ବିକାଶର ବିକଳ ଚିତ୍ର

ସୁପ୍ରଭା ବେହେରା

ଆମେ ସମସ୍ତେ ବିଦ୍ୟାଳୟ ସ୍ତରରେ ଗଣିତ ସମାଧାନ କଲାବେଳେ ‘କାର୍ଯ୍ୟ ଓ ସମୟ’ ଗଣିତ ସମାଧାନ କରିଛନ୍ତି। ‘କ’ ଓ ‘ଖ’ ମିଶି ଗୋଟିଏ କାର୍ଯ୍ୟକୁ ୧୦ଦିନରେ କରନ୍ତି, କାମ ଆରମ୍ଭ କରିବାର ୨ ଦିନ ପରେ ତାଙ୍କ ସହ ‘ଗ’ ଯୋଗ ଦେଲା। ‘ଗ’ କାମଟିକୁ ଏକା ୨୦ ଦିନରେ କରେ। ୩ ଜଣ ମିଶି କାର୍ଯ୍ୟଟିକୁ ପୂର୍ବ ନିର୍ଦ୍ଧାରିତ ଦିନଠାରୁ କେତେଦିନ ଆଗରୁ ଶେଷ କରିବେ। ଅଥବା ‘କ, ଖ, ଗ ’ ଗୋଟିଏ କାମ ମିଶି ୧୦ ଦିନରେ ଶେଷ କରନ୍ତି। ଖ ଏକା ସେହି କାମକୁ ୧୫ ଦିନରେ ଶେଷକରେ। କାର୍ଯ୍ୟ ଆରମ୍ଭ ହେବାର ୩ ଦିନ ପରେ ‘ଖ’ ଅସୁସ୍ଥତା ପାଇଁ କାମ ଛାଡ଼ି ଚାଲିଗଲା। କ ଓ ଗ ୨ଜଣ ମିଶି ସେହି କାମକୁ କେତେଦିନରେ ଶେଷ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଆମେ ଦେଖନ୍ତି ଲୋକ ସଂଖ୍ୟା ବଢ଼ିଲେ କାର୍ଯ୍ୟଟି ଶୀଘ୍ର ଶେଷ ହୁଏ। ଲୋକ ସଂଖ୍ୟା କମିଲେ କାର୍ଯ୍ୟଟି ଅଧିକ ସମୟ ନେଇଥାଏ। ଏବେ ଏହି ଗଣିତକୁ ନେଇ ଆମର ପ୍ରତ୍ୟେକ ବିଭାଗକୁ ଥରେ ପରଖି ଦେଖିବା। ସବୁ ବିଭାଗରେ ଏବେ କର୍ମଚାରୀଙ୍କର ଘୋର ଅଭାବ, ଯାହାର ବିକଳ ଚିତ୍ରକୁ ଗଣମାଧ୍ୟମରେ ଆମେମାନେ ନିତି ଭେଟୁଛନ୍ତି। କେଉଁଠି ୮ ଶ୍ରେଣୀକୁ ୨ ଶିକ୍ଷକ, କେଉଁଠି ୨ ବିଭାଗର ଦପ୍ତରକୁ ଜଣେ ଅଧିକାରୀ। କେଉଁଠି କାର୍ଯ୍ୟାଳୟର କାମ କରିବାକୁ ଜଣେ ମଧ୍ୟ କିରାଣି ନାହାନ୍ତି, କେଉଁଠି ପିଅନ ନାହିଁ। ଏମିତି କି ସ୍ବାସ୍ଥ୍ୟ ଭଳି ସମ୍ବେଦନଶୀଳ କାର୍ଯ୍ୟରେ ମଧ୍ୟ ୨ ଡାକ୍ତରଖାନାକୁ ଜଣେ ଡାକ୍ତର ତୁଲାଇବା ର ଚିତ୍ର ଦେଖିବାକୁ ମିଳିଛି। ଏମିତି ଅନେକ ବିଭାଗର କର୍ମଚାରୀ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇ ଏ ଘର ମାଉସୀ, ସେ ଘର ପିଉସୀ ଭଳି ସପ୍ତାହର ୭ଦିନକୁ ପାଳି କରି କାର୍ଯ୍ୟ କରିବାକୁ ପଡୁଛି।
ଆମେ ଯଦି ଗୋଟିଏ ସ୍ବପ୍ନର ଘର ଆମର ଈପ୍ସିତ ଜାଗାରେ ତିଆରିବାକୁ ଚାହୁଁଛନ୍ତି ତା’ହେଲେ ଘରଟି ଆମେ ଏକା ତିଆରି କରିପାରିବା ନାହିଁ। ଏଥିପାଇଁ ସବୁ କ୍ଷେତ୍ରର ପାରଙ୍ଗମ ବ୍ୟକ୍ତିଙ୍କର ସାହାଯ୍ୟ ଆମେମାନେ ନେଇଥାନ୍ତି। ଯେମିତି କି ଘରର ନକ୍ସା ପାଇଁ ଯନ୍ତ୍ରୀ , କାନ୍ଥ, ବିଦ୍ୟୁତ୍‌, ପାଣି ପାଇଁ ଅଲଗା ଅଲଗା ମିସ୍ତ୍ରି, ଭିତରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାପତ୍ୟକାର ଇତ୍ୟାଦିଙ୍କ ସାହାଯ୍ୟ ନେଇଥାନ୍ତି। କାମଟିକୁ ଆମେ ବିଭିନ୍ନ ବିଭାଗରେ ବାଣ୍ଟିବା ଦ୍ୱାରା କାମ ସହଜ ହୋଇଥାଏ ଓ ଯେଉଁ କାମରେ ଯିଏ ପାରଙ୍ଗମ ସେ କାର୍ଯ୍ୟଟି ସମ୍ପୂର୍ଣ୍ଣ କରିବା ଦ୍ୱାରା ଉତ୍କୃଷ୍ଟ ହୋଇଥାଏ। ଏହା ଯେ କେବଳ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଯୁଜ୍ୟ, ତା’ନୁହଁ ବରଂ ପ୍ରତ୍ୟେକ ସଂଗଠନ ଓ କାର୍ଯ୍ୟାଳୟର ପ୍ରଶାସନ ପାଇଁ ପ୍ରଯୁଜ୍ୟ। ଏହି ତତ୍ତ୍ୱ ଉପରେ ପର୍ଯ୍ୟବସିତ ହେନେରୀ ଫାୟୋଲଙ୍କର ପ୍ରସିଦ୍ଧ ‘ଶ୍ରମ ବିଭାଜନର’ ନିୟମ। ଏହି ନିୟମ କହେ ପ୍ରତ୍ୟେକ କାର୍ଯ୍ୟ କୁ ଛୋଟ ଛୋଟ ଅଂଶରେ ବାଣ୍ଟିବା ଓ ଉପଯୁକ୍ତ ଲୋକକୁ ସେହି କାର୍ଯ୍ୟ ନ୍ୟସ୍ତ କରିବା। ୧୭୭୪ ରେ ଆଡାମ ସ୍ମିଥ୍‌ଙ୍କ ଲିଖିତ ‘ଏ ୱେଲ୍‌ଥ ଅଫ୍‌ ନେସନ’ରେ ମଧ୍ୟ ଶ୍ରମ ବିଭାଜନ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ଏହାଦ୍ୱାରା କାର୍ଯ୍ୟଟି ସୁରୁଖୁରୁରେ ଉତ୍କୃଷ୍ଟତା ସହ ହୋଇଥାଏ। ଉତ୍ପାଦନରେ ବୃଦ୍ଧି ଘଟିଥାଏ। ଶ୍ରମ ବିଭାଜନ କିପରି ଉତ୍ପାଦନରେ ବୃଦ୍ଧି ଘଟାଇଥାଏ ତାହା ଦର୍ଶାଇବାକୁ ଯାଇ ଆଡାମ ସ୍ମିଥ୍‌ ଏକ ସେପ୍ଟିପିନ କାରଖାନାର ଉଦାହରଣ ଦେଇଛନ୍ତି। ଯଦି ଜଣେ ଲୋକ ଗୋଟିଏ ଦିନରେ ୧ ସେପ୍ଟିପିନ ଉତ୍ପାଦନ କରୁଥାଏ, କାର୍ଯ୍ୟ କ୍ଷେତ୍ରରେ ଶ୍ରମ ବିଭାଜନ ଆପଣାଇବା ଦ୍ୱାରା ଜଣେ ଲୋକ ଗୋଟିଏ ଦିନରେ ୪୮୦୦ ସେପ୍ଟିପିନ ଉତ୍ପାଦନ କରିପାରିବ (ଯଦି ସମ୍ପୂର୍ଣ୍ଣ ଉତ୍ପାଦନକୁ ସମ୍ପୃକ୍ତ ଶ୍ରମିକରେ ହରିବା)। ଉତ୍ପାଦନରେ ବୃଦ୍ଧି ଘଟିଲେ କର୍ମଚାରୀଙ୍କ ପାରିଶ୍ରମିକରେ ମଧ୍ୟ ବୃଦ୍ଧି ଘଟିଥାଏ। ମୁଣ୍ଡ ପିଛା ଆୟ ବୃଦ୍ଧି ଘଟିଲେ ଦେଶର ଅର୍ଥନୈତିକ ମେରୁଦଣ୍ଡ ଶକ୍ତ ହୋଇଥାଏ। ଉତ୍ପାଦନରେ ବୃଦ୍ଧି ଘଟିଲେ ଉତ୍ପାଦିତ ପଦାର୍ଥକୁ ଉପଭୋକ୍ତା ସୁବିଧା ମୂଲ୍ୟରେ ପାଇପାରେ। ଜିନିଷର ଚାହିଦା ବଢ଼ିଲେ ସମ୍ପୃକ୍ତ ସଂସ୍ଥା ଲାଭବାନ୍‌ ହୋଇଥାଏ। ସମୟ ସବୁଠାରୁ ବଡ଼ ପୁଞ୍ଜି। କମ୍‌ ସମୟରେ ଅଧିକ ଉତ୍ପାଦନ ପାଇଁ ଶ୍ରମ ବିଭାଜନର ନିୟମ ଚାବିକାଠିଟି ଖୁବ୍‌ ଉପାଦେୟ । ହେନେରୀ ଫୋର୍ଡ, ତାଙ୍କର ‘ଟି ମଡେଲ ’ପ୍ରସ୍ତୁତି ସମୟରେ ଏହି କାମକୁ ୮୪ ଟି ବିଭିନ୍ନ ବିଭାଗରେ ବାଣ୍ଟିଦେଲେ। ଯେଉଁ ମଡେଲଟି ୧୨ ଘଣ୍ଟା ସମୟ ନେଉଥିଲା, ତାହା ୯୦ ମିନିଟ୍‌ରେ ହୋଇଗଲା। ଗୋଟିଏ ନିର୍ଦ୍ଦିଷ୍ଟ କାମକୁ ଜଣେ ଲୋକ କରିବା ଦ୍ୱାରା ସେ ସେହି କାର୍ଯ୍ୟରେ ସିଦ୍ଧହସ୍ତ ହୋଇଥାଏ। ଏହାଦ୍ୱାରା ସେ ସେହି କାର୍ଯ୍ୟକୁ ନେଇ କିଛି ଅଭିନବ ପନ୍ଥା ମଧ୍ୟ ବାହାର କରିପାରେ; ଯାହାକି କାର୍ଯ୍ୟ କ୍ଷେତ୍ରରେ ନୂତନ ଚିନ୍ତାଧାରା ସହ ବୈପ୍ଳବିକ ପରିବର୍ତ୍ତନ ମଧ୍ୟ ଆଣିଥାଏ।
ଏବର ପରିସ୍ଥିତିରେ ଶ୍ରମ ବିଭାଜନ ନୁହେଁ ବରଂ ଶ୍ରମ ଏକତ୍ରୀକରଣ ହେଉଛି। କର୍ମଚାରୀ ଅଭାବ ହେତୁ ଦୁଇ ତିନୋଟି ବିଭାଗର କାମକୁ ଏକତ୍ର କରି ଦିଆଯାଉଛି। ନିଜ ବିଭାଗର କାମ ସହ ଅତିରିକ୍ତ କାର୍ଯ୍ୟ ଯୋଡ଼ି ଦିଆଯାଉଛି, ଯେମିତି କି ଆଧାର ସଂଶୋଧନ, ଗଙ୍ଗାଜଳ ବିକ୍ରି, ଜନଗଣନା ଇତ୍ୟାଦି। ଅତ୍ୟଧିକ କାମ ଯୋଗୁ କର୍ମକ୍ଷେତ୍ରରେ ମାନସିକ ଚାପ ବଢୁଛି। କାର୍ଯ୍ୟଶୈଳୀରେ ଦକ୍ଷତା ବୃଦ୍ଧି କିମ୍ବା କିଛି ନୂତନ ଚିନ୍ତାଧାରା ତ ଦୂରର କଥା ବରଂ ଅତିଷ୍ଠ କର୍ମଚାରୀଟି ଭାବୁଛି ଯେନତେନ ପ୍ରକାରେଣ କାମଟି ହୋଇଯାଉ। ଭଲ ଭେଲ ଦେଖିବାକୁ ସମୟ ନାହିଁ। କେବେ କେବେ କାମ ବାକି ରହୁଛି। କର୍ମଚାରୀର ପିଠିରେ ହର୍କୁଲେସ୍‌ ପୃଥିବୀ ବୋହିବା ଭଳି ବାକି କାମ ସବୁ ପାହାଡ଼ ଭଳି ଛିଡ଼ା ହେଉଛି। କାମ ଶୀଘ୍ର କରାଇବାକୁ କେବେ କେହି ଟେବୁଲ ତଳେ ହାତଗୁଞ୍ଜା ଦେବାକୁ ବାଧ୍ୟ ହେଉଛି; ଯାହାକି ସ୍ବଚ୍ଛତାକୁ ବାହୁସ୍ଫୋଟ ମାରୁଛି। ଅନେକ ବିଭାଗର ଏକତ୍ରୀକରଣ ହେବା ଦ୍ୱାରା ପଦୋନ୍ନତି ସଂଖ୍ୟା କମୁଛି। ପଦୋନ୍ନତି ବାଧାପ୍ରାପ୍ତ ହେଲେ କର୍ମଚାରୀର କାର୍ଯ୍ୟମନସ୍କତାରେ ଚ୍ୟୁତି ଘଟିଥାଏ। ସମସ୍ତ ଦପ୍ତରରେ ଆଜିକାଲି ପ୍ରତିଦିନ ଗୁଡ଼ାଏ ତଥ୍ୟ ଦେବାକୁ ହେଉଛି। କର୍ମଚାରୀ ଅଭାବ ଓ କାର୍ଯ୍ୟାଧିକ ଚାପ ଯୋଗୁ ଅନେକ ସମୟରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଉଛି। ଯେଉଁଥିରେ ବିକାଶର ଚିତ୍ର ଅସ୍ପଷ୍ଟ ରହୁଛି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁସାରେ କେବଳ ଓଡ଼ିଶାରେ ୨.୨୬ ଲକ୍ଷ ପଦବୀ ଖାଲି ପଡ଼ିଛି। ଆମ ଦେଶରେ ଅନୂ୍ୟନ ୬୦ ଲକ୍ଷ ପଦବୀ ଖାଲି ପଡ଼ିଛି। ପ୍ରଶ୍ନ ଉଠୁଛି, ଗୋଟିଏ ପାଖରେ ବେକାରି ସମସ୍ୟା ଅନ୍ୟପକ୍ଷରେ କାର୍ଯ୍ୟ କ୍ଷେତ୍ରରେ ମାନବ ସମ୍ବଳର ସୀମିତ ବିନିଯୋଗ ଓ ତଜ୍ଜନିତ ଚାପକୁ ନେଇ ବିକାଶର ଚିତ୍ର ବିକଳ ଚିତ୍ର ହେବ ନାହିଁ ତ?
ଭୁବନେଶ୍ବର
ମୋ- ୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?