ଶପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନୁଗୋଳ ଅଫିସ,୯।୫: ଅନୁଗୋଳ ଜିଲା ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ରବିବାର ସହରରେ ଥିବା ବିଭିନ୍ନ ଶପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଏବଂ ନିରାପତ୍ତା ନିୟମ ସମ୍ପର୍କରେ ଯାଞ୍ଚ କରିଛନ୍ତି। ଏହି ଦଳ ଷ୍ଟାଇଲ ବଜାର, ହୁଲୁରିସିଙ୍ଗାରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର, ଶଙ୍କର ସିନେମା ହଲସ୍ଥିତ ଏମ. ବଜାର ଶପିଂ ମଲ ଯାଞ୍ଚ କରିଥିଲେ। ଗୋଟିଏ ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯଥେଷ୍ଟ ଉପଲବ୍ଧ ନ ଥିବା ଦେଖିବାକୁ ପାଇଥିଲେ। ସେହିପରି ଅନ୍ୟ ଦୁଇଟି ଶପିଂ ମଲରେ ଅବଶିଷ୍ଟ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିବା ମଧ୍ୟ ଦେଖିଥିଲେ। କେବଳ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପଲବ୍ଧ ଥିବା ଜଣାପଡ଼ିଥିଲା। ଏ ନେଇ ଉକ୍ତ ମଲ୍‌ ଗୁଡ଼ିକକୁ ନୋଟିସ ଜାରି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri