ପୋତି ହୋଇଛି ଡ୍ରେନ୍‌,ବିପଦସଙ୍କୁଳ ଜନ କଲ୍ୟାଣ କେନ୍ଦ୍ର

ବ୍ରହ୍ମପୁର ଅଫିସ୍‌,୯।୫: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଡ୍ରେନ୍‌ ଗୁଡିକ ପୋତିହୋଇ ରହିଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ବର୍ଷା ଦିନ ପ୍ରାରମ୍ଭରୁ ୱାର୍ଡଗୁଡିକର ଡ୍ରେନେଜ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି।
ବିଏମସି ୩୯ ନଂ ୱାର୍ଡ ଅନ୍ତର୍ଗତ କୁମ୍ଭାରପଲୀଠାରେ ଦୀର୍ଘ ଦିନ ଧରି ଡ୍ରେନ୍‌ ପୋତି ହୋଇ ରହିଥିବା କାରଣରୁ ବର୍ତ୍ତମାନ ସାହି ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭିଯୋଗ ଯେ, ଡ୍ରେନ ପୋତି ହୋଇପଡିବାରୁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇପାରୁ ନାହିଁ। ଡ୍ରେନ ଉପରେ କଂକ୍ରିଟ ପ୍ଲେଟ ପଡିଥିବା ବେଳେ ଏହାକୁ ଉଠାଇ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଡ୍ରେନ ନିକଟରେ ଏକ ଷ୍ଟାଣ୍ଡ ପୋଷ୍ଟ ରହିଛି। ତାହା ବି ଭଗ୍ନ ଅବସ୍ଥାରେ ରହିଛି। ଷ୍ଟାଣ୍ଡପୋଷ୍ଟର ପାଇପ ଡ୍ରେନ ମଧ୍ୟରେ ଯାଇଥିବା କାରଣରୁ ଅନେକ ସମୟରେ ନର୍ଦ୍ଦମା ପାଣି ଷ୍ଟାଣ୍ଡ ପୋଷ୍ଟରେ ଆସୁଥିବା ଅଭିଯୋଗ ହୋଇଛି। ବିଏମସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏ ବାବଦରେ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିପରି ସାହି ମଧ୍ୟରେ ବହୁମୁଖୀ ଜନକଲ୍ୟାଣ କେନ୍ଦ୍ର ରହିଛି। ଏହି କେନ୍ଦ୍ରଟି ସର୍ବସାଧାରଣଙ୍କ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହେଉଛି। କିନ୍ତୁ କେନ୍ଦ୍ରଟି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଓ ଭଗ୍ନ ଅବସ୍ଥାରେ ପଡି ରହିଛି।
ଥାଉ କି, ୨୦୦୬ ମସିହାରେ ପୂର୍ବତନ ଏମପି ଅନାଦି ସାହୁଙ୍କ ୫୦ ହଜାର ଟଙ୍କା ଅନୁଦାନ ଓ ବ୍ରହ୍ମପୁର ପାୈରପାଳିକା ଅନୁଦାନରୁ ୨୫ ହଜାର ଟଙ୍କା ବ୍ୟୟରେ ଜନ କଲ୍ୟାଣ କେନ୍ଦ୍ର ନିର୍ମିତ ହୋଇଥିଲା। ଉଦଘାଟନ ପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିବାହ, ବ୍ରତ ଭଳି ବିଭିନ୍ନ କାର୍ଯ୍ୟ ନିମନ୍ତେ ବ୍ୟବହାର କରୁଥିଲେ। କିନ୍ତୁ ପରେ ଏହାର ଉଚିତ ରକ୍ଷଣାବେକ୍ଷଣ ଅଭାବ କାରଣରୁ ବର୍ତ୍ତମାନ କୋଠାଟି ବିପଦ ସଙ୍କ୍‌ୁଳ ଅବସ୍ଥାରେ ରହିଛି। ଅନ୍ୟପଟେ କୋଠାର ଚର୍ତୁତ୍ଃପାର୍ଶ୍ୱରେ କୁଢ କୁଢ ଅଳିଆ ଆବର୍ଜନା ପଡି ରହିଛି। କୋଠା ପରିସର ପରିଷ୍କାର ପରିଚ୍ଛନତା କ୍ଷେତ୍ରରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଉକ୍ତ ୱାର୍ଡର କର୍ପୋରେଟର ସାବିତ୍ରୀ କର୍ପୋରେଟର ସାବିତ୍ରୀ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଶିଳ୍ପାଞ୍ଚଳଠାରୁ ସୂର୍ଯ୍ୟ ନଗର ଯାଏଁ ରାସ୍ତା ଓ ଡ୍ରେନେଜ ମରାମତି ପାଇଁ ବିଏମସି ପକ୍ଷରୁ ଟେଣ୍ଡର ହୋଇଛି। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri