ସୁବିଧାବାଦୀ ସହକର୍ମୀ

ସଫଳ କ୍ୟାରିୟର ପାଇଁ ଅନେକ ପରିଶ୍ରମ ତ କରିବାକୁ ପଡିଥାଏ, କିନ୍ତୁ ବେଳେବେଳେ ପରିଶ୍ରମର ଶ୍ରେୟ ନିଜକୁ ନ ମିଳି ମିଳିଥାଏ ଆଉ କାହାକୁ। ଅଫିସରେ ସହକର୍ମୀମାନଙ୍କ ଚାଲାକି ପାଇଁ ଅନେକ ସମୟରେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ବି ପଡ଼େ। କର୍ମକ୍ଷେତ୍ରରେ ଏଭଳି ପରିସ୍ଥିତି ରହୁଥିଲେ ଚତୁରତାର ସହ ସାମ୍ନା କରିବା ବୁଦ୍ଧିମତ୍ତାର କାମ…
ପରିଶ୍ରମ କରିବେ ଆପଣ, କିନ୍ତୁ ଶ୍ରେୟ ମିଳିବ ଅନ୍ୟ ଜଣଙ୍କୁ। ସହକର୍ମୀଙ୍କ ଚାଲାକି ପାଇଁ ଅନେକ ଥର ଅଫିସରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥାଏ। କର୍ମକ୍ଷେତ୍ରରେ ଏଭଳି ଅବସ୍ଥାରେ କ’ଣ କଲେ ନିଜ କାମର କ୍ରେଡିଟ୍‌ ନିଜକୁ ମିଳିବ ସେସବୁ ଜାଣିବା ନିହାତି ଦରକାର।
ବସ୍‌ଙ୍କୁ ଜଣାନ୍ତୁ: ପ୍ରଥମ କଥା ହେଉଛି ଆପଣ କ’ଣ ସବୁ କାମ କରୁଛନ୍ତି ସେକଥା ଅଫିସରେ ମୁଖ୍ୟତଃ ବସ୍‌ଙ୍କୁ ଜଣାଇବା ଦରକାର। କର୍ପୋରେଟ୍‌ ଜଗତରେ ଚୁପ୍‌ଚାପ୍‌ ବସି କେବଳ କାମ କରିବା ଯଥେଷ୍ଟ ନୁହେଁ। ନିଜ ପ୍ରୋଜେକ୍ଟ କିମ୍ବା ପ୍ଲାନ୍‌ ବିଷୟରେ ଅଫିସ୍‌ ମିଟିଂରେ ଜଣାନ୍ତୁ। ଅଫିସରେ ଯଦି ବସ୍‌ ଆପଣଙ୍କ କାମ ବିଷୟରେ ଅବଗତ ରହିବେ ତେବେ ଅନ୍ୟ କେହି ସହକର୍ମୀ ସେହି କାମ ପାଇଁ କ୍ରେଡିଟ୍‌ ନେବାକୁ ଚେଷ୍ଟା କରିବେ ନାହିଁ।
ରାଗନ୍ତୁ ନାହିଁ: ବହୁ ପରିଶ୍ରମ କରିବା ପରେ ଯେତେବେଳେ ଅଫିସରେ ଅନ୍ୟ ଜଣେ ସହକର୍ମୀ ସେହି କାମର କ୍ରେଡିଟ୍‌ ନିଅନ୍ତି ସେତେବେଳେ ମନ ଖରାପ ଲାଗେ। କିନ୍ତୁ ଏ ସମୟରେ ସହକର୍ମୀଙ୍କ ଉପରେ ଆଦୌ ରାଗନ୍ତୁ ନାହିଁ। ସମସ୍ତଙ୍କ ଆଗରେ ରାଗିବା ଦ୍ୱାରା ନିଜର ଭାବମୂର୍ତ୍ତି ନଷ୍ଟହେବ। ତେଣୁ ଏଭଳି ସମୟରେ ଶାନ୍ତ ମନରେ ହିଁ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ।
ସିନିୟରଙ୍କ ସହାୟତା ନିଅନ୍ତୁ: ନିଜ କାମର ଶ୍ରେୟ ଯଦି ଅଫିସରେ ଅନ୍ୟ କେହି ଜଣେ ନେବାପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି ତେବେ ଏଭଳି କ୍ଷେତ୍ରରେ ଆପଣ ସିନିୟରଙ୍କ ସାହାଯ୍ୟ ନିଅନ୍ତୁ। ଅଫିସରେ ଯେଉଁ ସିନିୟରଙ୍କ ଉପରେ ଆପଣଙ୍କର ବିଶ୍ୱାସ ଓ ଭରସା ରହିଛି ତାଙ୍କ ସହାୟତା ନେଇ ଆପଣ କରୁଥିବା କାମ ସମ୍ପର୍କରେ ଜଣାନ୍ତୁ। ପ୍ରତିଦିନ ଆପଣ କରୁଥିବା କାମ ସମ୍ପର୍କରେ ତାଙ୍କୁ ଅବଗତ କରାନ୍ତୁ। ତେଣୁ ଆବଶ୍ୟକ ସମୟରେ ସେହି ସିନିୟର ସହକର୍ମୀ ଆପଣଙ୍କ ପକ୍ଷ ନେଇପାରନ୍ତି।
କାମକୁ ଗୋପନୀୟ ରଖନ୍ତୁ: ଅଫିସରେ କୌଣସି ନୂଆ କାମ କରୁଥିଲେ ସେନେଇ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ କିମ୍ବା କାହାକୁ ଦେଖାନ୍ତୁ ନାହିଁ। ଏମିତିକି ସମସ୍ତଙ୍କୁ ଏକ ପ୍ରକାର ପ୍ରୋଜେକ୍ଟ କାମ ଦିଆଯାଇଥିଲେ ବି ଆପଣ କରୁଥିବା କାମକୁ ଗୋପନୀୟ ରଖନ୍ତୁ। କାମ ଶେଷ ହେବା ପରେ ହିଁ ନିଜେ ହସ୍ତାନ୍ତର କରନ୍ତୁ।
ସତର୍କ ରୁହନ୍ତୁ: ଅଫିସରେ ଯଦି କେହି ସହକର୍ମୀ ଆପଣଙ୍କ କାମର ଶ୍ରେୟ ନେଉଥାନ୍ତି ତେବେ ତାଙ୍କ ପ୍ରତି ସତର୍କ ରୁହନ୍ତୁ। ଆପଣଙ୍କର କୌଣସି କାମ ବିଷୟରେ ତାଙ୍କୁ କିଛି ବି କୁହନ୍ତୁ ନାହିଁ। ନିଜ ପ୍ରୋଜେକ୍ଟ ବିଷୟରେ କୌଣସି ପ୍ରକାର ସୂଚନା ଦିଅନ୍ତୁ ନାହିଁ। ଏମିତିକି ସେନେଇ ତାଙ୍କ ସହ କୌଣସି ପରାମର୍ଶ କିମ୍ବା କଥାବାର୍ତ୍ତା କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri