Posted inଖେଳ

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ ବଜାର ତଥ୍ୟ ପ୍ରଦାନକାରୀ ସଂସ୍ଥା ‘ଏଲ୍‌ଏସ୍‌ଇଜି’ର ରିପୋର୍ଟ ଅନୁଯାୟୀ, ୨୦୨୨ କାତାର ବିଶ୍ୱକପ୍‌ ସମୟ ତୁଳନାରେ ଚଳିତବର୍ଷ ଟ୍ରଫିରେ ଥିବା ସୁନାର ମୂଲ୍ୟ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ଏଥିରେ ଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ୧୩ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬ କୋଟି ଟଙ୍କା)ରେ ପହଞ୍ଚିଛି। ଫିଫା ବିଶ୍ୱକପ୍‌ର ମୂଳ ଟ୍ରଫିଟି ସମ୍ପୂର୍ଣ୍ଣ ସୁନାରେ ତିଆରି। ଏହାର ମୋଟ ଓଜନ ୬.୧୭୫ କିଲୋଗ୍ରାମ ହୋଇଥିବାବେଳେ ଏହା ୧୮ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ। ସେଥିମଧ୍ୟରୁ ପ୍ରାୟ ୪.୯୩ କିଲୋଗ୍ରାମ ସମ୍ପୂର୍ଣ୍ଣ ଶୁଦ୍ଧ ସୁନା ରହିଛି। ‘ଏଲ୍‌ଏସ୍‌ଇଜି’ର ମେଟାଲ୍ସ ରିସର୍ଚ୍ଚ ବିଭାଗର ମୁଖ୍ୟ ବିଶ୍ଳେଷକ ଦେବଜିତ ସାହା ଏକ ବିବୃତିରେ କହିଛନ୍ତି ଯେ, ବିଶ୍ୱକପ ଟ୍ରଫିକୁ ହାତେଇବା ଯେକୌଣସି ଦଳ ପାଇଁ ଅମୂଲ୍ୟ ହୋଇଥାଏ, ମାତ୍ର ଏହାର ସୁନା ପରିମାଣକୁ ଆକଳନ କଲେ ଜଣାପଡ଼େ ଯେ ବିଗତ ବର୍ଷଗୁଡ଼ିକରେ ଏହି ମୂଲ୍ୟବାନ ଧାତୁର ଆଦର ଓ ଦର କେତେ ଦ୍ରୁତଗତିରେ ବଢ଼ିଛି।
କାତାର ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବିଜେତା ହୋଇଥିଲା, ସେତେବେଳେ ଏହି ଟ୍ରଫିର ସୁନା ମୂଲ୍ୟ ପ୍ରାୟ ୨ ଲକ୍ଷ ୭୭ ହଜାର ଡଲାର ଥିଲା। ୧୯୭୪ ମସିହାରେ ଯେତେବେଳେ ଚଳିତ ଡିଜାଇନ୍‌ର ଟ୍ରଫି ପ୍ରଥମେ ପ୍ରଚଳନ କରାଯାଇଥିଲା, ସେତେବେଳେ ଏହାର ମୂଲ୍ୟ ମାତ୍ର ୨୫ ହଜାର ଡଲାର ରହିଥିଲା।
ବିଶ୍ୱର ଅନ୍ୟ କୌଣସି ପ୍ରମୁଖ ଖେଳର ମୁଖ୍ୟ ଟ୍ରଫି ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇ ନ ଥାଏ। ୟୁଫା ଚାମ୍ପିୟନ୍ସ ଲିଗ୍‌ ଏବଂ ୟୁରୋପା ଲିଗ୍‌ ଫୁଟ୍‌ବଲ ଟ୍ରଫିଗୁଡ଼ିକ ରୁପା (ଷ୍ଟର୍ଲିଂ ସିଲଭର)ରେ ତିଆରି, ଯାହାର ମୂଲ୍ୟ ଯଥାକ୍ରମେ ୧୬,୯୫୦ ଡଲାର ଏବଂ ୨୨,୬୦୦ ଡଲାର। ଆମେରିକୀୟ କ୍ରୀଡ଼ା ଜଗତର ମୋଟର ରେସିଂ କ୍ଷେତ୍ରରେ ଦିଆଯାଉଥିବା ‘ବର୍ଗ-ୱାର୍ନର’ ଟ୍ରଫି ସବୁଠାରୁ ଭାରି (୬୯ କିଲୋଗ୍ରାମ ରୁପା), ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୬ ହଜାର ଡଲାର ଏବଂ ଫୁଟ୍‌ବଲ ‘ସୁପର ବୋଲ୍‌’ ପ୍ରତିଯୋଗିତାର ଚାମ୍ପିୟନ୍‌କୁ ଦିଆଯାଉଥିବା ‘ଭିନ୍ସ ଲୋମ୍ବାର୍ଡି’ ଟ୍ରଫିର ରୁପା ମୂଲ୍ୟ ପ୍ରାୟ ୭,୨୩୦ ଡଲାର। ସେହିପରି ଆମେରିକାର ଲୋକପ୍ରିୟ କ୍ରୀଡ଼ା ତଥା ବିଶ୍ୱର ସବୁଠାରୁ ଦ୍ରୁତଗାମୀ ଓ କ୍ଲାସିକ ଘୋଡ଼ା ଦୌଡ଼ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ ‘ପ୍ରେକ୍ନେସ ଷ୍ଟେକ୍ସ’ର ବିଜେତାଙ୍କୁ ପ୍ରଦାନ କରାଯାଉଥିବା ‘ଉଡ୍‌ଲନ ଭେସ୍‌’ ପୁରସ୍କାରର ମୂଲ୍ୟ ପ୍ରାୟ ୨୪,୮୬୦ ଡଲାର। ଏହି ସମସ୍ତ ପୁରସ୍କାର ତୁଳନାରେ ଫିଫା ବିଶ୍ୱକପ୍‌ ଟ୍ରଫିର ସୁନା ମୂଲ୍ୟ ବହୁ ଗୁଣ ଅଧିକ। ସୂଚନାଯୋଗ୍ୟ, ଜୁନ ୧୧ ତାରିଖରୁ ଆମେରିକା, ମେକ୍ସିକୋ ଓ କାନାଡ଼ାରେ ୨୦୨୬ ଫିଫା ବିଶ୍ୱକପ୍‌ ଆରମ୍ଭ ହୋଇସାରିଛି ଏବଂ ଏଥିରେ ୩୨ ବଦଳରେ ପ୍ରଥମ ଥର ପାଇଁ ୪୮ଟି ଦେଶ ଭାଗ ନେଉଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?