Posted inଖେଳ

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ ଫ୍ରାନ୍ସ, ମରକ୍କୋ, ସ୍ପେନ୍‌, ବେଲଜିୟମ, ନରଓ୍ବେ, ଇଂଲଣ୍ଡ, ଆର୍ଜେଣ୍ଟିନା ଓ ସୁଇଜରଲାଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟ ପୂର୍ବରୁ ଫେଭରାଉଟ ତାଲିକାରେ ଥିବା ବ୍ରାଜିଲ, ଜର୍ମାନୀ, ପର୍ତ୍ତୁଗାଲ, ନେଦରଲାଣ୍ଡ୍ସ ଆଦି ଦଳ ବିଦାୟ ନେଇସାରିଛନ୍ତି। ବ୍ୟକ୍ତିଗତ ପ୍ରଦର୍ଶନ ମାଧ୍ୟମରେ ଆର୍ଜେଣ୍ଟିନାର ଲିଓନେଲ ମେସି, ଫ୍ରାନ୍ସର କିଲିଆନ ଏମ୍‌ବାପେ, ଇଂଲଣ୍ଡର ହ୍ୟାରି କେନ୍‌ ଓ ନରଓ୍ବେର ଏର୍ଲିଂ ହାଲାଣ୍ଡ ଏବେ ଚର୍ଚ୍ଚାରେ ରହିଛନ୍ତି। ଗୁରୁବାର ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲରେ ଜିଆଣ୍ଟ କିଲର ମରକ୍କୋକୁ ଭେଟିବ ଟାଇଟଲ ଫେଭରାଇଟ ଫ୍ରାନ୍ସ।
ଫ୍ରାନ୍ସ-ମରକ୍କୋ (ଫକ୍ସବୋରୋ)
ଗ୍ରୁପ୍‌ ପର୍ଯ୍ୟାୟରେ ସେନେଗାଲକୁ ୩-୧ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସ ପରବର୍ତ୍ତୀ ୨ ମ୍ୟାଚରେ ଯଥାକ୍ରମେ ଇରାକକୁ ୩-୦ ଓ ନରଓ୍ବେକୁ ୪-୧ ଗୋଲରେ ପରାସ୍ତ କରିଥିଲା। ରାଉଣ୍ଡ ଅଫ୍‌-୩୨ରେ ସୁଇଡେନ୍‌କୁ ୩-୦ ଓ ପ୍ରି-କ୍ୱାର୍ଟର ଫାଇନାଲରେ ପାରାଗୁଏକୁ ୧-୦ ଗୋଲରେ ହରାଇ ଆଗକୁ ବଢ଼ିଛି ଏହି ଦଳ। ଅନ୍ୟପକ୍ଷରେ ମରକ୍କୋ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌କୁ ବ୍ରାଜିଲ ସହ ୧-୧ରେ ଡ୍ର ରଖି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡକୁ ୧-୦ ଓ ହାଇତିକୁ ୪-୨ ଗୋଲରେ ହରାଇ ନକ୍‌ଆଉଟରେ ପ୍ରବେଶ କରିଥିଲା। ରାଉଣ୍ଡ ଅଫ୍‌-୩୨ରେ ଏହି ଦଳ ନେଦରଲାଣ୍ଡ୍ସକୁ ଶୁଟ୍‌ଆଉଟ ୩-୨ ଗୋଲରେ ହରାଇ ବିଦାୟ ପଥ ଦେଖାଇଥିବାବେଳେ ପ୍ରି-କ୍ୱାର୍ଟର ଫାଇନାଲରେ ସହଆୟୋଜକ କାନାଡ଼ାକୁ ୩-୦ ଗୋଲରେ ପରାସ୍ତକରି ନିଜକୁ ଏକ ପ୍ରମୁଖ ଦାବିଦାର ଭାବେ ଉଭା କରିଛି। ତେବେ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ପ୍ରାଚୀରକୁ ଭେଦ କରିପାରିଲେ ଯାଇ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବ। କ୍ୟାରିୟରର ୧୯ତମ ବିଶ୍ୱକପ୍‌ରେ ଗୋଲସ୍କୋର କରିସାରିଥିବା କିଲିଆନ ଏମ୍‌ବାପେଙ୍କ ଉପସ୍ଥିତିରେ ଫ୍ରାନ୍ସକୁ ଫେଭ୍‌ରାଇଟ ବିବେଚନା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?