ବନ୍ୟାବିପନ୍ନଙ୍କୁ ପୂର୍ଣ୍ଣିମା ଭୟ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ ଦୁଇ ତିନି ଦିନ ହେବ ବର୍ଷା ନାହିଁ। ତେବେ ଗତ ଲଘୁଚାପଜନିତ ବର୍ଷା ଉତ୍ତର ଓ ଉପକୂଳ ଓଡିଶା ପାଇଁ ଭୟଙ୍କର ଜଳ ପ୍ରଳୟ ସୃଷ୍ଟି କରିଛି। ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ଖରସ୍ରୋତା, ଜଳକା ନଦୀରେ ବନ୍ୟା ସୁଧାର ଆସୁଥିବା ବେଳେ ମହାନଦୀ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଆସନ୍ତା ଦୁଇଦିନ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ ଜିଲା ପାଇଁ ଭୟଙ୍କର ବିପଦ ରହିଛି। ଏହି ଜିଲାଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ମହାନଦୀରେ ୧୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଆସନ୍ତା ବୁଧବାର ପୂର୍ଣ୍ଣିମା ଥିବାରୁ ମହାନଦୀ ଓ ଏହାର ଶାଖା ନଦୀରୁ ଜଳ ନିଷ୍କାସନ ବିଳମ୍ବ ହେବା ସମ୍ଭାବନା ରହିଛି। ମହାନଦୀରେ ପ୍ରବାହିତ ୧୦ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ୱ ଜଳ ବନ୍ୟା ବିପନ୍ନଙ୍କ ପାଇଁ ବିପତ୍ାତ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏନେଇ ଉପକୂଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ୍ୟା ପରିସ୍ଥିତି ମୁକାବିଲା କରିବାକୁ ରାଜ୍ୟ ଓ ଜିଲା ପ୍ରଶାସନ ସଜାଗ ରହିଛନ୍ତି। ନଦୀ ବନ୍ଧଗୁଡିକ ଉପରେ ଜଳ ସମ୍ପଦ ବିଭାଗ ବରିଷ୍ଠ ଯନ୍ତ୍ରୀମାନେ ତୀକ୍ଷ୍ମଣ ନଜର ରଖିଛନ୍ତି। ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି। ଅତି ସମ୍ବେଦନଶୀଳ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି।
ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଛତିିଶଗଡ଼ରୁ ମହାନଦୀରେ ଆସୁଥିବା ପାଣି କମିଛି। ହୀରାକୁଦ ଜଳଭଣ୍ଡାରକୁ ପୂର୍ବରୁ ସାଢେ ୯ଲକ୍ଷ
କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ଏବେ ୮ଲକ୍ଷ କ୍ୟୁସେକ ପାଣି ପ୍ରବେଶ କରୁଛି। ୪୦ଟି ଗେଟରେ ୭ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଉଛି। ରବିବାର ପୂର୍ବାହ୍ନରେ ମୁଣ୍ଡଳୀଠାରୁ ୧୦ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି। ଏହାଠାରୁ ଅଧିକ ବନ୍ୟା ପାଣି ଆସିବ ନାହିଁ। ଏହାର ପ୍ରଭାବରେ ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାର କେତେକ ଅଞ୍ଚଳ ଲୁଣା ଚିତ୍ରୋପତ୍ଳ ନଦୀର ମାର୍ଶାଘାଇ, ଗରଦପୁର, ପାଟକୁରା ଅଞ୍ଚଳରେ ବନ୍ୟା ହେବା ଆଶଙ୍କା ରହିଛି। ସେଠାରେ ଦୁଇଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରହିଛନ୍ତି। ସେଠାକୁ ଆଉ ଗୋଟିଏ ଓଡ୍ରାଫ ଟିମ୍‌ ପଠାଯାଉଛି। କେନ୍ଦ୍ରାପଡ଼ାରେ ୭ଟି ଓଡ୍ରାଫ ଓ ଏନ୍‌ଡିଆରଏଫ ଟିମ୍‌ , ଜିଲାର ଅଗ୍ନିଶମ ଟିମ ସଜାଗ ରହିଛନ୍ତି। କେନ୍ଦ୍ରାପଡ଼ା ଜିଲାର ବନ୍ୟା ପରିସ୍ଥିତିକୁ ଶିଳ୍ପ ସଚିବ ହେମନ୍ତ ଶର୍ମା ତଦାରଖ କରୁଛନ୍ତି। ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବନ୍ୟା ଯୋଗୁ ରାଜ୍ୟରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ୩୮୨ ଘର ଭାଙ୍ଗିଛି । ସେହିପରି ୧ଲକ୍ଷ ୬୮ହଜାର ୯୦୪ ହେକ୍ଟର ଜମିରେ ପାଣି ମାଡ଼ିଯାଇଛି। ରାଜ୍ୟର ୨୦ଟି ଜିଲା ପ୍ରଭାବିତ ହୋଇଛି। ସେଗୁଡ଼ିକ ହେଲା ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବାୈଦ୍ଧ, କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼। ଏହିସବୁ ଜିଲାର ୧୧୨ଟି ବ୍ଲକର ୮୯୬ ପଞ୍ଚାୟତର ୩୨୫୬ ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ୨୧ଟି ସହରର ୭୫ଟି ୱାର୍ଡରେ ବନ୍ୟା ଜଳ ପ୍ରବେଶ କରିଛି। ବନ୍ୟା ଯୋଗୁ ୧୪ଲକ୍ଷ ୩୨ହଜାର ୭୦୧ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗ୍ରାମର ୨ଲକ୍ଷ ୬୫ ହଜାର ୭୨୩ ଜଣ ଲୋକ ପାଣିଘେରରେ ରହିଛନ୍ତି। ୫୭ହଜାର ୮୨୪ଜଣଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୧୪ ଏନ୍‌ଡିଆର୍‌ଏଫ୍‌ ଟିମ, ୧୭ ଓଡ୍ରାଫ ଟିମ୍‌ ଏବଂ ୨୨ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ୫ଟି ଜିଲାରେ ୩୨ଟି ଘାଇ ହୋଇଥିବାବେଳେ ୧୧ଟି ଜିଲାରେ ୧୦୭ଟି ରାସ୍ତା ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ବନ୍ୟା ସମ୍ପର୍କରେ ସୂଚନା ଦେଇ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଲଘୁଚାପ ଜନିତ ବର୍ଷା ଫଳରେ ୫ଟି ନଦୀରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଅନେକ ସୁଧାର ଆସିଛି। ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ରେଙ୍ଗାଲି ଡ୍ୟାମ୍‌ର ଯେଉଁ ୪ଟି ଗେଟ୍‌ ଖୋଲା ଯାଇଥିଲା। ବର୍ତ୍ତମାନ ସେଥିରୁ ୩ଟି ଗେଟ୍‌ ବନ୍ଦ କରାଯାଇଛି। ଆଉ ଗୋଟିଏ ଗେଟ ମଧ୍ୟ ବନ୍ଦ କରିବାକୁ ଯୋଜନା ଚାଲିଛି। ମହାନଦୀରେ ପୂର୍ଣ୍ଣ ବନ୍ୟାଜଳ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ ଭିତରକୁ ଏବେ କମ୍‌ ବନ୍ୟା ଜଳ ପ୍ରବେଶ କରୁଛି। ହୀରାକୁଦର ୪୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ସ୍ଥିତିକୁ ଦେଖି ରବିବାର ସନ୍ଧ୍ୟାରେ ୩ଟି ଗେଟ୍‌ ବନ୍ଦ କରାଯାଇଛି। ମୁଣ୍ଡଳୀରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହି ସ୍ତରରେ ବନ୍ୟା ପାଣି ମହାନଦୀରେ କିଛି ସମୟ ଧରି ପ୍ରବାହିତ ହେବ। ଅଧିକ ବନ୍ୟା ଆଶଙ୍କା ଥିବା ଜିଲାଗୁଡ଼ିକୁ ଅଭିଜ୍ଞତା ସମ୍ପନ୍ନ ଇଞ୍ଜିନିୟରଙ୍କୁ ପଠାଯାଇଛି। ସେମାନେ ମଧ୍ୟ ରାତିରେ ନଦୀ ବନ୍ଧରେ ପାଟ୍ରୋଲିଂ କରୁଛନ୍ତି ବୋଲି ଗର୍ଗ ସୂଚନା ଦେଇଛନ୍ତି।
ଏସ୍‌ଆର୍‌ସି ଜେନା କହିଛନ୍ତି ଯେ, ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି। ସେହିପରି ବୁଢାବଳଙ୍ଗ ନଦୀରେ ବନ୍ୟା ନାହିଁ। ଯେଉଁ ୧୦ଟି ଗ୍ରାମ ବନ୍ୟା ପାଣି ଘେରରେ ଥିଲା ସେଥିରେ ସୁଧାର ଆସିଛି। ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତସ୍ତର ୧୭.୮୩ ଥିବା ବେଳେ ୧୭.୪୩ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକ, ଭଦ୍ରକର ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ସୁଧୁରୁଛି। ବ୍ରାହ୍ମଣୀ ଯୋଗୁ କେନ୍ଦ୍ରାପଡ଼ା ଜିଲାର ବରୀ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଯାଜପୁରରେ ୨୬ଟି ଘାଇ ହୋଇଥିଲା। ସେଥିରୁ ବ୍ରାହ୍ମଣୀରେ ୨୧ଟି ଘାଇ ହୋଇଥିଲା। ବରୀ ଓ ଦଶରଥପୁର ଅଞ୍ଚଳକୁ ଜିଲା ପ୍ରଶାସନର ୧୭ଜଣ ଅଫିସର ରିଲିଫ ସାମଗ୍ରୀ ନେଇ ଯାଇଛନ୍ତି। ସେଠାରେ ଉଦ୍ଧାର ଓ ରିଲିଫ ବଣ୍ଟନ ଆରମ୍ଭ ହୋଇଛି। ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ପଲିଥିନ ଦିଆଯାଉଛି। ଆଇଏଏସ୍‌ ଅଫିସର ଭି.ଭି. ଯାଦବ ଓ ଯାଜପୁର ଜିଲାପାଳ ବରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ରହ୍ମଣୀ ଯୋଗୁ ଆଳି, ରାଜକନିକା, ଓଳାଭର ଧୋୟା ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବ୍ରାହ୍ମଣୀ ନଦୀର ଗୋଟିଏ ଘାଇ ବେଣିପୁର ପାଖରେ ହୋଇଛି। ସୋମବାର କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀନଦୀ ବନ୍ୟାରେ ସୁଧାର ଆସିବ। ଜଗତ୍‌ସିଂହପୁର ଜିଲାରେ ବନ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। ବରିଷ୍ଠ ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁ ଜଗତ୍‌ସିଂହପୁର ଜଲା ବନ୍ୟା ତଦାରଖ କରୁଛନ୍ତି। ପୁରୀ ଜିଲାର ଦୟା ଓ ଭାର୍ଗବୀରେ ବନ୍ୟା ଆସି ବାଲିକୁଦା, ବାଲିପାଟଣା, କଣାସ, ଡେଲାଙ୍ଗର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ପୁରୀ ଜିଲାରେ ଦୁଇଟି ଘାଇ ହୋଇଛି। ସେଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। କଣାସ ପାଖରେ ବଡ଼ ଘାଇ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇଛି। ଜଳ ସମ୍ପଦ ବିଭାଗର ଇଞ୍ଜିନିୟରମାନେ ଶନିବାର ରାତି ସାରା କାମ କରି ସେହି ଘାଇକୁ ରୋକିବାରେ ସକ୍ଷମ ହୋଇଛନ୍ତି। ସେଠାରେ ଘାଇ ହୋଇଥିଲେ ପ୍ରାୟ ୩ରୁ ୪ଲକ୍ଷ ଲୋକ ପ୍ରଭାବିତ ହୋଇଥାନ୍ତେ ବୋଲି ଏସ୍‌ଆର୍‌ସି କହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲାର ରାଜୁଆ ନଦୀରେ ୧୦ ମିଟର ଘାଇ ହୋଇଛି। ଭାର୍ଗବୀ ନଦୀ ନିୟନ୍ତ୍ରଣାଧୀନ ରହିଛି। ସେଠାରେ ଜଳ ସମ୍ପଦ ବିଭାଗର ୩ ଜଣ ବରିଷ୍ଠ ଇଞ୍ଜିନିୟର ସେଠାରେ ବନ୍ୟା ଉପରେ ନଜର ରଖିଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି। ବନ୍ୟାପାଣି ଛାଡ଼ିବା ମାତ୍ରେ ଘାଇଗୁଡିକୁ ତୁରନ୍ତ ମରାମତି କରାଯିବ ବୋଲି ଏସ୍‌ଆର୍‌ସି ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri