Posted inଜାତୀୟ

ରଚନା ବାନାର୍ଜୀଙ୍କ ନାଁରେ FIR! ବନ୍ଧା ହେବେ… ଆସିଲା ବଡ଼ ଖବର

କୋଲକାତା,୨।୬: ଓଡ଼ିଶାରେ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ଏମପି ରଚନା ବାନାର୍ଜୀଙ୍କ ନାଁରେ ଏଫଆଇଆର ରୁଜୁ। କୋଲକାତାର ଆର.ଜି. କର ମେଡିକାଲ କଲେଜରେ ଘଟିଥିବା ବର୍ୱର ବଳାତ୍କାର ଓ ହତ୍ୟା ମାମଲାର ପୀଡ଼ିତାଙ୍କ ପରିଚୟ ଏବଂ ନାମ ସୋସିଆଲ ମିଡିଆରେ ପ୍ରକାଶ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ବର୍ତ୍ତମାନ ପୋଲିସରେ ଏକ ଲିଖିତ ଅଭିଯୋଗ ଦାୟର କରାଯାଇଛି।

କୋଲକାତା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଶାୟନ ସଚିନ ବାସୁ ଏହି ମାମଲା ଦାୟର କରି ରଚନାଙ୍କ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ରଚନା ବାନାର୍ଜୀ ଆର.ଜି. କର ମେଡିକାଲର ଏହି ଦୁଃଖଦ ଘଟଣାକୁ ନିନ୍ଦା କରି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ବେଶ ଭାବୁକ ହୋଇ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଭିଡିଓର ଶେଷ ଭାଗରେ ସେ ଭୁଲବଶତଃ ପୀଡ଼ିତା ଡାକ୍ତରଙ୍କ ଅସଲ ନାମ ଉଲ୍ଲେଖ କରିଦେଇଥିଲେ। ଆଇନ ଅନୁଯାୟୀ, କୌଣସି ବି ବଳାତ୍କାର ପୀଡ଼ିତାଙ୍କ ପରିଚୟ କିମ୍ୱା ନାମ ସାର୍ୱଜନୀନ କରିବା ଏକ ଗମ୍ଭୀର ଅପରାଧ, ଯେଉଁଥିପାଇଁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୨ ଅନୁସାରେ ୨ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ୱା ଜରିମାନା ହେବାର ପ୍ରାବଧାନ ରହିଛି।

ଏହି ବିବାଦ ସାମ୍ନାକୁ ଆସିବା ଏବଂ ମାମଲା ରୁଜୁ ହେବା ପରେ ରଚନା ବାନାର୍ଜୀ ନିଜର ଭୁଲ ସ୍ୱୀକାର କରିଛନ୍ତି ଏବଂ ତୁରନ୍ତ ସୋସିଆଲ ମିଡିଆରୁ ସେହି ଭିଡିଓଟିକୁ ଡିଲିଟ କରିଦେଇଛନ୍ତି।

ସେ ଗଣମାଧ୍ୟମରେ କହିଛନ୍ତି, ଏହା ନିଶ୍ଚିତ ଭାବେ ମୋର ଏକ ବଡ଼ ଭୁଲ ଥିଲା, ମୋର ଏପରି କରିବା ଉଚିତ ନଥିଲା। ବାକି ସମସ୍ତଙ୍କ ଭଳି ମୋର ମଧ୍ୟ ତାଙ୍କୁ ‘ତିଲୋତ୍ତମା’ ବୋଲି ସମ୍ୱୋଧନ କରିବାର ଥିଲା। ସେହି ସମୟରେ ମୁଁ ମାନସିକ ସ୍ତରରେ ଅତି ଦୁଃଖିତ ଏବଂ ଭାବୁକ ଥିଲି। ମୁଁ ଯାହା ବି କହୁଥିଲି, ତାହା କୌଣସି ସ୍କ୍ରିପ୍ଟ ନଥିଲା ବରଂ ମୋ ହୃଦୟରୁ ବାହାରୁଥିଲା। ସେହି ଭାବବିହୱଳ ପରିସ୍ଥିତିରେ ଅଜାଣତରେ ମୋ ପାଟିରୁ ସେହି ନାମଟି ବାହାରି ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri