କ୍ଷମତା ଦଖଲ ଭୟ, ୨୦ ମାସ ହେଲା ଚାଇନା ବାହାରକୁ ଯାଇ ନାହାନ୍ତି ଜିନ୍‌ପିଙ୍ଗ୍‌…

ବେଜିଂ,୧।୧୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଏବେ କ୍ଷମତାରୁ ହଟିବା ଭୟ ଘାରିଛି। ତେଣୁ ସେ ବେଶ୍‌ ଚିନ୍ତିତ ରହୁଛନ୍ତି। ଜିନପିଙ୍ଗ ଗତ ୨୦ ମାସ ଧରି ଚାଇନା ବାହାରେ ପାଦ ଦେଇନାହାଁନ୍ତି। ସେ ବର୍ତ୍ତମାନ ସୁଦ୍ଧା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୁହାଁମୁହିଁ ସାକ୍ଷାତ କରିନାହାଁନ୍ତି। କରୋନା ମହାମାରୀ ଏହାର ମୁଖ୍ୟ କାରଣ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ତେବେ ଦେଶର କେତେକ ଗଣମାଧ୍ୟମ ଅନୁସାରେ ଜିନ୍‌ପିଙ୍ଗ୍‌ ତୃତୀୟ ଥର ୪ମତା ହାସଲ ଲାଗି ଚେଷ୍ଟା କରୁଛନ୍ତି। ଆସନ୍ତା ବର୍ଷ ଚାଇନା କମ୍ୟୁନିଷ୍ଟ ପାର୍ଟିର ୨୦ତମ ନ୍ୟାଶନାଲ ପାର୍ଟି କଂଗ୍ରେସ ଅନୁଷ୍ଠିତ ହେବ। ଏହି ସୟରେ ଜିନପିଙ୍ଗ ନିଜକୁ ପୁଣି ପାଞ୍ଚ ବର୍ଷ ପାଇଁ ଚାଇନାର ନେତା ଭାବରେ ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି।

ଏଥିପାଇଁ ସେ ବର୍ତ୍ତମାନଠାରୁ ଆଭ୍ୟନ୍ତରୀଣ ରାଜନୀତିକୁ ସୁଦୃଢ଼ କରୁଛନ୍ତି। ଚାଇନା ଅଧ୍ୟୟନ କରୁଥିବା ରୋଡିୟମ ଗୋଷ୍ଠୀର ନୋଆ ବର୍କିନ ଏହାକୁ ’ବଙ୍କର୍‌ ମାନସିକତା’ର ଏକ ଉଦାହରଣ ଭାବରେ ବର୍ଣ୍ଣନା କରିଛନ୍ତି। ଏଥିରେ, ନିଜକୁ ସୁରକ୍ଷା କରିବା ପାଇଁ, ବ୍ୟକ୍ତି ସର୍ବଦା ନିଜକୁ ଠିକ ବୋଲି କହି ନିଜର ସମାଲୋଚନାର ହେବାକୁ ଦେଇ ନ ଥାନ୍ତି। ଜିନପିଙ୍ଗଙ୍କ ଶେଷ ଥର ପାଇଁ ୨୦୨୦ ଜାନୁଆରୀରେ ବିଦେଶ ଗସ୍ତ କରି ମ୍ୟାନ୍‌ମାର ଯାଇଥିଲେ। ଏହା ପରେ ଉହାନରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ହୋଇଥିଲା ଏବଂ ପରେ କରୋନା ପୃଥିବୀର ବିଭିନ୍ନ ଦେଶରେ ବ୍ୟାପିଥିଲା। ମାର୍ଚ୍ଚ ୨୦୨୦ରେ ପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ପରେ ସେ ଚାଇନାରେ କୌଣସି ନେତାଙ୍କୁ ମୁହାଁମୁହିଁ ସାକ୍ଷାତ କରିନାହାଁନ୍ତି।

ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ ନ୍ୟାଶନାଲ ପାର୍ଟି କଂଗ୍ରେସରେ କମ୍ୟୁନିଷ୍ଟ ଦଳର ପ୍ରମୁଖ ସଦସ୍ୟମାନେ ରୁଦ୍ଧଦ୍ୱାରରେ ନୀତିଗତ ନିଷ୍ପତ୍ତି ନିଅନ୍ତି। ବୈଠକରେ ଜିନପିଙ୍ଗ ନିଜକୁ ଦେଶର ନେତା ଭାବରେ ବଜାୟ ରଖିବାର ପ୍ରୟାସ କରୁଛନ୍ତି। ଯଦି ସେ ସଫଳ ହୁଅନ୍ତି, ତେବେ ତୃତୀୟ ଥର ପାଇଁ ପୁଣି ପାଞ୍ଚ ବର୍ଷର କାର୍ଯ୍ୟକାଳ କ୍ଷମତାରେ ରହିବେ। ନିକଟରେ କୌଣସି ଚାଇନା ନେତା ଏଭଳି କରିପାରି ନାହାଁନ୍ତି।

କିନ୍ତୁ ଏହାପୂର୍ବରୁ ଯଦି ଦଳରେ ତାଙ୍କ ବିରୋଧରେ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଅକ୍ଟୋବର ସୁଦ୍ଧା ନେତୃତ୍ୱରେ ପରିବର୍ତ୍ତନ ଆସିବ। ଏହା ଜିନ୍‌ପିଙ୍ଗ୍‌ଙ୍କ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଗତ ଦୁଇ ବର୍ଷ ମଧ୍ୟରେ ଜିନପିଙ୍ଗଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ତାଙ୍କର ବିଶ୍ୱ ପରିଚୟକୁ ସୀମିତ କରିଦେଇଛି। ଅନ୍ତର୍ଜାତୀୟ ନିନ୍ଦା ମଧ୍ୟ ଜିନ୍‌ ପିଙ୍ଗ୍‌ ଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ନିକଟରେ ହଂକଂ ଏବଂ ଜିନଜିଆଙ୍ଗରେ ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ଚାଇନା ସମାଲୋଚିତ ହୋଇଛି। ତିବ୍ଦତ ଏବଂ ତାଇୱାନ ଉପରେ ମାନବିକ ଅଧିକାର ଉଲ୍ଲଂଘନ ପ୍ରସଙ୍ଗରେ ଅନ୍ତର୍ଜାତୀୟ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛନ୍ତି। ତାଇୱାନ ସହିତ ତିକ୍ତତା ବଢ଼ିବା ପରେ ଜିନପିଙ୍ଗଙ୍କ ବିଦେଶୀ ନେତାଙ୍କୁ ଭେଟିବାରେ ଅନୁପସ୍ଥିତି ନୂଆ ଅସୁବିଧାକୁ ସ୍ପଷ୍ଟ କରିଛି ।

ଜିନପିଙ୍ଗ ଏପର୍ଯ୍ୟନ୍ତ ଚାଇନାରେ ଅଟକି ରହିଛନ୍ତି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭିକ୍ଟର ଶି କହିଛନ୍ତି। ଯେ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ଦକ୍ଷ ପ୍ରମାଣ କରିବାର ଆବଶ୍ୟକତାକୁ ଗୁରତ୍ୱ ମନେ କରୁ ନାହାନ୍ତି। ସେ ଘରୋଇସ୍ତରରେ ନିୟନ୍ତ୍ରଣ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?