Posted inଜାତୀୟ

ଲୋକଙ୍କ ପକେଟରେ ନିଆଁ ଲାଗିଛି, ଦରଦାମ ବୃଦ୍ଧି ନେଇ ଅଧୀର ରଞ୍ଜନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉତ୍ତର ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଭାଜପା ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ଅଧୀର ରଞ୍ଜନ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି ଯେ ସରକାର ସମସ୍ତ ଭୁଲ ତଥ୍ୟ ଉପସ୍ଥାପିତ କରିଛନ୍ତିି। ଏହା ସମ୍ପୂର୍ଣ୍ଣ ନିରର୍ଥକ ଉତ୍ତର।

ଲୋକମାନଙ୍କୁ ପଚାର, ମୁଦ୍ରାସ୍ଫୀତି ସହିତ ସେମାନଙ୍କର ଅବସ୍ଥା କ’ଣ? ପରିସଂଖ୍ୟାନ ମାଧ୍ୟମରେ ସବୁକିଛି ଭଲ ଦେଖାଇବାକୁ ଏହା ଏକ ପ୍ରୟାସ। ଆପଣମାନେ ବଜାରକୁ ଯାଆନ୍ତୁ, ସେଠାରେ ନିଆଁ ଲାଗିଛି, ଲୋକଙ୍କ ପକେଟରେ ନିଆଁ ଲାଗିଯାଇଛି। ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ସେ କହିଛନ୍ତି ଯେ ସରକାର ସବୁ ପ୍ରସଙ୍ଗରେ ୟୁପିଏକୁ ଢାଲ ଭାବରେ ଆଣୁଛନ୍ତି।

ଏକ ସମୟରେ ସିଲିଣ୍ଡର ଦାମ ୩୫୦ ଟଙ୍କାରୁ ୪୦୦ ଟଙ୍କା ଥିଲା। ସେହି ସମୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ’ଣ ଥିଲା ଏବଂ ଆଜି ସେସବୁର ଦାମ କ’ଣ ହୋଇଛି ତାହା ବିଚାର ଯୋଗ୍ୟ। ସେହି ସମୟରେ ମୁଦ୍ରାର ହାର କ’ଣ ଥିଲା ଏବଂ ବର୍ତ୍ତମାନ କ’ଣ ତାହା ଖୋଜିବାକୁ ପଡ଼ିବ।

ଏହି ଅଦରକାରୀ ତଥ୍ୟକୁ ଉପସ୍ଥାପନ କରିବା ଦେଶର ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସରକାରଙ୍କ ଏକ ଷଡଯନ୍ତ୍ର। ତେଣୁ ଆମେ ଦେଖିଲୁ ଯେ ସେମାନେ ସଂସଦରେ ପ୍ରକୃତ କଥା ହେଉନାହାଁନ୍ତି। ତେଣୁ ଆମେ ବିରୋଧ କରି ବାହାରକୁ ଗଲୁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶରେ ନାବାଳିକାଙ୍କୁ ଗଣବଳାତ୍କାର

ଜବଲପୁର,୧୭।୧: ମଧ୍ୟପ୍ରଦେଶ ଜବଲପୁରରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପଞ୍ଚମ...

କୋର୍ଟରେ ପହଞ୍ଚିଲେ ନବନୀତ ରାଣା, ରବି

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ଉତ୍ତେଜନା ଲାଗିରହିଛି। ଏହି ମାମଲାରେ ଗିରଫ ହୋଇଥିବା ଏମ୍‌ପି ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ବାମୀ...

ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ...

ବଡଗାମରେ ଏନକାଉଣ୍ଟର ଜାରି, ସୁରକ୍ଷାକର୍ମୀ ରାହୁଲ ଭଟ୍ଟ-ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ ୩ ଜଣଙ୍କ ଉପରେ ନଜର

ଜମ୍ମୁ,୧୦ ।୮: ଜମ୍ମୁ-କଶ୍ମୀରର ବଡଗାମରେ ବୁଧବାର ସକାଳୁ ସୁରକ୍ଷା କର୍ମୀ ପ୍ରବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ/ଲସ୍କର-ଏ-ତୋଏବାର ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି । ଜମ୍ମୁ-କଶ୍ମୀର...

ଦୈନିକ ସଂକ୍ରମଣ ୭ ହଜାର ଟପିଲା…

ନୂଆଦିଲ୍ଲୀ, ୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଏଚ୍‌୩ଏନ୍‌୨ ପରେ ଗୁରୁଗ୍ରାମରେ ଟାଇପ୍‌-ବି ଇନ୍‌ଫ୍ଲୁଏଞ୍ଜାର ୨ମାମଲା ଚିହ୍ନଟ

ନୂଆଦିଲ୍ଲୀ,୨୧।୩: ଗୁରୁଗ୍ରାମରେ ସୋମବାର ଟାଇପ-ବି ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ୨ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି, ଯାହାର ବୟସ...

ଦୀପାବଳିରେ ଯୁବପିଢିଙ୍କୁ ବଡ଼ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୨୨: ଦୀପାବଳି ପୂର୍ବରୁ ଯୁବପିଢିଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅକ୍ଟୋବର ୨୨ରେ ଅର୍ଥାତ୍‌ ଧନ୍ତରେସ୍‌ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦...

ଫଡନବିସ୍‌ ନୁହେଁ, ସିନ୍ଧେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୀତିରେ ଗୁରୁବାର ନାଟକୀୟ ମୋଡ ଦେଖିବାକୁ ମିଳିଛି। ଭାଜପା ନେତା ଦେବେନ୍ଦ୍ର ଫଡନବିସ୍‌ ନୁହେଁ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ରାଜ୍ୟର...

Advertisement
Archives

Model This Week