ଆଲିଆଙ୍କ ପାଇଁ ଇମୋଶନାଲ ପୋଷ୍ଟ ଲେଖିଲେ କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ସୋମବାର ସକାଳୁ ସକାଳୁ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡ ନ୍ୟୁଜ ଦେଇଛନ୍ତି । ଅଲଟ୍ରା ସାଉଣ୍ଡ ହେଉଥିବାର ଏକ ଫଟୋ ଶେୟାର କି ସେ ମା’ ହେବାକୁ ଯାଉଥିବା କଥା ଜଣାଇଥିଲେ । ଆଉ ଏହା ପରେ ପରେ ତାଙ୍କ ଫ୍ୟାନମାନଙ୍କର ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ଆଲିଆଙ୍କ ଖୁବ୍ ନିକଟତର ଫିଲ୍ମ ଡାଇରେକ୍ଟର ଓ ପ୍ରଡ୍ୟୁସର କରନ ଜୋହର ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହେଲେ କିଛି ଭିନ୍ନ ଢଙ୍ଗରେ । ଆଲିଆ କରନଙ୍କୁ ପିତା ବୋଲି ସମ୍ବୋଧନ କରୁଥିବା ବେଳେ କରନ ବି ଆଲିଆଙ୍କୁ ଝିଅର ସମ୍ମାନ ଦେଇଥାଆନ୍ତି । କରନ ଜୋହର ଏହି ଗୁଡ ନ୍ୟୁଜ ଜାଣିବା ପରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ ଶେୟାର କରିଛନ୍ତି ।

କରନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଏହିଦିନ ପାଇଁ ବହୁତ ବହୁତ ଶୁଭେଚ୍ଛା । ମୋ ଝିଅ ମାଆ ହେବାକୁ ଯାଉଛି । ମୁଁ ମୋ ଫିଲିଙ୍ଗସ ଏକ୍ସପ୍ରେସ କରିପାରୁ ନାହିଁ । ମୁଁ ଏଥିପାଇଁ ବହୁତ ବହୁତ ବହୁତ ଏକ୍ସସାଇଟେଡ ଅଛି । ତୁମ ଦୁହିଁଙ୍କୁ ବହୁତ ଭଲପାଇବା ।
କରନ ଜୋହରଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଲିଆ ଓ କରନ ଜୋହରଙ୍କ ମଧ୍ୟରେ ବାପ-ଝିଅର ସମ୍ପର୍କ । ଆଲିଆ କରନ ଜୋହରଙ୍କ ପୁଅ ୟଶକୁ ରାକ୍ଷି ବି ବାନ୍ଧନ୍ତି ।
ୱାର୍କଫ୍ରଣ୍ଟ କଥା ଆଲୋଚନା କଲେ ଆଲିଆ ଆଗାମୀ ଦିନରେ ହଲିଉଡ ସ୍ପାଇ ଥ୍ରିଲର ମୁଭି ‘ହାର୍ଟ ଅଫ ଷ୍ଟୋନ’ରେ ନଜର ଆସିବେ । ଏହି ଫିଲ୍ମରେ ଆଲିଆଙ୍କ ସହ ହଲିଉଡ ଅଭିନେତ୍ରୀ ଗଲ ଗଡୋଟ ବି ନଜର ଆସିବେ । ଆଗକୁ ଆଲିଆ ଓ ରଣବୀରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବି ରିଲିଜ ଅପେକ୍ଷାରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri