ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ବିରୋଧରେ ଆମରଣ ଅନଶନ

ବରୀ,୧ା୧୧(ଡି.ଏନ୍‌.ଏ.): ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ଉଦୟନାଥପୁର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ନେଇ ଛାତ୍ରୀଛାତ୍ର, ଗ୍ରାମବାସୀ,ଅଭିଭାବକ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲଙ୍କ ନେତୃତ୍ୱରେ ଆଜି ବରୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବାର ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଦୀର୍ଘ ୬୦ ବର୍ଷ ଧରି ଏହି ଅନୁଷ୍ଠାନରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ହେଲେ ସରକାରୀ ନିୟମ ଦୁଇଟି ଶ୍ରେଣୀରେ ୨୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ତାହାକୁ ମିଶ୍ରଣ କରାଯିବ ନାହିଁ। କିନ୍ତୁ ଏହି ବିଦ୍ୟାଳୟରେ ସରକାରୀ ରେକର୍ଡ ମୁତାବକ ୨୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ ଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ଏହି ବିଦ୍ୟାଳୟଟିକୁ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ କୁମାର ସାମଲ ପ୍ରକାଶ କରିଛନ୍ତି। ଏହି ବିଦ୍ୟାଳୟର ମିଶ୍ରଣ ପରେ ମାନ୍ୟବର କୋର୍ଟ ୧୪/୧୨/୨୦୨୦ ରିଖ ରେ ଏହି ବିଦ୍ୟାଳୟର ମିଶ୍ରଣ ନ ହେବାକୁ ନିର୍ଦ୍ଦେଶ ଦେବା ଓ ବିଦ୍ୟାଳୟର ଭିତ୍ତିଭୂମିକୁ ଗୁରୁତ୍ୱ ଦେଇ ସୁରୁଖୁରୁରେ ଚଳାଇବାକୁ ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ। ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ର ସରକାରୀ ନିୟମ ମୁତାବକ ମଧ୍ୟାହ୍ନଭୋଜନ ଚାଉଳଠାରୁ ଆରମ୍ଭ କରି ପୋଷାକ ପାଉଥିଲେ ମଧ୍ୟ ବର୍ତ୍ତମାନ ସମୟରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ବୋଲି ଅଭିଯୋଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା,ଶିକ୍ଷାମନ୍ତ୍ରୀ,ଓଡ଼ିଶା ଜିଲାପାଳ, ଯାଜପୁର,ବରୀ ଶିକ୍ଷାମଣ୍ଡଳ ଅଧିକାରୀଙ୍କୁ ପୂର୍ବରୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?