ଦୂର ହେଉନି ଦମକଳ ଦ୍ୱନ୍ଦ୍ୱ

ବଇଣ୍ଡା,୭।୯: ନିଆଁ ଗିଳୁଛି ଘର। ଆଖି ଆଗରେ ଜଳିଯାଉଛି ବର୍ଷ ବର୍ଷର ସମ୍ପତ୍ତି। ପ୍ରତିବର୍ଷ ସର୍ବସ୍ବାନ୍ତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ପରିବାର। ନିକଟରେ ଅଗ୍ନିଶମ କେନ୍ଦ୍ରଟିଏ ନ ଥିବାରୁ ଏହି ବିପତ୍ତିରୁ ମିଳିପାରୁନି ଆଶ୍ୱସ୍ତି। ଏ ନେଇ ଦୀର୍ଘ ୨୪ବର୍ଷ ହେଲା ହୋଇଆସୁଛି ଦାବି। ୨୦୨୧ ଜାନୁୟାରୀ ୨ରେ ଦମକଳ କେନ୍ଦ୍ରଟିଏ ସ୍ଥାପନ ପାଇଁ ସରକାର କରିଥିଲେ ଘୋଷଣା। ହେଲେ ୨୦ ମାସ ପରେ ବି ନିଆଯାଇନି କୌଣସି ପଦକ୍ଷେପ। ଏପରି କି ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ ହେବ କି ନାହିଁ ସେ ନେଇ ଦେଖାଦେଇଛି ଆଶଙ୍କା। ଫଳରେ ଦମକଳ କେନ୍ଦ୍ରକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାବାସୀଙ୍କ ମନରୁ।
ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ହେଉଛି ବଇଣ୍ଡା ବଜାର। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ବଜାରରେ ୫ ଶହରୁ ଊର୍ଦ୍ଧ୍ୱ ବ୍ୟବସାୟିକ ପ୍ରତିଷ୍ଠାନ ଥିବାବେଳେ ଏହା ଉପରେ ନୁନୁକାପଶି, ହଣ୍ଡପା, ଲୁହାମୁଣ୍ଡା, କଣ୍ଟେଇକୋଳିଆ, ନାକିଚି, ଉରୁକୁଳା, ଠେଲକନାଳି, ଗାଁ ବଇଣ୍ଡା, ଜାମୁନାଳୀ, ଆଠମଲ୍ଲିକ ବ୍ଲକର ପେଡିପଥର, ସାପଘରା, କୁରୁମଟାପ, ସାନହୁଲା, ପାଇକସାହି, କୃତ୍ତିବାସପୁର, ଠାକୁରଗଡ଼, ଆମ୍ବସରମୁଣ୍ଡା, ଟାପଢୋଲ, ମଇମୁରା, ଛେଣ୍ଡିପଦା ବ୍ଲକର କତଡା ପଞ୍ଚାୟତବାସୀ ନିର୍ଭର କରନ୍ତି। ହେଲେ ଏହି ବଜାରରେ ଥିବା ଦୋକାନ କିମ୍ବା ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ ତୁରନ୍ତ ଆୟତ୍ତ କରିବା ସମ୍ଭବପର ହେଉନାହିଁ। କାରଣ ବଇଣ୍ଡା ଅଞ୍ଚଳରେ ଦମକଳ କେନ୍ଦ୍ରଟିଏ ନ ଥିବାରୁ ୩୦ କି.ମି. ଦୂର ବାମୁର ନଚେତ ୩୬ କି.ମି. ଦୂର ଆଠମଲ୍ଲିକ ଅଞ୍ଚଳରୁ ଅଗ୍ନିଶମ କର୍ମଚାରୀଙ୍କୁ ଆସିବାକୁ ପଡୁଛି। ଫଳରେ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଉଛି। ୨୦୨୦ରେ ହଣ୍ଡପା ଥାନା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୭୯ଟି ଘର ପୋଡ଼ିଯାଇଥିଲା। କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି ଘଟିଥିଲା। ୨୦୨୧ରେ ୬୫ଟି ଘର ଓ ୨୦୨୨ରେ ୮୧ ଘର ଜଳିଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରତିବର୍ଷ ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତି ବଢ଼ୁଥିବାରୁ ହଣ୍ଡପା ଥାନା ଅଞ୍ଚଳର ବଇଣ୍ଡାଠାରେ ଏକ ଅଗ୍ନିଶମ କେନ୍ଦ୍ର ନିର୍ମାଣ ପାଇଁ ଦାବି କରାଯାଇ ଆସୁଛି। ୧୯୯୮ରୁ ଏ ନେଇ ଅଞ୍ଚଳବାସୀ ସ୍ବର ଉତ୍ତୋଳନ କରିଆସୁଛନ୍ତି। ୨୦୦୯ ଫେବୃୟାରୀ ୧୫, ୨୦୧୭ ଜୁନ ୧୨ ଓ ୨୦୧୯ ଅଗଷ୍ଟ ୨୦ରେ ଅନୁଗୋଳ ଜିଲାପାଳ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ବଇଣ୍ଡାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ହେବ ବୋଲି ନମ୍ବର ୪୮୪ ତା ୨ା୧ା୨୦୨୧ରେ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା। କିନ୍ତୁ ଏଯାଏ ଜମି ଚିହ୍ନଟ କରାଯାଇନାହିଁ କି ଶିଳାନ୍ୟାସ ମଧ୍ୟ ହୋଇନାହିଁ। ବଇଣ୍ଡା ଅଞ୍ଚଳରେ ବହୁ ସରକାରୀ ଜମି ଦଲାଲଙ୍କ ଦଖଲକୁ ଚାଲିଯାଉଥିବା ବେଳେ ସରକାରୀ କାର୍ଯ୍ୟାଳୟ ପାଇଁ ଜମି ଅଭାବ ପଡ଼ୁଥିବା ବଇଣ୍ଡା ଛକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ବଇଣ୍ଡା ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସରକାରଙ୍କ ଆନ୍ତରିକତା ନାହିଁ
ବଇଣ୍ଡାଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ବହୁବାର ଦାବି କରାଯାଇଛି। ହେଲେ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଏହା ହୋଇପାରୁ ନାହିଁ। ଏହି ଅଗ୍ନିଶମ କେନ୍ଦ୍ର ସ୍ଥାପନ ହେଲେ ୩ ବ୍ଲକର ଲୋକେ ଉପକୃତ ହେବେ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ।
-ଭରତ ଚନ୍ଦ୍ର ସାହୁ, ପେଡିପଥର ସରପଞ୍ଚ
ଦୃଷ୍ଟି ଦେଉନାହାନ୍ତି ଲୋକ ପ୍ରତିନିଧି
ରାଜ୍ୟ ସରକାରଙ୍କ ଘୋଷଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଜିଲା ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହନ୍ତି। ଫଳରେ ବଇଣ୍ଡା ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି।
-ଘନଶ୍ୟାମ ବେହେରା, ଆଇନଜୀବୀ
ଘୋଷଣା କେବଳ ଘୋଷଣାରେ
ବଇଣ୍ଡା ଅଞ୍ଚଳ ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏଠାରେ ଅଗ୍ନିଶମ କେନ୍ଦ୍ର ହେଲେ ଆଖପାଖ ଅଞ୍ଚଳର ଲୋକେ ତୁରନ୍ତ ସୁବିଧା ପାଇପାରିବେ। ହେଲେ ସରକାରୀ ଘୋଷଣା କେବଳ ଘୋଷଣାରେ ରହିଯାଇଛି।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ
ଆବେଦନ କରାଗଲେ ଜମି ଦିଆଯିବ
ବଇଣ୍ଡାଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ପାଇଁ ବିଭାଗ ପକ୍ଷରୁ ଆମକୁ ଜମି ପାଇଁ ଆବେଦନ କରାଗଲେ ତାହା ଯୋଗାଇ ଦିଆଯିବ। ଜମିର ଅଭାବ ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ସରକାରୀ ନିୟମ ଅନୁଯାୟୀ ଆବେଦନ କରାଯାଉ।
-ଶାନ୍ତି ସ୍ବରୂପ ମିଶ୍ର, ତହସିଲଦାର, କିଶୋରନଗର
ଶୀଘ୍ର ପଦକ୍ଷେପ ନିଆଯିବ
ବଇଣ୍ଡା ଗ୍ରାମବାସୀଙ୍କ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଅଗ୍ନିଶମ କେନ୍ଦ୍ର ନିର୍ମାଣ ନିମନ୍ତେ ଘୋଷଣା ମଧ୍ୟ କରିଛନ୍ତି। ତେଣୁ କିଭଳି ଶୀଘ୍ର ନିର୍ମାଣ କାର୍ଯ୍ୟ ହେବ, ସେ ନେଇ ପଦକ୍ଷେପ ନିଆଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ପରିକ୍ଷିତ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?