍‌-ଉଲ୍‌-ଜୁହା ବା ବକରି ଇଦ୍‌ ପାଳନ କରାଯାଉଥିବା ବେଳେ କାଙ୍ଗାଳ ପାକିସ୍ତାନ କିନ୍ତୁ ମହଙ୍ଗା ମାଡରେ ଯେମିତି ଚେପା ହୋଇଯାଇଛି।...

ଲୋକଙ୍କୁ ଦୂରେଇ ରଖୁଛି ଟେଡି ବିୟର

ପ୍ୟାରିସ,୩୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ବିଶ୍ୱବାସୀ ଏକ ପ୍ରକାର ଏହି ଭାଇରସ ସହ ବଞ୍ଚିବା ଶିଖି ଗଲେଣି କହିଲେ...

କର୍‌ତାରପୁର ଗୁରୁଦ୍ୱାର ଗମ୍ବୁଜ ଭୁଶୁଡ଼ିଲା

ନୂଆଦିଲ୍ଲୀ/ଇସ୍‌ଲାମାବାଦ: ୨୦ା୪(ଆଇଏଏନ୍‌ଏସ୍‌): ଝଡ଼ବର୍ଷା ଯୋଗୁ କର୍‌ତାରପୁର ଗୁରୁଦ୍ୱାର ଦର୍‌ବାର ସାହିବର ୮ଟି ନବନିର୍ମିତ ଗମ୍ବୁଜ ଭୁଶୁଡ଼ିପଡ଼ିଛି। ଏହି ଘଟଣା ଶିଖ୍‌ମାନଙ୍କୁ ବ୍ୟଥିତ କରିଛି। ଭାରତ ସରକାର...

୨୦୨୦ରେ ଜନ୍ମିତ ଏହି ଶିଶୁ ସବୁ ଜିନିଷକୁ ଭାବୁଛି ସାନିଟାଇଜର, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

କରୋନା ମହାମାରୀ ଆସିବା ପରଠାରୁ ଏହି ଦୁଇବର୍ଷ ମଧ୍ୟରେ ଲୋକଙ୍କୁ ଏକ ନୂଆ ଅଭ୍ୟାସ ଶିଖାଇ ଦେଇଛି। ହାତକୁ ବାରମ୍ବାର ଧୋଇବା, ସାନିଟାଇଜ କରିବା ଫଳରେ...

Advertisement
Archives

Model This Week