ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ ସାର ମହଜୁଦ ରହିଥିବା କହୁଛି। ଅନ୍ୟପଟେ ସାର ପାଇଁ ଚାଷୀଙ୍କୁ ନାହିଁ ନ ଥିବା ହଟହଟା ହେବାକୁ ପଡୁଛି। କାହାକୁ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଆଗରେ ସକାଳୁ ଧାଡ଼ି ବାନ୍ଧି ରହିବାକୁ ପଡୁଛି ତ ଆଉ କିଏ ଲାଇସେନ୍ସପ୍ରାପ୍ତ ସାର ଦୋକାନୀଙ୍କ ପାଖକୁ ଯାଇ ନିରାଶରେ ଘରକୁ ଫେରୁଥିବା ପରିଲକ୍ଷିତ ହେଉଛି। ଏପରିକି ସାର ଦେବା ବଦଳରେ ବିଭିନ୍ନ ସମୟରେ ସାର ବିକ୍ରେତାମାନେ ଚାଷୀଙ୍କ ଆଗରେ ଦାଦାଗିରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ନକଲି ସାର ମାଫିଆମାନେ ଏଭଳି ସ୍ଥିତିରେ ଉପୁଜି ଆସୁଥିବା ସଙ୍କଟର ସୁଯୋଗ ନେଉଥିବା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ କେତେକ ସାର ମାଫିଆ ଚାଷୀଙ୍କୁ ନକଲି ସାର ବିକ୍ରି କରି ଶୋଷଣ କରୁଥିବା ଏବଂ ଏବେ ସାର ସଙ୍କଟ ସମୟରେ ସେମାନେ ସକ୍ରିୟ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି।
ଜିଲାରେ ସାଧାରଣତଃ ଜୁନ ୧୫ତାରିଖରୁ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି କ୍ରମରେ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀମାନଙ୍କୁ ମୁଖ୍ୟତଃ ଡିଏପି ଏବଂ ୟୁରିଆ ସାର ଆବଶ୍ୟକ ପଡ଼ିଥାଏ। ମାତ୍ର ଏହି ସାର ପାଇଁ ଆରମ୍ଭରୁ ଚାଷୀମାନଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସାରର କୃତ୍ରିମ ସଙ୍କଟ ସହିତ କଳାବଜାର ଏବଂ ଏବେ ନକଲି ସାର ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜିଲାରେ ଖରିଫ ଋତୁ ପାଇଁ ୩୯ହଜାର ୧୦୦ ମେଟ୍ରିକ ଟନ୍‌ ୟୁରିଆ, ୧୪ହଜାର ୮୭୫ ମେଟ୍ରିକ ଟନ୍‌ ଡିଏପି, ୯୭୦୦ ମେଟ୍ରିକ ଟନ୍‌ ଏମ୍‌ଓପି, ୨୪ହଜାର ୯୨୦ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌ ଏବଂ ୫୦୦ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ଅର୍ଥାତ୍‌ ମୋଟ୍‌ ୮୯ହଜାର ୯୫ ମେଟ୍ରିକ ଟନ୍‌ ସାରର ଆବଶ୍ୟକତା ରହିଛି। ଏହି ଅନୁପାତରେ ଜିଲାକୁ ସାର ମଧ୍ୟ ପହଞ୍ଚି ସାରିଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲାକୁ ୩୬ହଜାର ୫୦୦ ମେଟ୍ରିକ ଟନ୍‌ ୟୁରିଆ, ୧୪ହଜାର ୯୭ମେଟ୍ରିକ ଟନ୍‌ ଡିଏପି, ୫୨୬୦ ମେଟ୍ରିକ ଟନ୍‌ ଏମ୍‌ଓପି, ୨୯ହଜାର ୩୭ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌ ଏବଂ ୬୩୦ ମେଟ୍ରିକ ଟନ୍‌ ଏଏସ୍‌ପି ଅର୍ଥାତ୍‌ ମୋଟ୍‌ ୮୫ହଜାର ୫୨୬ ମେଟ୍ରିକ ଟନ୍‌ ସାର ପହଞ୍ଚି ସାରିଛି। ଏହାସତ୍ତ୍ୱେ ଜିଲାରେ ସାର ସଙ୍କଟ ଏବଂ ଏଥିପାଇଁ ଚାଷୀମାନେ ବାର ଦୁଆର ଶୁଣ୍ଢିପିଣ୍ଡା ହେବା ଚର୍ଚ୍ଚାର ବିଷୟ ହୋଇଛି।
ସେହିପରି ସାର କଳାବଜାରରେ ଅଙ୍କୁଶ ଲାଗିପାରୁ ନାହିଁ । ୟୁରିଆ ସାର ବସ୍ତା ପ୍ରତି ଦର ୨୬୬ଟଙ୍କା ୫୦ପଇସା ରହିଥିବାବେଳେ ତାକୁ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ଡିଏପି ସାର ପ୍ୟାକେଟ୍‌ ପ୍ରତି ୧୩୫୦ ଟଙ୍କା ରହିଛି। କିନ୍ତୁ ତାକୁ ୨୦୦୦ ଟଙ୍କାରୁ ୨୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କଥା ସେତିକିରେ ସରି ନାହିଁ। ଜିଲାରେ ସାର ସଙ୍କଟ ଏବଂ କଳାବଜାରଠାରୁ ଏବେ ନକଲି ସାର କାରବାର ଚାଷୀଙ୍କ ପାଇଁ ଆହୁରି ଚିନ୍ତାଜନକ ହୋଇ ପଡ଼ିଛି। ଗ୍ରାମାଞ୍ଚଳରେ ଅନେକ ବେପାରୀ ଚାଷୀଙ୍କୁ ନକଲି ସାର ଯୋଗାଇ ଦେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ ଅଣଲାଇସେନ୍ସପ୍ରାପ୍ତ ଦୋକାନୀ, ବେପାରୀମାନେ ମଧ୍ୟ ଏଭଳି ନକଲି ସାର ବିକ୍ରି କରୁଥିବା ଅଭିଯୋଗ ହେଉଛି। ତେବେ ନକଲି ସାର କେଉଁଠି ପ୍ରସ୍ତୁତ ହେଉଛି ଏବଂ କେଉଁଠାରୁ ଜିଲାକୁ ଆସୁଛି, ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ସାର ମାଫିଆମାନେ ସେଭଳି ସାରକୁ ମୁଖ୍ୟତଃ ଛତିଶଗଡ଼ ଅଞ୍ଚଳରୁ ଆଣୁଥିବା ସାଧାରଣରେ ଆଲୋଚିତ ହେଉଛି। ସେହିପରି ବିଗତବର୍ଷ ବରଗଡ଼ ଜିଲାର କେତେକ ସ୍ଥାନରେ ମଧ୍ୟ ନକଲି ସାର ପ୍ରସ୍ତୁତି ଧରାପଡ଼ିଥିଲା। ଏହି ଦୃଷ୍ଟିରୁ ଜିଲାର ବିଭିନ୍ନ ସ୍ଥାନରେ ସାର ମାଫିଆମାନେ ଏଭଳି ନକଲି ସାର ଯେ ପ୍ରସ୍ତୁତ କରୁ ନ ଥିବେ, ତାକୁ ଏଡ଼ାଇ ଦେଇ ହେଉ ନାହିଁ। ଏଭଳି ନକଲି ସାର କାରବାର ପ୍ରତି ସତର୍କ ଦୃଷ୍ଟି ଦେଇ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆଗକୁ ଫସଲକ୍ଷତି ସହିତ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିବାର ଆଶଙ୍କା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?